ଅଙ୍କିତାଙ୍କୁ ସତର୍କ କରାଇଲେ ବିବେକ: କହିଲେ ଏବେ ସେମାନେ ତୁମ ପଛରେ ପଡ଼ିଯିବେ

ବମ୍ବେ: ଦୀର୍ଘ ଛଅ ବର୍ଷରୁ ଅଧିକ ସମୟ ସୁଶାନ୍ତ ସିଂ ରାଜପୁତଙ୍କ ସହ ସମ୍ପର୍କରେ ଥିଲେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। କୌଣସି କାରଣକୁ ନେଇ ଉଭୟ ଅଲଗା ହେବାକୁ ସ୍ଥିର କରିଥିଲେ। ଉଭୟ ଉଭୟଙ୍କୁ ସମ୍ମାନ ଜଣାଇ କେହି କାହା ସମ୍ପର୍କରେ ରହି ନ ଥିଲେ। ଏହାକୁ ଚାରି ବର୍ଷ ବିତିଥିବା ବେଳେ ହଠାତ ସୁଶାନ୍ତଙ୍କ ମୃତ୍ୟୁ ଖବରକୁ ଗ୍ରହଣ କରିପାରି ନ ଥିଲେ ଅଙ୍କିତା। ଘଟଣାକୁ ବିଶ୍ୱାସ କରିବାକୁ ତାଙ୍କୁ ଏକ ମାସରୁ ଅଧିକ ସମୟ ଲାଗିଲା। ଏବେ ସେ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେଇ ସୁଶାନ୍ତଙ୍କ ମୃତ୍ୟୁ ପଛର କାରଣ ଜାଣିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି।

ସାକ୍ଷାତକାରରେ ଅଙ୍କିତା କହିଥିଲେ ସୁଶାନ୍ତ ଜୀବନକୁ ଭଲ ପାଉଥିବା ଜଣେ ଯୁବକ ଥିଲେ। ଏଣୁ ସେ ଆତ୍ମହତ୍ୟା କରିଥିବା ଘଟଣାକୁ ସ୍ବିକାର କରିହେଉନାହିଁ। ଯଦି ବି ସେ ଆତ୍ମହତ୍ୟା କରିଛନ୍ତି ତେବେ ଏହାର କାରଣ ଜାଣିବାକୁ ଚାହିଁବି। କାରଣ ସାମାନ୍ୟ କାରଣକୁ ନେଇ ସେ ଏଭଳି ପଦକ୍ଷେପ ଗ୍ରହଣ କରିବା ପିଲା ନ ଥିଲେ। ଅଙ୍କିତାଙ୍କ ଏହି କଥା ଏବେ ଗଣମାଧ୍ୟମର ଶିରୋନାମା ପାଲଟିଛି। ଅପରପକ୍ଷେ ଏଭଳି କଥା କହିବା ପରେ ଅଙ୍କିତାଙ୍କୁ ସତର୍କ ରହିବାର ଆବଶ୍ୟକତା ଅଛି ବୋଲି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କହିଛନ୍ତି।

ବିବେକ ଏକ ଟୁଇଟ୍‌ କରି କହିଛନ୍ତି, ସୁଶାନ୍ତ ପ୍ରକୃତରେ ଅବସାଦଗ୍ରସ୍ତ ନ ଥିଲେ। ଲୋକମାନେ ତାଙ୍କୁ ବୁଝିବାରେ ଭୁଲ କରୁଛନ୍ତି। କାରଣ ସାଧାରଣ ଲୋକ ଅସାଧାରଣ ଲୋକଙ୍କୁ ବୁଝିପାରିବେ ନାହିଁ। ସାବାସ୍‌ ଅଙ୍କିତା। ହେଲେ ନିଜର ଧ୍ୟାନ ରଖ। ଏବେ ସେମାନେ ତୁମ ପଛରେ ପଡ଼ିଯିବେ। ଭଗବାନ ତୁମକୁ ଶକ୍ତି ଦିଅନ୍ତୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri