ଅଟୋ-ବାଇକ୍‌ ଧକ୍କା, ସରପଞ୍ଚଙ୍କ ମୃତ୍ୟୁ

ଭୋଗରାଇ, ୮।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ଅଧୀନ କମର୍ଦ୍ଦା ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ସେଠୀ (୪୮) ଶୁକ୍ରବାର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ତାଙ୍କ ମୃତ୍ୟୁରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
କମର୍ଦ୍ଦା ସରପଞ୍ଚ ଏକ ବାଇକ୍‌ ଯୋଗେ ଚନ୍ଦନେଶ୍ୱରରୁ ଘରକୁ ଫେରୁଥିବା ବେଳେ ଜଗନ୍ନାଥପୁର ନିକଟ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ବିପରୀତ ଦିଗରୁ ଆସୁଥିବା ଏକ ଆଳୁ ବୋଝେଇ ଟ୍ରକ୍‌ ସହିତ ମୁହାଁମୁହଁି ଧକ୍କା ହୋଇଥିଲା। ସରପଞ୍ଚଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ୧୦୮ ଯୋଗେ ପ୍ରଥମେ ଜଳେଶ୍ୱରପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ସରପଞ୍ଚଙ୍କ ମୃତ୍ୟୁରେ କମର୍ଦ୍ଦା ପଞ୍ଚାୟତ କାର୍ଯ୍ୟାଳୟରେ ଶୋକସଭା କରାଯାଇଥିଲା। ଏଥିରେ ବିଧାୟକ ଅନନ୍ତ ଦାସ, ବ୍ଲକ ଚେୟାରମ୍ୟାନ ମଞ୍ଜୁରାଣୀ ବେହେରାଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି। ସରପଞ୍ଚଙ୍କ ମୃତ୍ୟୁରେ କମର୍ଦ୍ଦା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଶିକ୍ଷକଙ୍କ ସହିତ ୨ ଶିକ୍ଷୟିତ୍ରୀଙ୍କୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଏହି କାରଣ ପାଇଁ…

ନୀଳଗିରି, ୨୭।୪( ପ୍ରଶାନ୍ତ ବିଶ୍ୱାସ ): ବିଦ୍ୟାଳୟ ଅଫିସରେ ତାଲା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାମଲଙ୍କ ସହିତ ଦୁଇ ଶିକ୍ଷୟତ୍ରୀ ଗୃହବନ୍ଦୀ। ବାଲେଶ୍ବର ଜିଲା…

ତେଜିଲା ଅସନ୍ତୋଷ: ପ୍ରଧାନ ଶିକ୍ଷକଙ୍କ ସହ ଦୁଇ ଶିକ୍ଷୟିତ୍ରୀଙ୍କୁ ତାଲା ପକାଇଲେ ଅଭିଭାବକ

ବାଲେଶ୍ୱର,୨୭।୪: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଶାସନପଦା ୟୁଜି ୟୁପି ବିଦ୍ୟାଳୟରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶିକ୍ଷୟିତ୍ରୀଙ୍କ ବଦଳି ନେଇ ଅଭିଭାବକ ଏବଂ…

କେରଳରୁ ଭୁବନେଶ୍ୱର ଆସୁଥିଲା ତୀର୍ଥଯାତ୍ରୀ ବସ୍‌, ବାଟରେ ଓଲଟିପଡ଼ିଲା

ବାଲେଶ୍ୱର,୨୪ା୪(ବାଞ୍ଛାନିଧି ଦେ): ରାଜପଥରେ ଓଲଟିପଡ଼ିଲା ତୀର୍ଥଯାତ୍ରୀ ବସ୍‌। ଫଳରେ ୮ ଜଣ ଗୁରୁତର ହୋଇଛନ୍ତି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଶେରଗଡ଼ ଓଭରବ୍ରିଜ ପାଖରେ ଶୁକ୍ରବାର ରାସ୍ତାକଡ଼କୁ…

ଗାଁ ଓଡ଼ିଶାରେ, ଭୋଟ ଦେଲେ ପଶ୍ଚିମବଙ୍ଗରେ: ଜାଣନ୍ତୁ କେମିତି…

ଭୋଗରାଇ,୨୪ା୪(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ସୀମାକୁ ଲାଗିଥିବା ପଡ଼ୋଶୀ ପଶ୍ଚିମବଙ୍ଗର ୧୬ ଜିଲାରେ ୧୫୨ ବିଧାନସଭା ଆସନ ଲାଗି ପ୍ରଥମ ପର୍ଯ୍ୟାୟ ନିର୍ବାଚନ କଡ଼ା ନିରାପତ୍ତା ମଧ୍ୟରେ ଗୁରୁବାର…

ବସ୍ତାରେ ଗୋରୁର କଟାମୁଣ୍ଡ, ରାସ୍ତାରେ ପଡ଼ିଛି ଗୋ’ମାଂସ, କାର୍ଯ୍ୟାନୁଷ୍ଠାନ ଦାବିରେ…

ବାଲେଶ୍ୱର,୨୦ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ସଦର ବ୍ଲକ କଷାଫଳ ମେରାଇନ ଥାନା ଅନ୍ତର୍ଗତ ଦୁବୁଲାଗଡ଼ି-ରଙ୍ଗାମାଟିଆ ରାସ୍ତାରେ ଗୋ’ମାଂସ ପକାଯିବାକୁ କେନ୍ଦ୍ର କରି ସୋମବାର ଉତ୍ତେଜନା ଦେଖାଦେଇଛି। ପ୍ରତିବାଦରେ ସ୍ଥାନୀୟଲୋକେ…

ରିଲ୍ସ କରିବା ହେଲା କାଳ, ଚଳନ୍ତା ଟ୍ରେନରୁ ଖସିପଡି ଯୁବକ ଗୁରୁତର

ସିମୁଳିଆ,୧୯ା୪(ସନ୍ତୋଷ କୁମାର ନାୟକ): ବାରମ୍ବାର ସଚେତନତା ସତ୍ତ୍ବେ ମଧ୍ୟ ସଚେତନ ହେଉନାହାନ୍ତି ଯୁବତୀ ଯୁବକ । ବେଳେ ବେଳେ ଏହି ରିଲ୍ସ ନିଶା ଜୀବନ ମଧ୍ୟ ନେଉଛି…

ଟିଭି ଦେଖିବାକୁ ମନାକଲେ ମା’, ଝୁଲିପଡିଲେ ନାବାଳିକା

ସିମୁଳିଆ,୧୯ା୪(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା କୁପୁରା ଅଞ୍ଚଳରେ ଅଭାବନୀୟ ଘଟଣା । ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ନାବାଳିକା । ମୃତକ…

ଚୋରା କାଠ ବୋଝେଇ ଗାଡ଼ି ଯାଉଥିବା ଜାଣି ପିଛା କରିଥିଲେ: ମାଡ଼ଖାଇ ଫରେଷ୍ଟ ଡ୍ରାଇଭର ଗୁରୁତର

ସିମୁଳିଆ,୧୯।୪(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା କୁପାରି ଫରେଷ୍ଟ ଡ୍ରାଇଭର ଆତ୍ମାରାମ ଷେଣ୍ଢ(୨୯) ରବିବାର ଦୁବୃର୍ତ୍ତମାନଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri