ଅଡୁଆରେ ଭିସା ଷ୍ଟିଲ: କାରଖାନା ବନ୍ଦ ପାଇଁ ଏନ୍‌ଜିଟିର ନିର୍ଦ୍ଦେଶ

ଯାଜପୁର ଅଫିସ,୧୭ା୮- କଳିଙ୍ଗନଗର ଭିସା ଷ୍ଟିଲ କାରଖାନା ଦ୍ୱାରା ଉକତ୍ଟ ବାୟୁ ଓ ଜଳ ପ୍ରଦୂଷଣ ପାଇଁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପକ୍ଷରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)କୁ କଡ଼ା ନିର୍ଦ୍ଦେଶ ହୋଇଛି। ଏନ୍‌ଜିଟିରେ ଆବେଦନ ସଂଖ୍ୟା ୧୯/୨୦୧୯ (ଇଜେଡ) ଉପରେ ଗତ ୯ ତାରିଖରେ ହୋଇଥିବା ଶୁଣାଣିରେ ଭିସା ଷ୍ଟିଲର ବର୍ଜ୍ୟଜଳ ଛାଡ଼ିବା ମାମଲାରେ ଏସ୍‌ପିସିବିକୁ ସମ୍ପୂର୍ଣ୍ଣ ଦାୟୀ କରାଯାଇଛି। ଶୁଣାଣିର ୨ମାସ ମଧ୍ୟରେ ଭିସା ଷ୍ଟିଲ କାରଖାନା ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବାଦ ସମାଜ ପାଇଁ କାରଖାନାର ଏହି କାର୍ଯ୍ୟ ଅପରାଧ ବୋଲି ଏନ୍‌ଜିଟି ଅଭିହିତ କରିଛି। ମାଟି, ପାଣି ଆଦି ପରିବେଶଗତ କ୍ଷତିପୂରଣ ଆଦାୟ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛି। ଏଥିରେ ଏସ୍‌ପିସିବି ବିଫଳ ହେଲେ ଜରିମାନା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ନିର୍ଦ୍ଦେଶରେ ଦର୍ଶାଯାଇଛି।
ଭିସା ଷ୍ଟିଲ କାରଖାନା ନିୟମିତ ଗଣ୍ଡାନାଳା ଓ ଚାଷ ଜମିକୁ ବିଷାକ୍ତ ପାଣି ଛାଡୁଥିବା ଅଭିଯୋଗରେ କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ଏନ୍‌ଜିଟିର ଦ୍ୱାରସ୍ଥ ହୋଇଥିଲା। ମିଡିଆରେ ପ୍ରକାଶିତ ଖବର, ଏସ୍‌ପିସିବିର ନିର୍ଦ୍ଦେଶ, ଭିଡିଓ କ୍ଲିପିଂ ଆଦି ଅଭିଯୋଗରେ ସଂଯୋଗ କରି ଆବଶ୍ୟକ ପଦକ୍ଷେପ ନେବାକୁ ସମିତି ପକ୍ଷରୁ ପ୍ରାର୍ଥନା କରାଯାଇଥିଲା। କାରଖାନାର ଇନ୍‌ଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ(ଇଟିପି) ଦକ୍ଷ ଭାବେ କାର୍ଯ୍ୟକାରୀ ହେଉ ନ ଥିବା, କାରଖାନାରୁ ବର୍ଜ୍ୟଜଳ ବାହାରକୁ ଛଡା ଯାଉଥିବା ଆଦି ଟ୍ରିବ୍ୟୁନାଲ ଅନୁଭବ କରିଥିଲା। ଏହାପରେ ଟ୍ରିବ୍ୟୁନାଲ ଏପ୍ରିଲ ୯ରେ ଏସ୍‌ପିସିବିକୁ ତଦନ୍ତ କରି ୧୦ା୬ା୨୦୧୯ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ସହ ସବିଶେଷ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏସ୍‌ପିସିବି ଟ୍ରିବ୍ୟୁନାଲ ନିର୍ଦ୍ଦେଶ ନ ମାନି ନିରବ ରହିଥିଲା। ଏଥିଯୋଗୁ ଏନ୍‌ଜିଟି ଏସ୍‌ପିସିବି ଉପରେ ଅସନ୍ତୋଷ ପ୍ରକାଶ କରିଛି। ତେବେ ଗତ ୨୪ା୭ା୨୦୧୮ରେ ଏସ୍‌ପିସିବି ତଦନ୍ତ ରିପୋର୍ଟରେ ଭିସା କାରଖାନା ପଛପଟ ଦେଇ ଏକ କଲଭର୍ଟ ଜରିଆରେ ବର୍ଜ୍ୟଜଳ ବାହାରକୁ ନିର୍ଗତ ହେଉଥିବା ଜାଣିବାକୁ ପାଇଥିଲା। ବର୍ଜ୍ୟପାଣି ନମୂନା ସଂଗ୍ରହ କରି ପରୀକ୍ଷା କରିବା ପରେ ସେଥିରେ ସାଇନାଏଡ, କ୍ରୋମିୟମ, ଫେନଲ ଆଦି ରାସାୟନିକ ପଦାର୍ଥ ମିଳିଥିଲା। ଏମ୍ବିଏଣ୍ଟ ଏୟାର କ୍ବାଲିଟି ସିଷ୍ଟମ ମଧ୍ୟ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ବିଷାକ୍ତ ଧୂଳିଧୁଆଁ ବାହାରୁ ଥିବା ଏସ୍‌ପିସିବି ଲକ୍ଷ୍ୟ କରିଥିଲା। କିନ୍ତୁ କୌଣସି ବିହିତ ପଦକ୍ଷେପ ନ ନେଇ ଏସ୍‌ପିସିବି ଗତ ୪ା୮ା୨୦୧୮ରେ ଏକ କାରଣ ଦର୍ଶାଅ ନୋଟିସ ଦେଇ ନିରବ ରହିଥିଲା ା ଏପରିକି କୌଣସି ସମସ୍ୟାର ସମାଧାନ ନ କରି ପୁଣି କାରଖାନା ଚଳାଇବାକୁ ଅନୁମତି ଦେଇଥିଲା ବୋଲି ଏନ୍‌ଜିଟି ନିର୍ଦ୍ଦେଶରେ ଉଲ୍ଲେଖ କରିଛି। ଏହିକ୍ରମରେ ଏସ୍‌ପିସିବି ମୌଳିକ କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହୋଇଛି ବୋଲି ଏନ୍‌ଜିଟି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏହାପରେ କାରଖାନା ନିୟମିତ ଭାବେ ବିଷାକ୍ତ ପାଣି ଚାଷ ଜମିକୁ ଛାଡୁଥବା ସଂକ୍ରାନ୍ତରେ ଆବେଦନକାରୀ ପୁଣି ଅତିରିକ୍ତ ସତ୍ୟପାଠ ଦାଖଲ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଏନ୍‌ଜିଟି ଭିସା ଷ୍ଟିଲ କାରଖାନା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି। ଆବଶ୍ୟକସ୍ଥଳେ ବାୟୁ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅନୁଯାୟୀ କାରଖାନା ବିରୋଧରେ ଆପରାଧିକ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ କାରଖାନାରୁ ଯେପରି ବର୍ଜ୍ୟଜଳ ବାହାରକୁ ନ ଯିବ ସେଥିପାଇଁ ଏସ୍‌ପିସବି ନିଶ୍ଚିତ ହେବା ଜରୁରୀ ବୋଲି ନିର୍ଦ୍ଦେଶରେ ଦର୍ଶାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ମାମଲାକୁ ଶଙ୍କରପ୍ରସାଦ ପାଣି ଓ ଏ.ଡି. ଭୋବେ ପରିଚାଳନା କରୁଥିଲେ। କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ସଭାପତି ତଥା ଆବେଦନକାରୀ ଅଶ୍ୱିନୀ କୁମାର ଧଳ କୁହନ୍ତି, ଦୁର୍ଭାଗ୍ୟର ବିଷୟ ଯେ, ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଏସ୍‌ପିସିବିର କୌଣସି ମାଷ୍ଟର ପ୍ଲାନ ନାହିଁ ା ଏନ୍‌ଜିଟିର ନିର୍ଦ୍ଦେଶକୁ ସେ ସ୍ବାଗତ କରୁଛନ୍ତି। ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ, ଏନ୍‌ଜିଟିର ନିର୍ଦ୍ଦେଶ ଅନୁସାରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
ଫଟୋ ଅଛି ା


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri