Posted inଫୁରସତ

ଅଜବ କଫି ମଗ୍‌

ସକାଳୁ ସକାଳୁ ଗରମାଗରମ କଫି ପିଇବାକୁ ଅନେକଙ୍କୁ ଖୁବ୍‌ ଭଲ ଲାଗେ। ଏପରି କି କର୍ମବ୍ୟସ୍ତତା ଭିତରେ ବି ଟିକେ ରିଫ୍ରେଶିଙ୍ଗ୍‌ ଫିଲ୍‌ ଆଣିବା ପାଇଁ କେହି କେହି କଫିର ସାହାଯ୍ୟ ନେଇଥାନ୍ତି। ତେବେ ଅନେକ ସମୟରେ କଫି ପିଇବାକୁ ପସନ୍ଦ କରୁଥିବା ଲୋକେ ଏହି ପାନୀୟକୁ ଯେତେ ଆନନ୍ଦରେ ପିଇଥାନ୍ତି, ଠିକ୍‌ ସେମିତି ମାର୍କେଟ୍‌କୁ କ’ଣ ସବୁ ଲାଟେଷ୍ଟ ଡିଜାଇନ୍‌ର କଫି ମଗ୍‌ ଆସିଛି, ସେ ଅନୁସନ୍ଧାନରେ ବି ରହିଥାନ୍ତି। ତେବେ ଏଠାରେ ସେମିତି କିଛି ଅଜବ ଡିଜାଇନ୍‌ର କଫି ମଗ୍‌ ସମ୍ପର୍କରେ ଉଲ୍ଲେଖ କରାଗଲା, ଯେଉଁଥିରେ କଫି ପିଇଲେ ଆନନ୍ଦ ଲାଗିବା ସହ ଟିକେ ନିଆରା ଅନୁଭୂତି ମିଳିବ…

ଟ୍ରାନ୍ସପରେଣ୍ଟ କଫି ମଗ୍‌: ଏହି କୁଲ୍‌ କଫି ମଗ୍‌ର ଡିଜାଇନ୍‌ ଏମିତି ଭାବେ କରାଯାଇଛି ଯେ, ଆପଣ ସେହି କଫି ମଗ୍‌ରେ କ’ଣ ପିଉଛନ୍ତି ତାହା ଅନ୍ୟ ଜଣେ ଦୂରରେ ଥାଇ ବି ଖୁବ୍‌ ଭଲ ଭାବେ ଜାଣିପାରିବେ। କାରଣ ଏହି କଫି ମଗ୍‌ଟି ଟ୍ରାନ୍ସପରେଣ୍ଟ କାଚରେ ତିଆରି ହୋଇଥାଏ।

ବିସ୍କୁଟ୍‌ ହୋଲ୍ଡର କଫି ମଗ୍‌: ଏହି କଫି ମଗ୍‌ର ଡିଜାଇନ୍‌ ଏମିତି ଭାବେ କରାଯାଇଛି ଯେ, ଯେଉଁଥିରେ ଏକକାଳୀନ ବିସ୍କୁଟ ଓ କଫିକୁ ରଖିହେବ। ସେ ପୁଣି ଅଲଗା ଅଲଗା। ଏହି ଲାଟେଷ୍ଟ ଡିଜାଇନ୍‌ର କଫି ମଗ୍‌ ଦେଖିବାକୁ ଯେମିତି ଆଟ୍ରାକ୍ଟିଭ୍‌ ଲାଗିଥାଏ, ଏଥିରେ କଫି ପିଇଲେ ବି ଟିକେ ନିଆରା ଫିଲ୍‌ ହୋଇଥାଏ। ଏଥିରେ ଏକକାଳୀନ କଫି ପିଇବା ସହ ବିସ୍କୁଟ୍‌ ଖାଇବାକୁ ବି ସୁବିଧା ହୁଏ।

ରାଗ ଅଭିମାନ କମାଇବ କଫି ମଗ୍‌: କଫି ମଗ୍‌ ପୁଣି କାହାର ରାଗ ଅଭିମାନ କମାଇବ ଶୁଣି ଆଶ୍ଚର୍ଯ୍ୟ ଲାଗୁଚି ନା! ହେଲେ ଏହା ସତ। କାରଣ ଏହି କଫି ମଗ୍‌ରେ ଏକ ସ୍ବତନ୍ତ୍ର ମେସେଜ୍‌ ଲେଖାଥାଏ, ଯାହାକୁ ପଢ଼ିଲେ ରାଗିଥିବା ଲୋକର ରାଗ କମିଯାଇ ଓଠରେ ହସ ଭରିଯାଏ।

ଗଲ୍‌ଫ ମଗ୍‌: ଗଲ୍‌ଫ ଖେଳିବାକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। କାରଣ ସେମାନଙ୍କ ପାଇଁ ଏମିତି ଏକ ମଗ୍‌ ଆସିଗଲାଣି, ଯେଉଁଥିରେ କଫି ପିଇବାର ମଜା ନେବା ସହ ତାକୁ ଟେବୁଲ୍‌ ଉପରେ ଥୋଇ ସେମାନେ ସେଥିରେ ଗଲ୍‌ଫ ବି ଖେଳିପାରିବେ।

ସ୍ମାଇଲିଂ କଫି ମଗ୍‌ : ସ୍ମାଇଲିଂ ବା ହସ ହସ ମୁହଁର ଚିତ୍ର ଥିବା କଲରଫୁଲ୍‌ ମଗ୍‌ରେ କଫି ପିଇଲେ ରିଲାକ୍ସ ଫିଲ୍‌ ହେବା ସହ ମନ ବି ପ୍ରଫୁଲ୍ଲ ରହିଥାଏ। ସେଥିପାଇଁ ଏବେ ଏହି ଷ୍ଟାଇଲ କଫି ମଗ୍‌ର ଭଲ ଡିମାଣ୍ଡ ରହୁଥିବା ଦେଖିବାକୁ ମିଳୁଛି।

ନିନ୍‌ଜା କଫି ମଗ୍‌: ନିନ୍‌ଜା ମାସ୍କ ଲାଗିଥିବା ଏହି କଫି ମଗ୍‌ କେବଳ ବୟସ୍କ ନୁହେଁ, ଛୋଟ ଛୋଟ ପିଲାମାନଙ୍କୁ ବି ଖୁବ୍‌ ପସନ୍ଦ ଆସିଥାଏ। ବୟସ୍କମାନେ ଏଥିରେ କଫି ପିଉଥିବା ବେଳେ ପିଲାମାନେ ଏଥିରେ କ୍ଷୀର ଓ ହର୍ଲିକ୍ସ ପିଉଥିବାର ଦେଖିବାକୁ ମିଳେ।

ଆପେଆପେ କଫି ଫେଣ୍ଟି ହେଉଥିବା ମଗ୍‌ : ଏହି କଫି ମଗ୍‌ରେ ଏକ ସ୍ବତନ୍ତ୍ର ସୁଇଚ୍‌ ରହିବା ସହ ମଗ୍‌ର ତଳଭାଗରେ କଭର ହୋଇକି ବ୍ୟାଟେରୀ ବି ଥାଏ। ଯଦ୍ୱାରା ଏହି ମଗ୍‌ରେ କଫି ଓ କ୍ଷୀରକୁ ପକାଇ ସୁଇଚ୍‌ ଟିପିଦେଲେ ଏହା ଆପେଆପେ ଫେଣ୍ଟିହୋଇ କଫି ପ୍ରସ୍ତୁତ ହୋଇଯାଏ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri