ପାପଡାହାଣ୍ଡି,୨୮।୨(ଡି.ଏନ.ଏ.) – ଅଜଣା ରୋଗରେ ଆକ୍ରାନ୍ତ ହୋଇ ଜଣେ ଛାତ୍ରଙ୍କ ହାତ ଗୋଡ କାମ କରୁନି। ଛାତ୍ର ଜଣକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। କିନ୍ତୁ ପରିବାର ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଛାତ୍ର ଜଣକୁ ଡାକ୍ତରଖାନା ନେବାକୁ ରାଜି ହେଉ ନାହାନ୍ତି। ଡାକ୍ତରଖାନାରେ ଚିକିତ୍ସା ପରିବର୍ତ୍ତେ ଘରେ ଝଡାଫୁଙ୍କା କରୁଛନ୍ତି। ଏପରି ସ୍ଥିତିରେ ଛାତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି। ଏପରି ଘଟଣା ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାଝିଗୁଡା ପଞ୍ଚାୟତ ଡମୁଗୁଡାରେ ଦେଖିବାକୁ ମିଳିଛି।
ଡମୁଗୁଡାର ଯଦୁ ମୁଦୁଲି । ବୟସ ମାତ୍ର ୭ ବର୍ଷ । କେଶବଗୁଡା ସ୍କୁଲ ଯାଇ ପାଠ ପଢୁଥିଲେ। ଗତ ୨୧ ତାରିଖରେ ଯଦୁଙ୍କୁ ଜ୍ୱର ହୋଇଥିଲା । ତାପରେ ହାତ ଗୋଡ଼ କାମ କଲାନି। ପରିବାର ଲୋକେ ନିକଟସ୍ଥ ମେଡିକାଲ ନେଇଥିଲେ। ପରେ ନବରଙ୍ଗପୁର ଓ କୋରାପୁଟ ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ଅଧିକା ଚିକିତ୍ସା ଲାଗି ବ୍ରହ୍ମପୁର ନେବା ଲାଗି ପରାମର୍ଶ ଦେଇଥିଲେ । କିନ୍ତୁ ଅର୍ଥ ଅଭାବରୁ ପରିବାର ଲୋକ ଯଦୁୁଙ୍କୁ ଘରକୁ ଲୁଚାଇ ନେଇ ଆସିଥିଲେ। ବର୍ତ୍ତମାନ ଯଦୁର ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିବା ସହ ପାଟି ପଡିଯାଇଛି। ସେ ବିଛଣାରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ପରିବାର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଘରେ ଗୁଣିଆ ଡକାଇ ଝଡା ଫୁଙ୍କା ଚଳାଇଛନ୍ତି । ଖବର ପାଇ ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀ ଗୁରୁବାର ଡମୁଗୁଡା ଯାଇ ପରିବାର ଲୋକଙ୍କୁ ବୁଝାଶୁଝା କରିବା ପରେ ମଧ୍ୟ ମେଡିକାଲ ନେବାକୁ ବାପା ମିଟୁ ମୁଦୁଲି ରାଜି ହୋଇନଥିଲେ । ପରେ ଭ୍ରାମ୍ୟମାନ ଗାଡିର ଡାକ୍ତରୀ ଦଳ ଯାଇ ଯଦୁଙ୍କୁ ଡାକ୍ତରଖାନା ନେବା ପାଇଁ ମିଟୁ ଓ ପରିବାରଙ୍କୁ ବୁଝାଇ ଥିଲେ ମଧ୍ୟ ସେମାନେ ରାଜି ହୋଇ ନ ଥିଲେ। ମିଟୁଙ୍କ ଉଚ୍ଚ ଚିକିତ୍ସାର ଆବଶ୍ୟକତା ଥିବାରୁ ପ୍ରଶାସନ ତରଫରୁ ମିଟୁଙ୍କ ପରିବାରକୁ ବୁଝାଇ ଚିକିତ୍ସା କରାଇବା ଆଶ୍ୟକତା ରହିଛି ।
Posted inଆମ ଜିଲା ଖବର, ନବରଙ୍ଗପୁର View All
ଭଙ୍ଗା ଆଜବେଷ୍ଟସ୍ ଘରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢ଼ା
ଆଳି,୧୫ା୧୧(ବନମାଳୀ ସେନାପତି): କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାର ଗୁଣବତ୍ତା ବୃଦ୍ଧି ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଉଦ୍ଦିଷ୍ଟ ଯୋଜନାଗୁଡ଼ିକ ବହୁ ବିଦ୍ୟାଳୟରେ ଉପଲବ୍ଧ…
ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ: ଏକାଠି ହେଲେ କନ୍ଧମାଳ,ଗଜପତିର ଆଦିବାସୀ ସମାଜ
ବ୍ରାହ୍ମଣୀଗାଁ,୧୫।୧୧(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଶିବ ମନ୍ଦିର ପଡ଼ିଆରେ ରବିବାର ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।…
ଗୁଣପୁରରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ
ଗୁଣପୁର,୧୫।୧୧(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା…
ଠେଙ୍ଗାରେ ଆକ୍ରମଣ କରି ହତ୍ୟା ଉଦ୍ୟମ, ଜେଲ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୧୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଶ୍ରୀଚନ୍ଦନପୁର ଗ୍ରାମର ବିରୁପାକ୍ଷ ମହାପାତ୍ରଙ୍କୁ ଗ୍ରାମର ହିନ ଗଉଡ଼(୫୦) ଶନିବାର ଅପରାହ୍ନରେ ଏକ ଠେଙ୍ଗାରେ ଆକ୍ରମଣ କରି…
ମାଡ଼ି ଆସୁଛି ବାତ୍ୟା: ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ଆଗୁଆ ପ୍ରସ୍ତୁତି
ପୁରୁଷୋତ୍ତମପୁର,୧୫।୧୧(ସବିତା ମିଶ୍ର): ପୁଣି ଏକ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୁଷୋତ୍ତମପୁର ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ସହ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ…
ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ , ବିଧାୟକ କହିଲେ…
ତୁମୁଡ଼ିବନ୍ଧ,୧୫।୧୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ତୁଟୁଲୁବାଠାରେ ନୂତନ ଭାବେ ନିର୍ମିତ ହୋଇଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାଷୀ…
ଦାଦନ ଖଟିବାକୁ ବେଙ୍ଗାଲୁରୁ ଯାଇଥିଲେ, ଘରକୁ ଫେରିବା ବେଳେ ଚାଲିଗଲା ଜୀବନ
କୋକସରା,୧୫ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାମ ଅନ୍ବେଷଣରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା କୋକସରା ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ମୁଷାପାଲି…
ସମ୍ଭାବ୍ୟ ବାତ୍ୟାକୁ ନେଇ ଭଞ୍ଜନଗର ପ୍ରଶାସନର ତତ୍ପରତା, ଜଳଭଣ୍ଡାରରୁ ଆଜି ରାତି ୯ଟାରୁ ଛଡ଼ାଯିବ ପାଣି
ଭଞ୍ଜନଗର,୧୫ା୧୧(ବାବୁଲା ପ୍ରଧାନ): ଆସନ୍ତା ୧୮ ଓ ୧୯ ତାରିଖରେ ଗଞ୍ଜାମ ଜିଲାରେ ପୁଣି ସମ୍ଭାବ୍ୟ ବାତ୍ୟା ଆଶଙ୍କା ଦେଖାଦେଇଛି । ଗତ ୨୯ ତାରିଖରେ ବାତ୍ୟା ଓ…

