ଅଣ୍ଡର ବ୍ରିଜ୍‌ ନିର୍ମାଣକୁ ନେଇ ଡିଆର୍‌ଏମ୍‌ଙ୍କୁ ଦାବିପତ୍ର ପ୍ରଦାନ, ବୁଧବାର କେସିଙ୍ଗା ସହର ବନ୍ଦ ଡାକରା

କେସିଙ୍ଗା,୨୧ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହର ରେଲଓ୍ବେ ଫାଟକ ନିକଟରେ ଅଣ୍ଡର ବ୍ରିଜ ନିର୍ମାଣକୁ ନେଇ କେସିଙ୍ଗା ସହର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ସମ୍ବଲପୁର ରେଳ ଡିଭିଜନ ଡିଆର୍‌ଏମ୍‌ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ହେଲେ ଏହା ତାଙ୍କ ହାତରେ ନ ଥିବା ଏବଂ ଜିଲାପାଳ ନଚେତ ରେଳ ବିଭାଗକୁ ଜଣାନ୍ତୁ ବୋଲି ଡିଆର୍‌ଏମ୍‌ କହିଥିଲେ। ଏହାକୁ ନେଇ କମିଟି ସଦସ୍ୟମାନେ ବୁଧବାର କେସିଙ୍ଗା ସହର ବନ୍ଦ ଡାକରା ଦେଇଛନ୍ତି।

ସୂଚନାନୁଯାୟୀ, ସହର ଦେଇ ଯାଇଥିବା ୨୬ନଂ. ଜାତୀୟ ରାଜପଥ ଉପରେ ନିର୍ମିତ ଟ୍ରେନ୍‌ ଲାଇନ୍‌ ବଲାଙ୍ଗୀରଠାରୁ ଭବାନୀପାଟଣାକୁ ସଂଯୋଗ କରୁଛି। ସେହିଭଳି ଏହି ରାଜପଥ ଦେଇ ରାୟପୁରଠାରୁ ବିଶାଖାପାଟଣାକୁ ଦ୍ୱିତୀୟ ଲାଇନ ସଂଯୋଗ ହୋଇଛି। ବର୍ତ୍ତମାନ ୩ୟ ଲାଇନ ନିର୍ମାଣ କାର୍ଯ୍ୟ ଜାରି ରହିଛି। କେସିଙ୍ଗା ସହରର ରେଳ ଫାଟକରେ ୩ୟ ଲାଇନ କାମ ଜାରି ରହିଥିବା ଯୋଗୁ ଯାନବାହନ ଚଳାଚଳ କ୍ଷେତ୍ରରେ ବହୁତ ଅସୁବିଧା ହେଉଛି। ଦିନକୁ ପ୍ରାୟ ୧୫ ଘଣ୍ଟା ଏହି ରେଳ ଫାଟକରେ ଭିଡ଼ ଜମୁଛି। ଯାତ୍ରୀବାହୀ ବସ, ମାଲ ବୋଝେଇ ଟ୍ରକ, ଦୁଇଚକିଆ ଯାନ ଯିବାଆସିବା କ୍ଷେତ୍ରରେ ଘୋର ସମସ୍ୟା ଦେଖାଦେଉଛି।

ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ଡିଆର୍‌ଏମ୍‌ କେସିଙ୍ଗା ଦେଇ ସମ୍ବଲପୁର ଫେରୁଥିବା ସମୟରେ କେସିଙ୍ଗା ରେଳ ଷ୍ଟେସନରେ ଓହ୍ଲାଇଥିଲେ। ଅଣ୍ଡର ବ୍ରିଜ ନିର୍ମାଣ ପାଇଁ ଉକ୍ତ କମିଟିର ସଦସ୍ୟ ଦେବେନ୍ଦ୍ର ଭୁଜବଳ ଶଙ୍କର ଅଗ୍ରୱାଲ, କଂଗ୍ରେସ ଟାଉନ ସଭାପତି ସୁରେଶ ରାଓ ପ୍ରମୁଖଙ୍କ ମିଳିତ ଉଦ୍ୟମରେ ଡିଆର୍‌ଏମ୍‌ ପ୍ରଦୀପ କୁମାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଡିଆର୍‌ଏମ୍‌ ଦାବିପତ୍ର ପାଇବା ପରେ ଏହା ତାଙ୍କ ହାତର କଥା ନୁହେଁ ବୋଲି କହିଥିଲେ। ଏପରିକି ଜିଲାପାଳ ଅଥବା ରେଳବାଇ ବୋର୍ଡଙ୍କୁ ଲେଖିକରି ଦିଅନ୍ତୁ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri