ଅଚଳାବସ୍ଥାରେ ୱାଟର ଏଟିଏମ୍‌

ବ୍ରହ୍ମପୁର ଅଫିସ,୧୬ା୩: ଆଗକୁ ଆସୁଛି ଗ୍ରୀଷ୍ମ ଋତୁ। ବ୍ରହ୍ମପୁର ମହାନଗରବାସୀ ଓ ବାହାରୁ ସହରକୁ ଆସୁଥିବା ଜନସାଧାରଣଙ୍କ ପାଇଁ ବିଶୁଦ୍ଧ ଜଳ ଯୋଗାଣ ନିମନ୍ତେ ମହାନଗର ନିଗମ ପକ୍ଷରୁ ଏକ ଓ୍ବାଟର ଏଟିଏମ୍‌ର ବ୍ୟବସ୍ଥା କରାଯାଇଥିଲା।
କିନ୍ତୁ ତାହା ୯ରୁ ୧୦ ମାସ କାର୍ଯ୍ୟକ୍ଷମ ହେବା ପରେ ବର୍ତ୍ତମାନ ଅଚଳ ହୋଇ ପଡ଼ିଛି। ଏବେ ଠାରୁ ଧୀରେ ଧୀରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେଲାଣି। ଫଳରେ ଜନସାଧାରଣଙ୍କ ଲାଗି ଜଳର ଆବଶ୍ୟକତା ରହିଛି । କିନ୍ତୁ ଅଚଳ ଜଳ ଏଟିଏମ୍‌ ଉପରେ ମହାନଗର ନିଗମର ଦୃଷ୍ଟି କାହିଁକି ପଡ଼ୁନି ବୋଲି ସହରବାସୀ ଅଭିଯୋଗ କରିଛନ୍ତି। ଜଳସଙ୍କଟ ଦୂର ଲାଗି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏକ ସଂସ୍ଥା ଦ୍ୱାରା ପିପିପି ମୋଡ଼ରେ ବିଭିନ୍ନ ଜନଗହଳି ପୂର୍ଣ୍ଣ ଅନ୍ନପୂର୍ଣ୍ଣା ବଜାର, ପୁରୁଣା ବସ୍‌ଷ୍ଟାଣ୍ଡ ଆହାର କେନ୍ଦ୍ର ଓ ରେଳଷ୍ଟେଶନ ଆହାର କେନ୍ଦ୍ର ନିକଟରେ ଜନସାଧାରଣଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇବା ନିମନ୍ତେ ଜଳ ଏଟିଏମ୍‌ର ବ୍ୟବସ୍ଥା କରାଯାଇଥିଲା। ଅନ୍ନପୂର୍ଣ୍ଣା ବଜାରରେ ଲାଗିଥିବା ବାୟୁମଣ୍ଡଳୀୟ ଆଧୁନିକୀକରଣର ଏକ ଯନ୍ତ୍ର । ଯାହାକି ବାୟୁମଣ୍ଡଳରୁ ପବନ ସଂଗ୍ରହ କରି ଏଥିରେ ଥିବା ଆର୍ଦ୍ରତାକୁ ଶୁଦ୍ଧ ପାନୀୟ ଜଳରେ ପରିଣତ କରିବ। ଏହା ପ୍ରାୟ ୧୩.୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା।
ଏହି ଯନ୍ତ୍ର ଦିନକୁ ୩୦୦ ଲିଟର ଜଳ ଉତ୍ପାଦନ କରିବାର କ୍ଷମତା ରହିଛି। ସେହିପରି ଅନ୍ୟ ଦୁଇଟି ସ୍ଥାନରେ ଲାଗିଥିବା ଜଳ ଏଟିଏମ୍‌ ୧୧ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିଲା । ଏହାର କ୍ଷମତା ଥିଲା ଘଣ୍ଟାରେ ୨୫୦ ଲିଟର ବିଶୁଦ୍ଧ ଜଳ ଯୋଗାଇ ପାରିବ। ଉକ୍ତ ଏଟିଏମ୍‌ କେନ୍ଦ୍ରଗୁଡ଼ିକରେ ଅଳ୍ପ ଦରରେ ଉଭୟ ଥଣ୍ଡା ଓ ଗରମ ଜଳ ମିଳିବାର ବ୍ୟବସ୍ଥା ରହିଥିଲା। କିନ୍ତୁ ଏହା ସହରବାସୀଙ୍କୁ କିଛି ମାସ ଜଳ ଯୋଗାଇବା ପରେ ଅଚଳ ହୋଇ ପଡ଼ିିଛି। ୧୧ ଲକ୍ଷ ଟଙ୍କା ବ୍ୟୟରେ ଏହି ଯନ୍ତ୍ରଗୁଡ଼ିକ ସ୍ଥାପନ କରାଯାଇଥିଲା। କିନ୍ତୁ ତାହା ବର୍ତ୍ତମାନ ଅଚଳାବସ୍ଥାରେ କାହିଁକି ପଡ଼ି ରହିଛି ବୋଲି ସହରର କେତେକ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ପ୍ରତ୍ୟେକ ଦିନ ସହରକୁ ଆସୁଥିବା ହଜାର ହଜାର ସାଧାରଣ ଜନତା ଜଳ ଟୋପାଏ ପାଇଁ ଶୋଷରେ ଢ଼ହଳବିକଳ ହେଉଥିବା ଦେଖିବାକୁ ମିଳୁଛି। ଏହି ଜଳ ଏଟିଏମ୍‌ଗୁଡ଼ିକୁ ଅତି ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ସହରବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରୁ,ଏହି ଜଳ ଏଟିଏମ୍‌ଗୁଡ଼ିକ ଅଚଳାବସ୍ଥା ନେଇ ଡ଼େଲ୍‌ଟା ପିଓର୍‌ ସଂସ୍ଥାକୁ ଆମେ ଜଣାଇଛୁ। ସେହି ସଂସ୍ଥା କହିବାନୁଯାୟୀ, ଜଳ ଏଟିଏମ୍‌ଗୁଡ଼ିକର କେତେକ ଯନ୍ତ୍ରାଂଶ ଖରାପ ହୋଇ ଯାଇଛି। ଫଳରେ ସେଗୁଡ଼ିକ ଅଚଳ ହୋଇ ରହିଛି।
ଉକ୍ତ ଯନ୍ତ୍ରାଂଶଗୁଡ଼ିକ ଚାଇନାରୁ ଆସିବାର ଥିଲା। କିନ୍ତୁ କରୋନା ପାଇଁ ତାହା ଆସିପାରୁ ନାହିଁ, ସେଗୁଡ଼ିକ ଆସିଲେ ଜଳ ଏଟିଏମ୍‌ଗୁଡ଼ିକ ପୁଣି ଥରେ କାର୍ଯ୍ୟକ୍ଷମ ହୋଇପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri