ଅଣସର ଓ ପ୍ରାଚୀ ସଂସ୍କୃତି

ପୀତାମ୍ବର ରାଉତ

ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ଦାରୁଦେବତା କିନ୍ତୁ ଜୀବନ୍ତ ଠାକୁର। ଯେଉଁଥିପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ ଯାବତୀୟ ମାନବଲୀଳା। ବାରମାସରେ ତେର ପର୍ବ। ମାନବୀୟ ଲୀଳାର ନିଦର୍ଶନ ସ୍ବରୂପ ଅଣସର ନୀତି ଏକ ସ୍ବତନ୍ତ୍ର ନୀତି। ଜ୍ୟେଷ୍ଠମାସ ପୂର୍ଣ୍ଣମୀ ତିଥିରେ ମହାପ୍ରଭୁ ୧୦୮ ଗରା ଜଳରେ ସ୍ନାନ କରିଥାନ୍ତି। ତା’ ପରେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇ ଅଣ ବାସରେ ରୁହନ୍ତି। ଅତ୍ୟଧିକ ସ୍ନାନ ଯୋଗୁ ମହାପ୍ରଭୁ ଥଣ୍ଡାଜ୍ୱରରେ ପୀଡ଼ିତ ହୋଇ ଅଣସର ବାସରେ ରହୁନ୍ତି। ଏହି ସମୟରେ ପ୍ରଭୁଙ୍କୁ ଅନ୍ନଭୋଜନ ବିଧିବ୍ୟବସ୍ଥା ବନ୍ଦ ରହିଥାଏ। ପଟିଦିଅଁ ରୂପେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ସାଧାରଣତଃ ଜ୍ୱର ସମୟରେ ମଣିଷ ଯେପରି ଔଷଧୀୟ ଉପଚାରରେ ରହିଥାନ୍ତି, ସେହିପରି ପ୍ରଭୁଙ୍କ ଲାଗି ଚେରମୂଳି ଔଷଧ ସେବନ କରାଇ ଦିଆଯାଇଥାଏ। ବର୍ଷକ ଆଗରୁ ପ୍ରସ୍ତୁତି ହୋଇଥିବା ଫୁଲୁରୀ ତେଲ ଚତୁର୍ଦ୍ଧା ବିଗ୍ରହଙ୍କ ଶ୍ରୀଅଙ୍ଗରେ ଦଇତାପତି ସେବାୟତମାନେ ମର୍ଦ୍ଦନ କରିଥାନ୍ତି। ଏହା ମଧ୍ୟ ଗୁପ୍ତ ଭାବରେ କରାଯାଇଥାଏ। ଏହି ସମୟରେ ମହାପ୍ରଭୁଙ୍କ ପାଖରେ ଫଳ, ଛେନା, ସର ଇତ୍ୟାଦି ଭୋଗ ଅର୍ପଣ କରାଯାଇଥାଏ।
ଜଗତକୁ ଧନ୍ୟ କରିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ଶାରୀରିକ କ୍ଳେଶ ଭୋଗିଥାନ୍ତି। ଏହା ତାଙ୍କର ଅଣସର ବାସ ସୂଚାଇଥାଏ। ଜନ୍ମ ମୃତ୍ୟୁର ପଞ୍ଜିକା ନିର୍ଦ୍ଧାରଣ କରୁଥିବା ଜଗତରନାଥ ବି ଶରୀର ତ୍ୟାଗ କରିଥାନ୍ତି, ଯାହାକୁ ଆମେ କହିଥାଉ ନବକଳେବର। ନୂତନ ଦାରୁବିଗ୍ରହ ନିର୍ମାଣ କରାଯାଇ ସେଥିରେ ବ୍ରହ୍ମସ୍ଥାପନ କରାହୁଏ ଏବଂ ପୁରୁଣା ବିଗ୍ରହକୁ କୋଇଲି ବୈକୁଣ୍ଠରେ ସମାଧିସ୍ଥ କରାଯାଇଥାଏ। ମାନବୀୟ ଲୀଳା ମହାପ୍ରଭୁଙ୍କ ସହିତ ଯୋଡ଼ିହୋଇ ରହିଛି।
ତତଃ ପଂଚଦଶାହାନି ସ୍ଥାପୟିତ୍ୱା ତୁ ମାଂ ନୃପ।
ବିରୂପ ମଭିରୂପଂ ବାନ ପଶ୍ୟେରୁ କଦାଚନ।ା ( ସ୍କ: ପୂ ୨୯/୨୮)
ସ୍କନ୍ଦ ପୁରାଣରେ ଏହା ସ୍ବୟଂ ମହାପ୍ରଭୁ କହିଛନ୍ତି ସ୍ନାନ ମଣ୍ଡପରୁ ଠାକୁରମାନେ ଫେରିବା ପୂର୍ବରୁ ଅଣସର ପିଣ୍ଡିରେ ଚାନ୍ଦୁଆ ବନ୍ଧାଯାଏ ଓ କାଠର ଗୋଟିଏ ପ୍ରଭା ପ୍ରସ୍ତୁତ କରାଯାଏ। ସ୍ନାନବେଦିରୁ ଫେରି ଠାକୁରମାନେ ଏହି ଠାରେ ବିଜେ ହୁଅନ୍ତି, ଏହା ପରେ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ରାହୁରେଖା ଓ ଚିତାମାନ ବାହାର କରିଦିଆଯାଏ। ମାତ୍ର ତିନିଗୋଟି ଖଣ୍ଡୁଆ ଶ୍ରୀମୁଖରେ ଲାଗିହୁଏ। ଅଣସର ପିଣ୍ଡିର ଚାରିପଟେ ବାଉଁଶତାଟି ଘେରାଇ ଦିଆଯାଏ। କେବଳ ଧୁକୁଡି ଦ୍ୱାର ପାର୍ଶ୍ୱରେ ଚୋରାବାଟ ରହେ। ତାଟିବାଡ଼ର ବାହାରକୁ ଗୋଟିଏ ବଡ଼ ଖଟ ପକାଇ ଦିଆଯାଇ ଚତୁଃପାର୍ଶ୍ୱରେ ମାଟିର ବନ୍ଧ ଦିଆଯାଏ। ଦଇତାପତି ଓ ପତି ମହାପାତ୍ର ସେବକମାନେ ଅଣସର ଗୁପ୍ତସେବା କରିଥାନ୍ତି। ମହାଜନ ସେବକମାନେ ପଟିଦିଅଁ ସେବା କରିଥାନ୍ତି। ଯେଉଁ ମହାପ୍ରଭୁଙ୍କ ବିନା ସାରା ଜଗତ ଅନ୍ଧାର ଆଜି ସେହି ମହାପ୍ରଭୁ ଦିକ୍‌ ଦିକ୍‌ ଦୀପ ଆଲୋକରେ ଜ୍ୱର ପୀଡ଼ିତ ଅଛନ୍ତି। ତେଣୁ ମହାପ୍ରଭୁଙ୍କ ପାଇଁ ଓଡ଼ିଶାର କୋଣ ଅନୁକୋଣରେ ଥିବା କିଛି ମଠରୁ ଫଳଭାର ଆସିଥାଏ, ଯାହାକୁ ଅଣସର ଫଳଭାର କୁହାଯାଇଥାଏ। ପ୍ରାଚୀ ଉପତ୍ୟକାରେ ଗଢ଼ିଉଠିଥିବା ଅନେକ ମଠ, ମନ୍ଦିରରୁ ଶ୍ରୀକ୍ଷେତ୍ର ଅଭିମୁଖେ ଫଳଭାର ଯାଇଥାଏ।
ପୁଣ୍ୟତୋୟା ପ୍ରାଚୀ ଉପତ୍ୟକାରେ ମାଧବ ଗ୍ରାମରେ ବିଜେ କରିଛନ୍ତି ଶ୍ରୀ ଶ୍ରୀ ଦୁର୍ଗାମାଧବ। ମହାପ୍ରଭୁ ଜଗନ୍ନାଥଙ୍କର ମାମୁଘର। ୧୨୨୬ ଖ୍ରୀଷ୍ଟାବ୍ଦରେ ନିର୍ମିତ ଏହି ପ୍ରାଚୀନ ମନ୍ଦିର ଜଗନ୍ନାଥଙ୍କ ରୀତିନୀତି ସହିତ ଜଡ଼ିତ ଥିଲା। ଯଦିଓ ଏହା ସମୟକ୍ରମେ ବନ୍ଦ ହୋଇଯାଇଥିଲା ପୁଣି ୫ବର୍ଷ ହେବ ପ୍ରାଚୀ କ୍ଷେତ୍ରରୁ ଶ୍ରୀକ୍ଷେତ୍ରକୁ ମାମୁ ଭଜଣାର ସମ୍ପର୍କ ଉଜ୍ଜୀବିତ ହୋଇଉଠିଛି। ପୋଢୁଆଁଷ୍ଟମୀ ଭାର ଓ ଅଣସର ଫଳଭାର ପ୍ରାଚୀ କ୍ଷେତ୍ର ମାଧବ ପୀଠରୁ ଶ୍ରୀମନ୍ଦିରକୁ ଯାଇଥାଏ, ସଂଖ୍ୟାଧିକ ଶ୍ରଦ୍ଧାଳୁ, ସେବାୟତମାନେ ଅଣସର ଭାର ଯାତ୍ରାରେ ସାମିଲ ହୋଇ କୃତାର୍ଥ ହୋଇଥାନ୍ତି। ଏ ବର୍ଷ ମଧ୍ୟ ପ୍ରାଚୀ କ୍ଷେତ୍ରରୁ ଶ୍ରୀକ୍ଷେତ୍ରକୁ ଅଣସର ଫଳଭାର ଶ୍ରଦ୍ଧା ଓ ସମର୍ପଣର ଭାବ ସହିତ ଯିବାର ସମସ୍ତ ପୂର୍ବପ୍ରସ୍ତୁତି ସରିଛି। ତା ୦୧ା୦୭ା୨୦୨୪ ରିଖରେ ମାଧବପୀଠରୁ ଶ୍ରୀକ୍ଷେତ୍ରକୁ ଅଣସର ଫଳଭାର ଯାଇଅଛି।
ମାଧବରୁ ନାଗେଶ୍ୱର, ତେଲିପାଟଣା, ଚନ୍ଦ୍ରମଉଳି, ରତନପୁର, ଚାରିଛକ, ଗୋପ, ଛଇତନା, ବାଲିଘାଇ ବାଟ ଦେଇ ଶ୍ରୀକ୍ଷେତ୍ରରେ ପହଞ୍ଚତ୍ବ।
ଅଣସର ଫଳଭାରରେ ଥିବା ସାମଗ୍ରୀମାନ କେବଳ ପ୍ରଭୁଙ୍କ ପ୍ରିୟ ଆମ୍ବ, ପଣସ, ନଡ଼ିଆ, ଡାଳିମ୍ବ, ପିଜୁଳି, ସପୁରି, ପାଚିଲା କଦଳୀ, କମଳା, ଅଙ୍ଗୁର, ସେଓ ରହିଛି। ଏହା ସହିତ ତୁଳସୀ, କର୍ପୂର ଓ ଶୁକ୍ଳ ସୁବାସ ଫୁଲ ମଧ୍ୟ ଯାଇଥାଏ। ଫଳଭାର ସହିତ ଶଙ୍ଖୁଆ, ସଂକୀର୍ତ୍ତନ ଦଳ, ଘଣ୍ଟୁଆମାନେ ସାମିଲ ହୋଇ ପ୍ରଭୁଙ୍କ ଜୟଜୟକାର କରି ଯାଇଥାନ୍ତି। ମହାପ୍ରଭୁ ଫଳପ୍ରିୟ। ଯେଉଁଥିପାଇଁ ତ୍ରେତୟା ଯୁଗରେ ଶ୍ରମଣା ଶବରୀଠାରୁ ଅଇଁଠା ଫଳଖାଇ ଏକ ହୃଦୟଛୁଆଁ ଉପାଖ୍ୟାନ ରଚିଯାଇଛନ୍ତି। ଦ୍ୱାପର ଯୁଗରେ ବାଳକୃଷ୍ଣ କୋଳିବିକାଠାରୁ କୋଳି ଖାଇଥିଲେ ଓ ତା’ର ଝୁଡ଼ିଟିକୁ ସୁବର୍ଣ୍ଣମଣ୍ଡନ କରିଦେଇଥିଲେ। ଭକ୍ତ ଦାସିଆ ହାତରୁ ଶ୍ରୀଫଳ ସ୍ବୟଂ ନେଇକି ଏ କଳିଯୁଗରେ ଜଗନ୍ନାଥ ସଂସ୍କୃତିରେ ଅଭୁଲା କାହାଣୀ ଛାଡିଯାଇଛନ୍ତି। ଆଜି ତାଙ୍କ ମାମୁ ଘର ମାଧବ ପୀଠର ସ୍ବତନ୍ତ୍ର ବିଧିବ୍ୟବସ୍ଥା ଓ ଶ୍ରଦ୍ଧାର ଏହି ଅଣସର ଫଳଭାର ନିଶ୍ଚୟ ଭିନ୍ନ ଏକ ଉପାଖ୍ୟାନ, ଏଥିରେ ସନ୍ଦେହର ଅବକାଶ ନାହଁି।
ପ୍ରାଚୀ ତଟରେ ଏହି ପ୍ରସିଦ୍ଧ ମାଧବଙ୍କ ସମ୍ପର୍କରେ ସ୍କନ୍ଦ ପୁରାଣରେ ବର୍ଣ୍ଣିତ ଅଛି। ଆମେରିକୀୟ ଐତିହାସିକ ଚାର୍ଲସ୍‌ ଫାବ୍ରିକ୍‌ ପ୍ରାଚୀ ଉପତ୍ୟକାକୁ ସର୍ବ ପୁରାତନ ସଭ୍ୟତା ବୋଲି ପ୍ରମାଣିତ କରିଛନ୍ତି।
ଇନ୍ଦ୍ରନୀଳମଣି ପୁରାଣରୁ ସଂଗୃହୀତ ପଦ୍ମଶ୍ରୀ ପଣ୍ଡିତ ସଦାଶିବ ରଥ ଶର୍ମାଙ୍କ ଦ୍ୱାରା ରଚିତ: ଏକଦା ଶ୍ରୀକ୍ଷେତ୍ରରେ ଇନ୍ଦ୍ରନୀଳମଣି ବିଗ୍ରହ ମାଧବ ରୂପରେ ପୂଜା ପାଉଥିଲେ, କୌଣସି କାରଣବଶତଃ ସେଠାକୁ ମାଧବ ବିଗ୍ରହଙ୍କୁ ପ୍ରାଚୀ ତଟସ୍ଥ ଅରୁନ୍ଧତୀ ପୁରରେ ଗୋପନରେ ପୂଜା କରାଗଲା, ଯେଉଁଥିପାଇଁ ମାଧବକ୍ଷେତ୍ରକୁ ଅରୁନ୍ଧତୀପୁର ନାମରେ ନାମିତ କରାଗଲା, ଏବେ ବି ଲୋକଲୋଚନରେ ମାଧବକୁ ଅରୁନ୍ଧତୀପୁର କୁହାଯାଉଛି।
ଜଗତ ପ୍ରସିଦ୍ଧ ଘୋଷଯାତ୍ରାକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ ନିବେଦନ ସେ ଆସନ୍ତୁ ଜଗନ୍ନାଥଙ୍କ ମାମୁଘର ଅରୁନ୍ଧତୀପୁର ମାଧବ ପୀଠକୁ।
ଆବାହକ, ଓଡ଼ିଶା ବାୟାଚଢ଼େଇ ସୁରକ୍ଷା ଅଭିଯାନ, ନିଆଳି, କଟକ
ମୋ:୯୯୩୭୬୬୨୧୮୭


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri