ଅଜନା ରୋଗ୍‌ରେ ଖଟେ ପଡ଼ିଛନ୍‌ ପଙ୍କଜ

ଲୋଇସିଂହା, ୧୫।୧୦(ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଝରଣୀପାଲି ଗଁାର ପଙ୍କଜ ମାଝି(୩୦)। ଭେଁଡ଼ା ବଏସେ ସେ କେହେନ୍‌ସି ଗୁଟେ ଅଜନା ରୋଗ୍‌ ପରଭାରେ ଖଟେ ପଡ଼ିରହିଛନ୍‌। ହେଲେ ଅଭାବ ଅନାଟନ ଲାଗି ଉଚ ଚିକିଛା କରେଇ ନାଇଁ ପାରବାର। ଇଆଡ଼େ ବୁଢ଼ି ମା’ ମୁଢ଼ି ବିକି କୁଟୁମ ପୁଷୁଥିଲାବେଲେ ପୁଓର ଚିକିଛା ଚିନ୍‌ତାରେ ହରମେଶା ଘାରି ହେଉଛନ୍‌।
ସୂଚନାମତେ,ଝରଣୀପାଲି ପଞ୍ଚାୟତ ସଦର ଗାଁର ଅର୍ଜୁନ ମାଝି ଆର ସୁରୁନନୀ ମାଝିକଁର ଦୁଇ ପୁଓ ପଙ୍କଜ ଆର ରଞ୍ଜିତ। ପରିବାରଟା ନିହାତି ଗରିବ୍‌। କୁଟୁମଟା ମୁଢ଼ି ବିକି ଯାହା ରୁଜଗାର କରୁଛନ୍‌ ସେଥ୍‌ରେ ତାକର ପରିବାର ଚଲୁଛେ। ଏନ୍‌ତା ଅଭାବ ଅନାଟନ ଲାଗି ବଡ଼ପୁଓ ପଙ୍କଜ ଦାଦନ ଖଟି ଯାଇଥିଲେ। ହେଲେ ସେଠାନେ କେହେନ୍‌ସି ଅଜନା ରୋଗ୍‌ରେ ପଡ଼ଲାରୁ ସେ ଘରକେ ପଲେଇ ଆଏଲେ। ଗରିବ୍‌ ମା’ବାପ୍‌ ପୁଓର ଅବସ୍‌ତା ଦେଖି ଧାରଉଧାର କରି ବଲାଙ୍ଗୀର, ସମ୍ବଲପୁରକେ ଚିକିଛା ଲାଗି ନେଇଥିଲେ। ହେଲେ କିଛି ଲାଭ ନାଇଁ ହେଲା। ପଙ୍କଜର ଅଁଟାରୁ ଗୋଡ଼୍‌ ତକ୍‌ ଅଚଲ ହେଇଗଲା। ଏହେଦେ ସେ ଘରେ ଗଛ୍‌ ଲେଖେଁ ଖଟେ ପଡ଼ି ରହିଛନ୍‌, ହଲ୍‌ଚଲ ବି ହେଇ ନାଇଁପାରବାର। ଇଆଡ଼େ ଉଚ ଚିକିଛା ଅଭାବୁ ଦିନୁଦିନ୍‌କେ ପଙ୍କଜର ଅବସ୍‌ତା ଆହୁରି ବିଗିଡ଼ତେଲ ଯାଉଛେ। ଘଟନା ବାବ୍‌ଦେ ଖବର ପାଇ ଥାନୀଅ ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେଶନର ମେମର ଅଜିତ ବେହେରା ଆର ଅମିତ ମେହେର ପଙ୍କଜକଁର ଘରକେ ଯାଇ ପରିବାର ଲୁକ୍‌କର ସଂଗେ ଆଲୋଚନା କରିଛନ୍‌। ଫାଉଣ୍ଡେଶନର ସଭାପତିକୁଁ ଘଟନା ବାବ୍‌ଦେ ଜନେଇ ଜିଲା ପରଶାସନ ଆର ସୁଆସ୍‌ତିଅ ବିଭାଗକେ କହି ପଙ୍କଜକଁର ଚିକିଛା ସୁବିଧା କରାଯିବା ବଲି ସେମାନେ ପରିବାର ଲୁକ୍‌କୁ କହିଛନ୍‌। ଇ ଦିଗେ ଜିଲାପାଳ ଦୁରୁଷ୍‌ଟି ଦେଇ ପଙ୍କଜକଁର ଉଚ ଚିକିଛା ବେବସ୍‌ତା କରବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳିପୁଟ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri