ଅଣ୍ଟା ସଳଖୁଛି ହୋଟେଲ ଶିଳ୍ପ

ପୁରୀ ଅଫିସ, ୧ା୬: ଫନୀ ମାଡ଼ରେ ଦୋହଲିଯାଇଛି ପୁରୀ ହୋଟେଲ ଶିଳ୍ପର ଭିତ୍ତିଭୂମି। ଅଳ୍ପବହୁତେ ପ୍ରାୟ ସବୁ ହୋଟେଲ କ୍ଷତିଗ୍ରସ୍ତ ହୋଇଛି। ଇତିମଧ୍ୟରେ ବାତ୍ୟାକୁ ୨୯ ଦିନ ବିତିଲାଣି। ହେଲେ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଛିଡା ହୋଇପାରି ନାହିଁ ହୋଟେଲ ଶିଳ୍ପ। ଧୀରେ ଧୀରେ ଅଣ୍ଟା ସଳଖୁଛି। ଏବେ ବି କେତେକ ହୋଟେଲରେ ବାତ୍ୟାର କ୍ଷତ ବାରି ହୋଇପଡୁଛି। ଯୁଦ୍ଧକାଳୀନଭିତ୍ତିରେ ଅନେକ ହୋଟେଲର ମରାମତି ଚାଲିଛି। ଅନ୍ୟପଟେ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିବା କିଛି ହୋଟେଲ ପର୍ଯ୍ୟଟକଙ୍କୁ ସେବା ଯୋଗାଇବା ମଧ୍ୟ ଆରମ୍ଭ କରିଦେଲେଣିି। ପାଣି ସୁବିଧା ଉପଲବ୍ଧ ହୋଇଥିଲେ ମଧ୍ୟ କେତେକ ହୋଟେଲକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ନାହିଁ।
ପର୍ଯ୍ୟଟନ ଶିଳ୍ପର ଭିତ୍ତିଭୂମି ହେଉଛି ହୋଟେଲ। ହୋଟେଲ ଶିଳ୍ପ ଯୋଗୁ ହିଁ ଆର୍ଥିକ ମାନଦଣ୍ଡ ସୁଦୃଢ ହୋଇଥାଏ। ଦେଶ ବିଦେଶର ପର୍ଯ୍ୟଟକ ରାଜ୍ୟକୁ ଆସିଲେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଅନେକ ଲୋକ ସ୍ବାବଲମ୍ବୀ ହୋଇଥାନ୍ତି। ହେଲେ ବାତ୍ୟାରେ ପ୍ରମୁଖ ସହର ପୁରୀ, ଭୁବନେଶ୍ୱର ଏବଂ କଟକରେ ହୋଟେଲ ଶିଳ୍ପ ପ୍ରଭାବିତ ହୋଇଛି। ଖୁବ୍‌ଶୀଘ୍ର ହୋଟେଲଗୁଡ଼ିକ ପୂର୍ବାବସ୍ଥାକୁ ଫେରି ପୁରୀ ପର୍ଯ୍ୟଟନକୁ ଆଗେଇ ନେବାରେ ସହଯୋଗ କରିବ ବୋଲି ପୁରୀ ହୋଟେଲ ସଂଘ ପକ୍ଷରୁ କୁହାଯାଇଛି।
ପୁରୀ ହୋଟେଲ ଆସୋସିଏଶନର ସମ୍ପାଦକ ରାଜକିଶୋର ପାତ୍ର କହିଛନ୍ତି, ବାତ୍ୟାରେ ପୁରୀ ସହରର ପ୍ରାୟ ୮୦୦ରୁ ଊର୍ଦ୍ଧ୍ୱ ଛୋଟବଡ଼ ହୋଟେଲ, ଲଜିଂ ଆଦି ପ୍ରଭାବିତ ହୋଇଛି। ହୋଟେଲ ଶିଳ୍ପର ପ୍ରାୟ ୫୦୦ କୋଟି ଟଙ୍କା କ୍ଷତି ହୋଇଛି। ପର୍ଯ୍ୟଟନ ଶିଳ୍ପର ପ୍ରମୁଖ ଅଂଶ ହେଉଛି ହୋଟେଲ। କିନ୍ତୁ ପ୍ରାୟ ୧ ମାସ ହେବ ହୋଟେଲଗୁଡ଼ିକର ଭିତ୍ତିଭୂମି ଠିକ୍‌ ନ ଥିବାରୁ ଖଁା ଖଁା ରହିଛି। ବାତ୍ୟା ପରେ ପ୍ରାୟ ୨୦ ଦିନ ପର୍ଯ୍ୟନ୍ତ ପୁରୀକୁ ପର୍ଯ୍ୟଟକ ଆସି ନ ଥିଲେ। ଏବେ ଧୀରେ ଧୀରେ ପର୍ଯ୍ୟଟକଙ୍କ ଆଗମନ ଆରମ୍ଭ ହେଲାଣି। କିନ୍ତୁ ଏ ପର୍ଯ୍ୟନ୍ତ ସବୁ ହୋଟେଲ ସେବା ଯୋଗାଇବାକୁ ସକ୍ଷମ ହୋଇନାହାନ୍ତି। ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତ ଅର୍ଥାତ୍‌ ୨୦୦ରୁ ଊର୍ଦ୍ଧ୍ୱ ହୋଟେଲ ଖୋଲିଗଲାଣି। ୨ ତାରିଖ ସୁଦ୍ଧା ୭୦ ପ୍ରତିଶତ ଏବଂ ରଥଯାତ୍ରା ପୂର୍ବରୁ ସବୁ ହୋଟେଲ ଖୋଲିଯିବ ବୋଲି ସମ୍ପାଦକ ପାତ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏ ପର୍ଯ୍ୟନ୍ତ ୬୦ରୁ ୭୦ ପ୍ରତିଶତ ହୋଟେଲକୁ ବିଦ୍ୟୁତ୍‌ ସଂଯୋଗ ଦିଆସରିଛି। ଆସନ୍ତା ୩ ତାରିଖ ମଧ୍ୟରେ ପୁରୀର ସବୁ ହୋଟେଲକୁ ବିଦ୍ୟୁତ୍‌ ସଂଯୋଗ ଦିଆଯିବ ବୋଲି ସେସୁ ପୁରୀ ଡିଭିଜନ ପକ୍ଷରୁ କୁହାଯାଇଥିବା ସଂଘ ସମ୍ପାଦକ ସୂଚନା ଦେଇଛନ୍ତି।
ସେହିପରି ହୋଟେଲ ସଂଘ ସରକାରଙ୍କ ପାଖରେ କେତେକ ଦାବି ରଖିଛି। ଯୁଦ୍ଧକାଳୀନଭିତ୍ତିରେ ହୋଟଲଗୁଡ଼ିକୁ ବିଦ୍ୟୁତ୍‌ ଯୋଗାଣ, ଋଣ ପରିଶୋଧ ସମୟସୀମାର ଅବଧି ବୃଦ୍ଧି ସହ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦେଶ ବାହାରେ ରୋଡ୍‌ ଶୋ, ବ୍ୟାପକ ମିଡିଆ କଭ୍‌ରେଜ, ଭିଡିଓ ଫିଲ୍ମ ପ୍ରସ୍ତୁତି ଭଳି ପ୍ରମୋଶନାଲ ଆକ୍ଟିଭିଟି କରିବାକୁ ସଂଘ ଅନୁରୋଧ କରିଛି। ଏହାଦ୍ୱାରା ପୁରୀକୁ ପୁଣି ପୂର୍ବପରି ପର୍ଯ୍ୟଟକମାନେ ଆସିପାରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ବିଜୟ କୁମାର ଜେନା କହିଛନ୍ତି, ପର୍ଯ୍ୟଟନ ଶିଳ୍ପକୁ ଆଗେଇ ନେବାକୁ ହେଲେ ହୋଟେଲ ଶିଳ୍ପକୁ ପୁଣି ଠିଆ ହେବାକୁ ପଡିବ। ପୁରୀକୁ ଧୀରେ ଧୀରେ ପର୍ଯ୍ୟଟକଙ୍କ ଆଗମନ ହେଲାଣି। ଆଗକୁ ରଥଯାତ୍ରା ଏବଂ ପର୍ଯ୍ୟଟନ ଋତୁ ବି ଆସୁଛି। ତେଣୁ ହୋଟେଲ ଭିତ୍ତିଭୂମିକୁ ସଜାଡିବାରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଜେନା କହିଛନ୍ତି।
ସହରର କେତେକ ପ୍ରମୁଖ ହୋଟେଲକୁ ଦେଖିଲେ ମେ’ ଫେୟାର ବାତ୍ୟା ପରେ ଏ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ସେବା ଦେଇପାରି ନାହିଁ। ୬/୭ ଦିନ ପୂର୍ବରୁ ହୋଟେଲକୁ ବିଦ୍ୟୁତ୍‌ ଆସିଯାଇଛି। ହୋଟେଲର ରେଷ୍ଟୁରାଣ୍ଟ ଖୋଲା ରହିଥିବା ବେଳେ ମରାମତି କାମ ଚାଲିଥିଲା। ଏବେ ମରାମତି ପ୍ରାୟ ସରିଯାଇଛି, ଶନିବାରଠାରୁ ପର୍ଯ୍ୟଟକମାନେ ରହିପାରିବେ ବୋଲି ହୋଟେଲ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ହୋଟେଲ ହଲିଡେ ରିସର୍ଟର ୯୨ଟି ରୁମ୍‌ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬୩ଟି ରୁମ୍‌ ପର୍ଯ୍ୟଟକଙ୍କ ପାଇଁ ପ୍ରସ୍ତୁତ ହୋଇଯାଇଛି। ଅଳ୍ପ କେତେଜଣ ପର୍ଯ୍ୟଟକ ବି ହୋଟେଲରେ ରହିଛନ୍ତି। ସେମାନଙ୍କୁ ପୂର୍ବଭଳି ସେବା ଯୋଗାଇ ଦିଆଯାଉଛି। ଜୁନ୍‌ ୨ ତାରିଖ ସୁଦ୍ଧା ସବୁ ରୁମ୍‌ ଠିକ୍‌ ହୋଇଯିବ। ତେବେ କ୍ଷତିଗ୍ରସ୍ତ ରୁମ୍‌ଗୁଡ଼ିକର ମରାମତି କାମ ଯୁଦ୍ଧକାଳୀନଭିତ୍ତିରେ ଚାଲିଥିବା ହୋଟେଲର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ରାଜକିଶୋର ପାତ୍ର କହିଛନ୍ତି। ହୋଟେଲ ପ୍ରମୋଦକୁ ଗତ ୧୮ ତାରିଖରୁ ବିଦ୍ୟୁତ୍‌ ସଂଯୋଗ ଦିଆସରିଛି। ଏଠାରେ ଥିବା ୩୦ଟି ଯାକ ରୁମ୍‌ ପ୍ରସ୍ତୁତ ହୋଇଯାଇଛି। ଏବେ ବି କେତେକ ପର୍ଯ୍ୟଟକ ରହୁଛନ୍ତି ବୋଲି ଏଚ୍‌ଆର ମ୍ୟାନେଜର ସୁବୋଧ ଚନ୍ଦ୍ର ମିଶ୍ର କହିଛନ୍ତି। ସିଟି ରୋଡର ଅନ୍ୟତମ ହୋଟେଲ ସାଗର ତରଙ୍ଗ କିନ୍ତୁ ଏ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ସେବା ଯୋଗାଇ ପାରିନାହିଁ। ବାତ୍ୟାରେ ହୋଇଥିବା ଭଙ୍ଗାରୁଜା ମରାମତି ସରି ନ ଥିବାବେଳେ ବିଦ୍ୟୁତ୍‌ ସଂଯୋଗ ମଧ୍ୟ ଦିଆଯାଇ ନାହିଁ। ସେହିପରି ଅନନ୍ୟା ହୋଟେଲ, ଗୋଲ୍‌ଡେନ ପ୍ୟାଲେସ୍‌ ପ୍ରଭୃତି ହୋଟେଲ ପର୍ଯ୍ୟଟକଙ୍କୁ ସେବା ଯୋଗାଇବା ଆରମ୍ଭ କରିଦେଇଛନ୍ତି। ତେବେ ପୁରୀକୁ ଏ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଆଗମନ ପୂର୍ବଭଳି ସ୍ବାଭାବିକ ହୋଇପାରି ନ ଥିବାରୁ ହୋଟେଲଗୁଡ଼ିକରେ ଗହଳି ଚହଳି ନାହିଁ।

ହେମନ୍ତ କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରର ୨ ଦିନ ପରେ ପ୍ରେମିକ ସହ ଛୁ’ ନବବଧୂ: ସ୍ବାମୀ ଏତଲା ଦେବାପରେ ଘଟିଲା..

ବୌଦ୍ଧ, ୨୮।୨(ଅଜିତ କୁମାର ବାରିକ): ବାହାଘରର ୨ ପରେ ପ୍ରେମିକ ସାଙ୍ଗରେ ଫେରାର ହୋଇଯାଇଛନ୍ତି ନବବଧୂ। ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲାରେ। ସ୍ବାମୀ ଥାନାରେ…

ଗ୍ରହଣ ଦିନ ଜନ୍ମିତ ଶିଶୁ ଶୁଭ ନା ଅଶୁଭ? ସତ ଜାଣିଲେ ହୋଇଯିବେ ତାଜୁବ

ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ହୁଏ। ଏହି ବର୍ଷ, ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମାର୍ଚ୍ଚ 3, ଫାଲଗୁନ ମାସର ପୂର୍ଣ୍ଣିମା ଦିନ ହେବ। ଚନ୍ଦ୍ରଗ୍ରହଣ ଅପରାହ୍ନ 3:20 ରେ…

ନବୀନ ନିବାସରେ ଦତ୍ତେଶ୍ୱର ହୋତା: ରାଜ୍ୟ ସଭା ନିର୍ବାଚନ ପ୍ରାର୍ଥୀ ଘୋଷଣାକୁ ନେଇ ବଢ଼ିଲା ଜୋର୍‌ଦାର ଚର୍ଚ୍ଚା,

ଭୁବନେଶ୍ୱର,୨୮ା୨: ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି। ଅନ୍ୟପକ୍ଷରେ ଡାକ୍ତର ଦତ୍ତେଶ୍ୱର ହୋତା ନବୀନ ନିବାସରେ ପହଞ୍ଚିବା ପରେ ରାଜନୈତିକ ମହଲରେ ଜୋର୍‌ଦାର…

ହାଶିଶ ତେଲ ଜବତ ଘଟଣାରେ ପର୍ଦ୍ଦାଫାଶ: ମାଷ୍ଟରମାଇଣ୍ଡଙ୍କ ସହ ଧରାପଡିଲେ…

କୋରାପୁଟ , ନନ୍ଦପୁର,୨୮।୨(ଅମିତାଭ ବେହେରା/ତୁଷାର କାନ୍ତ ମହାନ୍ତି ): ହାଶିଶ ତେଲ ଜବତ ଘଟଣାରେ ଦୀର୍ଘ ସମୟ ଧରି ଚାଲିଥିବା ହାଶିଶ ତେଲ ତସକରୀ ଘଟଣାରେ ପୋଲିସ…

ଗଣମାଧ୍ୟମ ସହିତ ସୁସମ୍ପର୍କ ରଖିବାରେ ବିଫଳ ମୋରଡ଼ା ପୋଲିସ, ପିଲାଚୋରି ଗୁଜବକୁ ନେଇ…

ମୋରଡ଼ା,୨୮ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ପୋଲିସର କାର୍ଯ୍ୟ କରିବାର ଦକ୍ଷତାକୁ ନେଇ ଆଜି କ୍ଷୋଭ ପ୍ରକାଶ କରିଛନ୍ତି ମୋରଡ଼ା ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି। ସୂଚନା…

ସେନା ଅଧିକାରୀଙ୍କୁ କିମ ଜଙ୍ଗ ଉନ ଦେଲେ ନୂଆ ସ୍ନାଇପର ରାଇଫଲ, ସୁଟିଂ ରେଞ୍ଜକୁ ଲକ୍ଷ୍ୟ ଲଗାଇଲେ ଝିଅ

ପୋଙ୍ଗୟାଙ୍ଗ,୨୮।୨: ଶାସକ ୱାର୍କର୍ସ ପାର୍ଟିର ଏକ ସପ୍ତାହ ଧରି ଚାଲିଥିବା ସମ୍ମିଳନୀ ଶେଷରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ ଦେଶର ଉଚ୍ଚ ପଦାଧିକାରୀଙ୍କୁ…

ଟି-୨୦ ବିଶ୍ୱକପ୍‌ରୁ ବିଦା ହୋଇଯିବ ପାକିସ୍ତାନ! କେବଳ ବିଜୟ ନୁହେଁ…

ନୂଆଦିଲ୍ଲୀ,୨୮।୨: ୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ ପାଇଁ ପ୍ରତିଯୋଗିତା ବହୁତ ରୋମାଞ୍ଚକର ହୋଇଗଲାଣି। ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ସହିତ ଇଂଲଣ୍ଡ ଗ୍ରୁପ ୨ରେ ଶୀର୍ଷ ସ୍ଥାନ ପକ୍କା…

Holi 2026: ଏହି ଭୟଙ୍କର ଯୋଗରେ ପାଳିବେ ହୋଲି, ୪ରାଶି ହୋଇଯାଆନ୍ତୁ ସତର୍କ!

ହୋଲି ପର୍ୱକୁ ଅତ୍ୟନ୍ତ ପବିତ୍ର ଏବଂ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ। ଏହି ବର୍ଷ, ମାର୍ଚ୍ଚ ୪ ତାରିଖରେ ସାରା ଦେଶରେ ହୋଲି ପାଳନ କରାଯିବ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri