ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା

ଉଲୁଣ୍ଡା, ୨୭ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ସଦର ଥନାପତି ପଡାରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨ପରିବାରର ୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ବିପନ୍ନମାନେ ହେଲେ ପଡାର ଚମ୍ପେଶ୍ୱର ଥନାପତି ଏବଂ ଆଲୋକ ଦେହେରି। ସବୁଦିନ ଭଳି ଉଭୟ ପରିବାର ସଦସ୍ୟ ଘରେ ଶୋଇ ପଡିଥିଲେ। ରାତି ପ୍ରାୟ ୧୨ଟାରେ ଘର ନିଆଁ ଲାଗି ଜଳୁଥିବା ଦେଖାଯାଇଥିଲା। ଫଳରେ ଉଭୟ ପରିବାରର ସମସ୍ତ ସଦସ୍ୟ ଜୀବନ ବଞ୍ଚାଇ ଘରୁ ବାହାରି ଆସିଥିଲେ। ଚମ୍ପେଶ୍ୱରଙ୍କ ୩ ବଖରା ଘର ସମେତ ମହଜୁଦ ଥିବା ୧୦ ପ୍ୟାକେଟ ଚାଉଳ, ୧୨ ପାକେଟ ଧାନ ଏବଂ ସମସ୍ତ ଆସବାବ ପତ୍ର ପୋଡିଯାଇଛି। ଏହାସହ ଆଲୋକଙ୍କ ଦୁଇ ବଖରା ଘର ସମେତ ପରିବାରର ସମସ୍ତ ଆସବାବପତ୍ର ପୋଡିଯାଇଛି। ଖବର ପାଇ ଉଲୁଣ୍ଡା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲାବେଳକୁ ସବୁକିଛି ଶେଷ ହୋଇଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଉଲୁଣ୍ଡା ସରପଞ୍ଚ ସନ୍ତୋଷିନୀ ଭୋଇଙ୍କ ସମେତ ବ୍ଲକ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲାପରେ ୫୦ କେଜି ଚାଉଳ ଏବଂ ପଲିଥିନ ଯୋଗାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଙ୍ଗାଲିରେ ଏନକାଉଣ୍ଟର: କୋଡିନ୍‌ କଫ୍‌ସିରପ୍‌ ଚାଲାଣକାରୀଙ୍କୁ….

ସମ୍ବଲପୁର, ୨୦।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ରେଙ୍ଗାଲି ଥାନା…

ନକଲି ଫେସ୍‌ବୁକ୍‌ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ

ସମ୍ବଲପୁର,୧୮ା୯(ପ୍ରମୋଦ ବହିଦାର): ଫେସ୍‌ବୁକରେ ନକଲି ଆଇଡି ଖୋଲି ଟଙ୍କାକୁ ଦ୍ୱିଗୁଣ କରିଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଭଉଣୀଙ୍କ ସହ ଭାଇଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?