ଅଖାଦ୍ୟ ଘିଅ ପ୍ରତି ସାବଧାନ

ମନ୍ଦିରରେ ଦେବଦେବୀ ଦର୍ଶନ ପରେ ଆମକୁ ପ୍ରସାଦ ଭାବେ ଯେଉଁ ଘିଅ ବା ବଟର ମିଳିଥାଏ ତାହା ଖାଦ୍ୟ ଅନୁପଯୋଗୀ ହୋଇପାରେ ଏବଂ ଏପରି କି କର୍କଟ ଭଳି ମହାବ୍ୟାଧିର କାରଣ ମଧ୍ୟ ହୋଇପାରେ। ବିଶେଷକରି ଦୀପ ଜାଳିବା ପାଇଁ ଯେଉଁ ଘିଅ ଦୋକାନରେ ମିଳିଥାଏ ସେଗୁଡ଼ିକ ଖାଦ୍ୟ ଅନୁପଯୋଗୀ ବୋଲି ମଧ୍ୟ ଲେଖା ହୋଇଥାଏ। କିନ୍ତୁ ଅଜ୍ଞାନବଶତଃ ଲୋକେ ସେହି ଘିଅକୁ ଦେବାଳୟରେ ଅର୍ପଣ କରିବା ପରେ ଗ୍ରହଣ କରିଥାନ୍ତି। ଅସାଧୁ ବ୍ୟବସାୟୀମାନେ ବିଭିନ୍ନ ଉପାୟରେ ଏହି ଘିଅ ପ୍ରସ୍ତୁତକରି ବଜାରକୁ ଛାଡ଼ିଥାନ୍ତି। ସୋରିଷତେଲ ଓ ନାଲିରଙ୍ଗ ବା ଡାଇ ବ୍ୟବହାରକରି ସେମାନେ ଗାଈ ଘିଅ ସଦୃଶ ପଦାର୍ଥ ତିଆରି କରିଥାନ୍ତି। ଏପରି କି ଏଥିରେ କୋଲ୍‌ଟାର(ଯାହାକି କର୍କଟ ରୋଗର କାରଣ) ମଧ୍ୟ ମିଶିଥାଏ। ଏହି ଘିଅରୁ କିଛି ଏକ ପରୀକ୍ଷାନଳୀରେ ନେଇ ସେଥିରେ ୫ ମି.ଲି. ସଲ୍‌ଫ୍ୟୁରିକ ଏସିଡ୍‌ ଜଳ ସହ ମିଶାଇଲେ ଯଦି ଗୋଲାପି ରଙ୍ଗ ଦେଖାଗଲା ତେବେ ଏହା କୋଲ୍‌ଟାର ମିଶିଥିବାର ପ୍ରମାଣ ଦେଇଥାଏ। ଅତି ସହଜରେ ଏହା ପରୀକ୍ଷାଗାରରେ ମଧ୍ୟ ଦେଖିହେବ। ସେହିପରି ପରୀକ୍ଷା ଦ୍ୱାରା ଗାଈ ଘିଅରେ ବନସ୍ପତି ତୈଳ ମିଶାଯାଉଛି ବୋଲି ମଧ୍ୟ ପ୍ରମାଣିତ ହୋଇଛି। ବନସ୍ପତି ତୈଳକୁ ହାଇଡ୍ରୋଜେନେଶନ ପ୍ରକ୍ରିୟା ମାଧ୍ୟମରେ କଠିନ ଅବସ୍ଥା କରାଯାଇଥାଏ, ଯାହାକୁ ଡାଲ୍‌ଡା ଘିଅ ବୋଲି କୁହାଯାଏ। ଏହା ଗାଈ ଘିଅ ତୁଳନାରେ ଅତ୍ୟନ୍ତ ଶସ୍ତାରେ ଉପଲବ୍ଧ ହୋଇଥାଏ। ଏଥିରେ ଅଧିକ ପରିମାଣରେ ଟ୍ରାନ୍ସ୍‌ଫ୍ୟାଟ୍‌ ଥିବାରୁ ସ୍ବାସ୍ଥ୍ୟ ପାଇଁ ଅହିତକର। ସାଧାରଣତଃ ପାମୋଲିନ ତେଲରୁ ଡାଲ୍‌ଟା ବା ବନସ୍ପତି ଘିଅ ପ୍ରସ୍ତୁତ ହୋଇଥାଏ। ପରିବେଶବିତ୍‌ମାନେ ମଧ୍ୟ ଅଧିକ ପାମୋଲିନ ତୈଳ ବ୍ୟବହାରକୁ ସତର୍କ କରାଇଥାନ୍ତି। ଏହା ଅପରପକ୍ଷେ ଜଙ୍ଗଲକ୍ଷୟ ଓ ଜଳବାୟୁ ପରିବର୍ତ୍ତନର କାରଣ ହୋଇଥାଏ। ଉକ୍ତ ରକ୍ତଚାପଜନିତ ରୋଗ ଥିବା ବ୍ୟକ୍ତିବିଶେଷମାନେ ଦେଶୀ ବା ଗାଈ ଘିଅ ଓ ଡାଲ୍‌ଡା ବା ବାନସ୍ପତି ଘିଅଠାରୁ ଦୂରେଇ ରହିବା ଉଚିତ। କେତେଜଣଙ୍କ ମତରେ ଗାଈ ଘିଅ ସ୍ମରଣଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ। ତେବେ ଜଣେ ପ୍ରାପ୍ତବୟସ୍କ ବ୍ୟକ୍ତି ଗୋଟିଏ ଦିନରେ ୫ରୁ ୧୦ ଗ୍ରାମ ଦେଶୀ ବା ଗାଈ ଘିଅ ନେବା ଆବଶ୍ୟକ ବୋଲି ଡାକ୍ତରମାନେ କହିଛନ୍ତି। ତେବେ ମେଦବହୁଳ ବ୍ୟକ୍ତିବିଶେଷ ଏଥିରୁ ଦୂରେଇ ରହିଲେ ଭଲ। ତେଣୁ ଶୁଦ୍ଧ ଗାଈ ବଦଳରେ ଯଦି ବନସ୍ପତି ବା ଡାଲ୍‌ଡା ଘିଅ ମିଶ୍ରିତ ଘିଅ ସେବନ କରାଯାଏ ତେବେ ସ୍ବାସ୍ଥ୍ୟ ପ୍ରତି ସମସ୍ୟା ଦେଖାଦେଇପାରେ। ତେଣୁ ବ୍ୟକ୍ତିବିଶେଷ ଏଥିପ୍ରତି ସାବଧାନତା ଅବଲମ୍ବନ କରିବା ଆବଶ୍ୟକ।

ଡ. ମାନସ ରଞ୍ଜନ ସେନାପତି
-ଡିନ୍‌ ବିଜ୍ଞାନ,ବିଜୁ ପଟ୍ଟନାୟକ
ବୈଷୟିକ ବିଶ୍ୱବିଦ୍ୟାଳୟ
ମୋ: ୯୪୩୭୨୩୭୭୯୭


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri