ଅଗ୍ନି ନିରାପତ୍ତା ନିର୍ଦ୍ଦେଶାଳୟରେ ଅଦଳବଦଳ

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ଓଡ଼ିଶା ଅଗ୍ନି ଓ ବିପର୍ଯ୍ୟୟ ପ୍ରଶମନ ଏକାଡେମୀ(ଓଏଫ୍‌ଏଡିଆରଏ)ର ନିର୍ଦ୍ଦେଶକ(ସିଏଫ୍‌ଓ) ମହେଶ୍ୱର ସ୍ବାଇଁଙ୍କୁ ଫାୟାର ପ୍ରିଭେନ୍‌ସନ ୱିଙ୍ଗ୍‌ ଅଫ୍‌ ଦ ଡାଇରେକ୍ଟୋରେଟ୍‌ ଅଫ୍‌ ଫାୟାର ସର୍ଭିସର ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶାନାମା ଆସିବା ପର୍ଯ୍ୟନ୍ତ ମହେଶ୍ୱର କେବଳ ପୂର୍ବଭଳି ନିର୍ଦ୍ଦେଶକ(ସିଏଫ୍‌ଓ), ଓଡ଼ିଶା ଅଗ୍ନି ଓ ବିପର୍ଯ୍ୟୟ ପ୍ରଶମନ ଏକାଡେମୀର ଦାୟିତ୍ୱ ତୁଲାଇବେ। ଏ ନେଇ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ନଂ-୫୧୬୪୭ରେ ଉଲ୍ଲେଖ କରାଯାଇଛି। ଅଗ୍ନିସେବା ନିର୍ଦ୍ଦେଶାଳୟର ମୁଖ୍ୟ ଅଗ୍ନି ନିରାପତ୍ତା ଅଧିକାରୀ(ସିଏଫ୍‌ଓ)ସୁକାନ୍ତ ସେଠୀଙ୍କୁ ମୂଳ ଦାୟିତ୍ୱ ସହ ନିର୍ଦ୍ଦେଶାଳୟସ୍ଥିତ ଅଗ୍ନି ପ୍ରଶମନ ଶାଖାର ଅତିରିକ୍ତ ଦାୟିତ୍ୱପ୍ରଦାନ କରାଯାଇଛି। ଅଗ୍ନି ନିରାପତ୍ତା ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀଙ୍କୁ ଭବାନୀପାଟଣା ସର୍କଲକୁ ବଦଳି କରାଯାଇଛି। ସେହିପରି ଭବାନୀପାଟଣା ସର୍କଲ ଅଗ୍ନି ନିରାପତ୍ତା ଉପ ନିର୍ଦ୍ଦେଶକ ସଲିଲ ପ୍ରକାଶ କିଣ୍ଡୋଙ୍କୁ କଟକସ୍ଥିତ ଅଗ୍ନି ନିରାପତ୍ତା ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଛି। ଉପରୋକ୍ତ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ ଗଣମାଧ୍ୟମକୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଉତ୍ତେଜନା ଭିତରେ ଭାରତ-ଚାଇନା ମୁହାଁମୁହିଁ, ସୀମାରେ ହଲଚଲ!

ନୂଆଦିଲ୍ଲୀ,୧୪।୪: ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକୁ କାଳ୍ପନିକ ନାମ ଦେବା ବିରୋଧରେ ଭାରତର ପ୍ରତିବାଦ ପରେ, ଚାଇନା ମଙ୍ଗଳବାର (୧୪ ଏପ୍ରିଲ, ୨୦୨୬) ଆଉ ଏକ ଆପତ୍ତିଜନକ ବିବୃତ୍ତି…

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

କିଏ ସେହି ସମ୍ରାଟ ଚୌଧୁରୀ, ଯିଏ ହେବେ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ: ୧୯ ବର୍ଷ ବୟସରୁ ହୋଇଥିଲେ ମନ୍ତ୍ରୀ

ପାଟନା,୧୪।୪: ବିହାରରେ ଏକ ନୂତନ ରାଜନୈତିକ ଯୁଗ ଆରମ୍ଭ ହେବାକୁ ଯାଉଛି। ରାଜ୍ୟକୁ ଏହାର ନୂତନ ମୁଖ୍ୟମନ୍ତ୍ରୀ ମିଳିଛି। ସମ୍ରାଟ ଚୌଧୁରୀଙ୍କ ନାମ ଚୂଡ଼ାନ୍ତ ହୋଇଛି। ସମ୍ରାଟ…

ଗାଁ ଗାଁରେ ସଚେତନ ପାଇଁ ଅଣ୍ଟା ଭିଡ଼ିଲେ ଅଗ୍ନିଶମ କର୍ମଚାରୀ, କହିଲେ-ନିଆଁ ଲିଭାଇବା ପାଇଁ ବ୍ୟବହାର କରିବେ ଏହି ଟ୍ରିକ୍‌

ଦାରିଙ୍ଗବାଡି, ୧୪ ।୪ (ଅରୁଣ ସାହୁ ): ଜାତୀୟ ଅଗ୍ନିଶମ ସେବା ସପ୍ତାହ ଅବସରରେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ଗାଁ ଗାଁରେ ସଚେତନ ପାଇଁ…

ଏମିତି କଥା କହିଲେ ଖାର୍ଗେ, ହସି ହସି ଗଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ Video

ନୂଆଦିଲ୍ଲୀ,୧୪।୪: ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ସଂସଦ ପରିସରରେ ପ୍ରେରଣାସ୍ଥଳରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ…

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…

ଗର୍ଲଫ୍ରେଣ୍ଡଙ୍କ ବିବାହ ସ୍ଥିର ହୋଇଯିବାରୁ ରାଗିକି ଏମିତି ନିଷ୍ପତ୍ତି ନେଲେ ବୟଫ୍ରେଣ୍ଡ: ଭାବି ସ୍ବାମୀଙ୍କୁ ପଠାଇଦେଲେ…

ବେଙ୍ଗାଲୁରୁ,୧୪।୪: ପ୍ରେମ ଯେବେ ପାଗଳାମୀରେ ପରିଣତ ହୁଏ, ଏହା କେବଳ ସମ୍ପର୍କକୁ ନଷ୍ଟ କରିଦିଏ ନାହିଁ ବରଂ ଜୀବନ ମଧ୍ୟ ନେଇଯାଏ। କର୍ନାଟକର ବିଜୟପୁରା ଜିଲାରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri