ଅଜବ ମୁଦି: ଦେଖିଲେ ଘଡ଼ିଏ ଚାହିଁ ରହିବେ

ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମୁଦିର ବି ଅନେକ ଭୂମିକା ରହିଛି। ହେଲେ ଏଠାରେ ଯେଉଁ ମୁଦିଗୁଡ଼ିକ କଥା କୁହାଯାଉଛି, ତାହା ହୁଏତ କାହାକୁ ପସନ୍ଦ ଆସିପାରେ କିମ୍ବା ନ ଆସିପାରେ ଅଥବା ଏହା ହାତର ସୌନ୍ଦର୍ଯ୍ୟ ବୃଦ୍ଧି ନ କରିପାରେ, ହେଲେ ତା’ର ଅଜବ ଗଠନ ଶୈଳୀକୁ ଦେଖିଲେ ଯେ କେହି ବି ତାକୁ ଘଡ଼ିଏ ଚାହିଁ ରହିବେ…

ମାଉସ୍‌ ରିଂ: ଚୁଇଁ ଚୁଇଁ ମୂଷା ଛୁଆ ଆକୃତିର ହୋଇଥିବା ଏହି ମୁଦିକୁ ହାତରେ ପିନ୍ଧିବାକୁ ହୁଏତ କେହି ପସନ୍ଦ ନ କରିପାରନ୍ତି, ହେଲେ ଏହା ଦେଖିବାକୁ ଭାରି କ୍ୟୁଟ୍‌ ଲାଗିଥାଏ। ମାର୍କେଟ୍‌ରେ ଏବେ ସୁନା ହେଉ କିମ୍ବା ରୁପା ଏପରିକି ଇମିଟେଶନ୍‌ରେ ମଧ୍ୟ ମାଉସ୍‌ ଡିଜାଇନ୍‌ର ରିଂ ମିଳୁଥିବା ଦେଖିବାକୁ ମିଳୁଛି।

ରିୟଲ ଫ୍ଲାଓ୍ବାର ରିଂ: ଏହି ମୁଦିଗୁଡ଼ିକୁ ଏପରି ଡିଜାଇନ୍‌ କରାଯାଇଛି ଯେ, ଲାଗିବ ସତେ ଯେମିତି ଏହି ମୁଦି ଭିତରେ ସତ ସତିକା ଫୁଲ ରହିଛି। ହେଲେ ପ୍ରକୃତରେ ତାହା ସେୟା ନୁହେଁ ଯାହା ଦେଖାଯାଏ। ତଥାପି ବି ଏହା ଫ୍ଲାଓ୍ବାର୍‌ ଡିଜାଇନ୍‌ର ହୋଇଥିବାରୁ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ।

ସ୍କ୍ରାବଲ୍‌ ରିଂ: ଏହି ମୁଦିରେ ଚାରି ଧାଡି ହୋଇ ଇଂଲିଶ ଅକ୍ଷର ‘ଏ ଠାରୁ ଜେଡ୍‌’ ଯାଏଁ ଲେଖା ହୋଇଥାଏ। ଆଉ ସେହି ଚାରି ଧାଡିର ଅକ୍ଷରକୁ ରୋଟେଟିଂ କରି ନିଜ ପସନ୍ଦର କୌଣସି ଶବ୍ଦ ଏହି ମୁଦି ଉପରେ ଲେଖିହୁଏ। ଖାସ୍‌କରି ପ୍ରେମକଟିଏ ନିଜ ପ୍ରେମିକାକୁ ଇମ୍ପ୍ରେସ୍‌ କରିବା ପାଇଁ ଏହି ମୁଦିରେ ଲଭ୍‌ କିମ୍ବା କିସ୍‌ ଭଳି ଶବ୍ଦ ଲେଖିବାର ଷ୍ଟାଇଲ୍‌ ଏବେ ଖୁବ୍‌ ଚାଲିଛି।

ନଟ୍‌ ଆଣ୍ଡ ବୋଲ୍ଟ ଓ୍ବେଡିଂ ରିଂ: ଆଜିକାର ଯୁବପିଢ଼ିମାନେ ଏନ୍‌ଗେଜ୍‌ମେଣ୍ଟ କିମ୍ବା ବିବାହ ସମୟରେ ଥିମ୍‌ ବାଲା ଓ୍ବେଡିଂ ରିଂ ପିନ୍ଧିବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ସେମିତି ଏକ ଥିମ୍‌ ହେଉଛି ନଟ୍‌ ଆଣ୍ଡ ବୋଲ୍ଟ ଓ୍ବେଡିଂ ରିଂ। ନଟ୍‌ ସହ ବୋଲ୍ଟକୁ ଫିଟିଂ କଲେ ତାହା ଯେମିତି ଷ୍ଟ୍ରଙ୍ଗ୍‌ ହୋଇ ରହିଥାଏ, ଠିକ୍‌ ସେମିତି ଏହି ଥିମ୍‌ ବାଲା ଓ୍ବେଡିଂ ରିଂ ପିନ୍ଧିଲେ ସମ୍ପର୍କ ଦୃଢ ହୋଇଥାଏ ବୋଲି ଅନେକଙ୍କ ଧାରଣା ରହିଛି।

ଓ୍ବିଣ୍ଟର ଇନ୍‌ ପାରିସ୍‌ ରିଂ: ଶୀତଦିନେ ପାରିସ୍‌ ବୁଲିଗଲେ ଯେମିତି ତୁଷାରପାତର ନଜିର ଦେଖିବାକୁ ମିଳେ, ଠିକ୍‌ ସେହି ଥିମ୍‌ରେ ଏହି ମୁଦିଟିକୁ ତିଆରି କରାଯାଇଥାଏ। ଏହି ମୁଦିକୁ ଦେଖିଲେ ହିଁ ଯେ କେହି ବୁଝିଯିବେ ଶୀତଦିନେ ପାରିସ୍‌ର ପାଣିପାଗ କେମିତି ରହିଥିବ।

ଡାଇମଣ୍ଡ ରିଂ ଇନ୍‌ ଏ ବକ୍ସ: ଯଦି କୌଣସି ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ସରପ୍ରାଇଜ୍‌ ଗିଫ୍ଟ ଦେବାକୁ ଚାହୁଁଥାନ୍ତି, ତା’ହେଲେ ତାଙ୍କ ପାଇଁ ଏହି ମୁଦିଟି ଗୋଟେ ଭଲ ଅପ୍ସନ ହୋଇପାରିବ। କାରଣ ଏହି ମୁଦିକୁ ଏମିତି ଡିଜାଇନ୍‌ କରାଯାଇଛି ଯେ, ଯାହା ଦେଖିବାକୁ ଗୋଟିଏ ସାଧାରଣ ମୁଦି ପରି ଲାଗିଥାଏ। ହେଲେ ସେହି ମୁଦିରେ ଲାଗିଥିବା ଛୋଟ ବକ୍ସ ଆକୃତିର ଖୋଳକୁ ଖୋଲିଲେ ତାହା ଭିତରେ ଏକ ସୁନ୍ଦର ଡାଇମଣ୍ଡ ଉକ୍ତ ମୁଦି ସହ ଜଏଣ୍ଟ ହୋଇ ରହିଥିବା ଦେଖିବାକୁ ମିଳିଥାଏ।

ଟି-ପାର୍ଟି ରିଂ: ଚା’କୁ କପ୍‌ରେ ଢାଳିକି ପିଇବାର ଷ୍ଟାଇଲ୍‌କୁ ନେଇ ଏହି ମୁଦିଟି ତିଆରି ହୋଇଛି। ଚା’ ପିଇବାକୁ ପସନ୍ଦ କରୁଥିବା ମହିଳାଙ୍କୁ ଦେବା ପାଇଁ ଏହା ଏକ ସୁନ୍ଦର ଗିଫ୍ଟର କାମ କରିଥାଏ।

ସୁଇଟ୍ସ ଫର୍‌ ମାଇଁ ସୁଇଟ୍‌: ଏହି ରିଂ ବା ମୁଦି ଟିକେ ଭିନ୍ନ ଧରଣର ହୋଇଥାଏ। ଖାସ୍‌ କରି ବିଭିନ୍ନ ପ୍ରକାରର ଚକୋଲେଟ୍‌ କିମ୍ବା ସୁଇଟ୍ସର ଥିମ୍‌ରେ ତିଆରି ହୋଇଥାଏ ଏହି ରିଂ। ଯାହା ମିଠା ପ୍ରିୟ ଗର୍ଲଫ୍ରେଣ୍ଡ କିମ୍ବା ପତ୍ନୀକୁ ଦେବା ପାଇଁ ଏକ ଇନୋଭେଟିଭ୍‌ ଗିଫ୍ଟର କାମ କରିଥାଏ।

ଚଢେଇ ବସା ରିଂ: ଚଢେଇବସାରେ ଚଢେଇର ଅଣ୍ଡା ଥୁଆ ହୋଇଥିଲେ ଯେମିତି ଦେଖାଯାଏ ଠିକ୍‌ ସେହି ଥିମ୍‌ରେ ଏହି ମୁଦିକୁ ତିଆରି କରାଯାଇଥାଏ।

ବଟଲ୍‌ର କ୍ୟାପ୍‌ ଖୋଲୁଥିବା ରିଂ: ଏହି ମୁଦି ଟୁ-ଇନ୍‌-ଓ୍ବାନ୍‌ର କାମ କରିଥାଏ। ଏହାକୁ ଆଙ୍ଗୁଠିରେ ପିନ୍ଧି ହାତକୁ ନିଆରା ଲୁକ୍‌ ଦେବା ସହିତ ବଟଲ୍‌ର କ୍ୟାପ୍‌ ଖୋଲିବାରେ ବି ବ୍ୟବହାର କରିହୁଏ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri