ସୁଲତାଙ୍କ ହାତରେ ଅଟୋ ଷ୍ଟିଅରିଂ:ବାପା ଅସୁସ୍ଥ ଥିବାରୁ ପାଠ ଛାଡ଼ି ପରିବାର ପୋଷୁଛନ୍ତି ଆଦିବାସୀ ଝିଅ

ଜୟପୁର/ବୋରିଗୁମ୍ମା:୨ା୯(ନି.ପ୍ର./ଡି.ଏନ୍‌.ଏ.):ମାଟ୍ରିକ୍‌ରେ ଦ୍ୱିତୀୟ ଶ୍ରେଣୀରେ ପାସ୍‌ କରିଥିଲେ ସୁଲତା ଗୋଲରୀ। ବାପା ଅଟୋ ଚଳାଉଥିଲେ। କିନ୍ତୁ ହଠାତ୍‌ ସେ ଅସୁସ୍ଥ ହୋଇ ଘରେ ରହିବା ପରେ ପରିବାର ପେଟ ପୋଷିବା ପାଇଁ ସେହି ଅଟୋର ଷ୍ଟିଅରିଂ ନିଜ ହାତକୁ ନେଇ ଯାଇଥିଲେ ଏହି ଆଦିବାସୀ ଝିଅ। ପ୍ରଥମେ ହସଥଟ୍ଟା ଶୁଣିବାକୁ ମିଳୁଥିଲା। କିନ୍ତୁ ପରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିବା କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ କମତା ଗ୍ରାମର ସୁଲତା ଏବେ ସମ୍ଭବତଃ ଦକ୍ଷିଣ ଓଡ଼ିଶାର ପ୍ରଥମ ମହିଳା ଅଟୋ ଚାଳକ ପାଲଟି ଯାଇଛନ୍ତି।
ମା’-ବାପା, ୩ ଭାଇ ଭଉଣୀଙ୍କୁ ନେଇ ୨୦ ବର୍ଷୀୟା ସୁଲତାଙ୍କ ପରିବାର। ଘରର ଆର୍ଥତ୍କ ସ୍ଥିତି ଭଲ ନ ଥିଲା। ବାପାଙ୍କ ଅସୁସ୍ଥତା ପାଇଁ ସେ ବର୍ଷକ ତଳେ ପ୍ରଥମେ ଅଟୋ ଚଳାଇବା ଆରମ୍ଭ କରିଥିଲେ। ମିଳିଥିଲା ୪୦ ଟଙ୍କା। ଏବେ ସେ ଅଟୋ ଚଳାଇବା ସହ ପ୍ରତିଦିନ କାମତାରୁ ବୋରିଗୁମ୍ମା ଯାଏ ଯାତ୍ରୀଙ୍କୁ ନେବା ଆଣିବା କରୁଛନ୍ତି। ପ୍ରଥମେ ଯେତେବେଳେ ସେ ଅଟୋ ଚଳାଉଥିଲେ ଅନ୍ୟ ଅଟୋ ଡ୍ରାଇଭରମାନେ ତାଙ୍କୁ ଥଟ୍ଟା କରୁଥିଲେ। କିନ୍ତୁ ଏବେ ଯାତ୍ରୀମାନେ ସୁଲତାଙ୍କ ଅଟୋରେ ଯିବାକୁ ପସନ୍ଦ କରୁଛନ୍ତି। ଅଟୋରୁ ଏବେ ଯାହା ରୋଜଗାର ହେଉଛି, ସେଥିରେ ତାଙ୍କ ପରିବାର ଚଳୁଛି। ଦ୍ୱିତୀୟ ଶ୍ରେଣୀରେ ମାଟ୍ରିକ ପାସ୍‌ କରିଥିବା ସୁଲତା ପାଠ ପଢ଼ିବାକୁ ଇଚ୍ଛା କରୁଥିଲେ ମଧ୍ୟ ଅର୍ଥ ସେଥିରେ ବାଧକ ସାଜିଥିଲା। ଆର୍ଥତ୍କ ଅସ୍ବଚ୍ଛଳତା ସତ୍ତ୍ୱେ ଅନ୍ୟ ଆଗରେ ମୁଣ୍ଡ ନୁଆଁଇବା ଅପେକ୍ଷା ସେ ନିଜେ ପରିଶ୍ରମ କରି ବଞ୍ଚତ୍ବାକୁ ଶ୍ରେୟ ମନେ କରିଥିଲେ। ତେବେ ସୁଯୋଗ ମିଳିଲେ ଆଗକୁ ଆହୁରି ପଢ଼ିବେ ବୋଲି ସୁଲତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri