‘ଅଞ୍ଚଳଭିତ୍ତିକ ପାରମ୍ପରିକ କୃଷିକୁ ଅଣଦେଖା ନେଇ ଗୃହରେ ଉଦ୍‌ବେଗ’

ଭୁବନେଶ୍ୱର,୧୮ା୭(ବ୍ୟୁରୋ): ରାଜ୍ୟରେ ୬୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ। ହେଲେ ସରକାର କୃଷି ଏବଂ କୃଷକଙ୍କୁ ନେଇ ରହିଥିବା ପ୍ରକୃତ ସମସ୍ୟା ହୃଦୟଙ୍ଗମ କରିବାରେ ଅସମର୍ଥ ବୋଲି ଖର୍ଚ୍ଚଦାବି ଆଲୋଚନା ବେଳେ ଏକାଧିକ ବିରୋଧୀ ସଦସ୍ୟ ମତ ରଖିଛନ୍ତି। ଆଲୋଚନାକୁ ଆରମ୍ଭକରି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ, ପଦ୍ମଶ୍ରୀ ଦୈତାରୀ ନାଏକ ଖାଇବାକୁ ପାଉନାହାନ୍ତି। ଏହି ଖବର ହିଁ ରାଜ୍ୟ ସରକାରଙ୍କ ଅପାରଗତାକୁ ଦର୍ଶାଇଛି। ଗଙ୍ଗାଧର ମେହେରଙ୍କ ନାଁରେ ଜଳସେଚନ ପ୍ରକଳ୍ପ କରାଯାଇଛି, ହେଲେ ପର୍ଯ୍ୟାପ୍ତ ଅର୍ଥ ପ୍ରଦାନ କରାଯାଇନାହିଁ। ତେଣୁ ଏହା ଗଙ୍ଗାଧର ମେହେରଙ୍କ ପ୍ରତି ଅସମ୍ମାନ। ଆଳୁ ମିଶନକୁ ଆଶ୍ରା କରି ଶୀତଳଭଣ୍ଡାର କରିଥିବା ଉଦ୍ୟୋଗୀ ହନ୍ତସନ୍ତ ହେଉଛନ୍ତି। ସୂର୍ଯ୍ୟମୁଖୀ ଚାଷର ଆଦର ଥାଇ ବି ମାର୍କେଟିଙ୍ଗ ପ୍ରକ୍ରିୟା ଠିକ୍‌ ନାହିଁ। ଅନେକ ପାରମ୍ପରିକ କୃଷି ଅବହେଳିତ। ତୃଣମୂଳସ୍ତରରେ ନିଯୁକ୍ତ ଭିଏଲ୍‌ଡବ୍‌ଲ୍ୟୁ ଗ୍ରାମାଞ୍ଚଳକୁ ଗସ୍ତ କରୁ ନାହାନ୍ତି। ଫନୀ ପ୍ରଭାବିତ ପାନଚାଷୀଙ୍କ ବ୍ୟାପକ ଦୁରବସ୍ଥା ରହିଛି। ତେଣୁ ସରକାର ଚାଷୀଙ୍କ ହିତ ପାଇଁ ଏକ ସର୍ବଦଳୀୟ କମିଟି କରି ସ୍ବତନ୍ତ୍ର ଆଲୋଚନା ପାଇଁ ଚେଷ୍ଟା କରନ୍ତୁ ବୋଲି ବିଷ୍ଣୁ ସେଠୀ କହିଛନ୍ତି।
ତାଙ୍କ ପରେ ଶାସକ ସଭ୍ୟ ପ୍ରଫୁଲ ସାମଲ ଏବଂ ପ୍ରମୋଦ ମଲିକ ଖର୍ଚ୍ଚଦାବିକୁ ସମର୍ଥନ କରିଥିଲେ। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ସରକାରଙ୍କୁ କଡା ସମାଲୋଚନା କରିଥିଲେ। ସନ୍ତୋଷ କହିଥିଲେ ଯେ, ଧାନ ବିକିବାକୁ ମଣ୍ଡି ନାହିଁ। ଟ୍ରାକ୍ଟରଟିଏ କିଣିବା ପାଇଁ ସର୍ବନିମ୍ନ ୫ରୁ ୬ ଲକ୍ଷ ଟଙ୍କା ଦରକାର ହୋଇଥାଏ, ହେଲେ ସରକାର ମାତ୍ର ୯୦,୦୦୦ ଟଙ୍କାର ସହାୟତା ଦେଉଛନ୍ତି। ତେଣୁ ସାଧାରଣ ଚାଷୀ କିପରି କିଣିବ ବୋଲି ସାଲୁଜା ପ୍ରଶ୍ନ କରିଛନ୍ତି। ବିରୋଧୀ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି ଯେ, ଚାଷୀ ପାଇଁ ହେଉଥିବା ବଜେଟ ପାଇଁ ରାଜ୍ୟ ସରକାର ବିଶ୍ୱବ୍ୟାଙ୍କ ଉପରେ ନିର୍ଭରଶୀଳ। ପନିପରିବା ଚାଷକୁ ପ୍ରୋତ୍ସାହନ ଦିଆଯିବା ସହ ବିଜୁଳି ସୁବିଧା ମଧ୍ୟ ଯୋଗାଇ ଦେବାର ଆବଶ୍ୟକତା ରହିଛି। ଶାସକ ସଭ୍ୟ ଅନନ୍ତ ଦାସ କହିଥିଲେ ଯେ, ଚାଷରେ ଜୈବିକ ସାର ପ୍ରୟୋଗକୁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ପୂର୍ବଭଳି ଚକବନ୍ଦୀ ବ୍ୟବସ୍ଥା ପ୍ରଚଳନ କରିବା ପାଇଁ ଅନନ୍ତ ପ୍ରସ୍ତାବ ଦେଇଥିଲେ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ସ୍ବତନ୍ତ୍ର କୃଷି ବଜେଟ ଉପସ୍ଥାପନ କରିଦେଲେ କିମ୍ବା ବିଭାଗର ନାମ ପରିବର୍ତ୍ତନ କରିଦେଲେ ଚାଷୀଙ୍କ ଉନ୍ନତି ହେବ ନାହିଁ। ଆଖୁ ଚାଷ ଏବଂ କଫି ଚାଷକୁ ପ୍ରୋତ୍ସାହନ ଦିଆଯାଉନାହିଁ। କୋରାପୁଟର ସ୍ଥାନୀୟ ଚାଷକୁ ଗୁରୁତ୍ୱ ଦିଆଗଲେ ଅନେକ ଲୋକ ଉପକୃତ ହୁଅନ୍ତେ। ମାଛ ପାଇଁ ଆନ୍ଧ୍ର ଉପରେ ନିର୍ଭରଶୀଳ, ହେଲେ ରାଜ୍ୟରେ ଥିବା ପୋଖରୀକୁ ମାଛ ଉତ୍ପାଦନ ନିମନ୍ତେ ବ୍ୟବହାର କରାଯାଉ ନାହିଁ ବୋଲି ତାରା କହିଥିଲେ। ସ୍ବାଧୀନ ସଭ୍ୟ ମକରନ୍ଦ ମୁଦୁଲି କୃଷି ବଜେଟ ଦ୍ୱିଗୁଣିତ କରିବା ସହ ଚାଷୀଙ୍କୁ ସବୁ ପ୍ରକାର ସହାୟତା ଦେବା ପାଇଁ ମତ ରଖିଥିଲେ। ରାୟଗଡ଼ାରେ ଏକ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ଦାବି କରିବା ସହ କପାଚାଷକୁ ପ୍ରୋତ୍ସାହନ ଦେବା ପାଇଁ ମତ ରଖିଥିଲେ। ଆଲୋଚନା ପରେ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବକ୍ତବ୍ୟ ସରିବା ପୂର୍ବରୁ ୨ ବିରୋଧୀ ଦଳ(ଭାଜପା ଓ କଂଗ୍ରେସ) କକ୍ଷତ୍ୟାଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri