ଅଟୋ ପାର୍କିଂ, ଯାତ୍ରୀ ପରିବହନରେ କଟକଣା

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ପୋଲିସ ଓ ଆରଟିଓ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯାଇ ବଡ଼ଧରଣର ଜରିମାନା ଆଦାୟ କରାଯାଇଥିଲା। ଫଳରେ ରାଜଧାନୀରେ ବିନା କାଗଜପତ୍ରରେ ଗଡୁଥିବା ଅଧା ଅଟୋ ଗାଏବ ହୋଇଯାଇଥିଲା। କିନ୍ତୁ କାଗଜପତ୍ର ପ୍ରସ୍ତୁତି ପାଇଁ ୩ମାସ ମହଲତ ମିଳିବା ପରେ ଯେଉଁ କଥାକୁ ସେହି କଥା। ଅଟୋ ଚାଳକମାନେ ମନଇଚ୍ଛା ଯେଉଁଠି ପାଇଲେ ପାର୍କିଂ କଲେ ଓ ରାସ୍ତା ମଝିରେ ଅଟକାଇ ଯାତ୍ରୀ ନେଲେ। ଏନେଇ ସାଧାରଣ ଲୋକଙ୍କ ଅସନ୍ତୋଷ ବଢିବା ପରେ ଅଟୋ ପାର୍କିଂ ଓ ଯାତ୍ରୀ ପରିବହନ କ୍ଷେତ୍ରରେ କଟକଣା ଲାଗୁ କରାଯାଇଛି। ରାଜଧାନୀର ୩ଟି ସ୍ଥାନରେ ଅଟୋ ପାର୍କିଂ ଚିହ୍ନଟ କରାଯାଇଛି। ସେଗୁଡିକ ହେଲା କଳ୍ପନା ଛକ, ରାଜମହଲ ଛକ ଓ ବାଣୀବିହାର ଛକ। ଏହି ୩ ସ୍ଥାନରେ କେଉଁଠି ଗାଡି ପାର୍କିଂ କରାଯିବ ତାହା ଟ୍ରାଫିକ ଡିସିପି ସାଗରିକା ନାଥ ଓ ଟ୍ରାଫିକ ଏସିପି କେ.କେ ପାଣିଗ୍ରାହୀ ପରିଦର୍ଶନ କରି ଚିହ୍ନଟ କରିଛନ୍ତି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
କଳ୍ପନା ଛକର ରାଜ୍ୟ ସଂଗ୍ରହାଳୟ ସମ୍ମୁଖରେ କୌଣସି ଗାଡି ପାର୍କିଂ କରାଯିବ ନାହିଁ। କିନ୍ତୁ ବିଏମ୍‌ସି ଅଫିସ୍‌ର ବିପରୀତ ଦିଗ ଅର୍ଥାତ୍‌ ମାଉସୀମା ମନ୍ଦିର ପଟରେ ଅଟୋ ଧାଡି କରି ପାର୍କିଂ କରିବାକୁ କୁହାଯାଇଛି। କୌଣସି ଅଟୋ ରାସ୍ତା ଉପରେ ଏବଂ ଅଗ୍ନିଶମ ଅଫିସ ଓ ରାଜ୍ୟ ସଂଗ୍ରହାଳୟର ୫୦ ମିଟର ପର୍ଯ୍ୟନ୍ତ ପାର୍କିଂ କରିବେ ନାହିଁ। କେବଳ ଅଟୋ ନୁହେଁ, ଅଗ୍ନିଶମ ଅଫିସଠାରୁ ରାଜ୍ୟ ସଂଗ୍ରହାଳୟ ପର୍ଯ୍ୟନ୍ତ କୌଣସି ବସ୍‌, ଟ୍ୟାକ୍ସି, ୪ଚକିଆ ଏବଂ ୨ଚକିଆ ଯାନକୁ ପାର୍କିଂ କରିବାକୁ ମନା କରାଯାଇଛି। ବସ୍‌ଗୁଡିକ ‘ବସ୍‌ ଓ୍ବେ’ ନିକଟରେ ରହିବେ।
ବାଣୀବିହାର ଛକରେ ୩ ସ୍ଥାନରେ ଅଟୋ ପାର୍କିଂ କରିବାକୁ ଅନୁମତି ମିଳିଛି। ସେଗୁଡ଼ିକ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ ଫାଟକ ସମ୍ମୁଖ ବାମପଟ, ମେଟ୍ରୋ ବିଲି୍ଡଂ ସମ୍ମୁଖ ଓ ଆଚାର୍ଯ୍ୟବିହାର ଯିବା ରାସ୍ତାର ବାମପଟ। ସେହିଭଳି ରାଜମହଲ ଛକରେ ମଧ୍ୟ ୩ଟି ସ୍ଥାନ ପାର୍କିଂ ପାଇଁ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଲା ଶିଶୁଭବନ ଯିବା ରାସ୍ତାର ବାମପଟ, ଏଜି ଛକ ଯିବା ରାସ୍ତାର ବାମପଟ ଏବଂ କଳ୍ପନା ଯିବା ରାସ୍ତାର ବାମପଟ।
ରବିବାର ଅପରାହ୍ନରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଟ୍ରାଫିକ ଡିସିପି ସାଗରିକା ନାଥ, ଟ୍ରାଫିକ ଏସିପି କେ.କେ. ପାଣିଗ୍ରାହୀ ଏବଂ ଅଟୋ ମହାସଂଘ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଅଟୋ ଚାଳକମାନେ ଯଦି ମଦ ପିଇ ଗାଡି ଚଳାଇବେ, ୩ଜଣରୁ ଊର୍ଦ୍ଧ୍ୱ ଯାତ୍ରୀ ପରିବହନ କରିବେ ଏବଂ ପାର୍କିଂ ନିୟମ ନ ମାନିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri