ଅକାମୀ ହୋଇଛି ଓଡ଼ିଶାର ଏକମାତ୍ର ଇଏସ୍‌ଟି ସେଲ୍‌

ବ୍ରହ୍ମପୁର ଅଫିସ,୧୮ା୨ – ଛାତ୍ରୀଛାତ୍ରଙ୍କ ଗବେଷଣାଗତ ବିକାଶ ଏବଂ ରୋଜଗାର ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ଭାରତ ସରକାରଙ୍କ ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଥିଲା ଓସେନ ଆଣ୍ଡ ଆଟମୋସ୍ପେରିକ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ସେଲ୍‌। ପରେ ଏହାକୁ ଆର୍ଥ ସାଇନ୍ସ ଆଣ୍ଡ ଟେକ୍ନଲୋଜି (ଇଏସ୍‌ଟି) ସେଲ୍‌ ଭାବେ ନାମିତ କରାଗଲା। ଏହି ସେଲ୍‌ ଦ୍ୱାରା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟର ଅନ୍ୟ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଗବେଷିକା ଗବେଷକ, ଛାତ୍ରୀଛାତ୍ରମାନଙ୍କ ପାଇଁ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ପାରୁଥିଲା ।
ହେଲେ ବର୍ତ୍ତମାନ ଏହା ଅକାମୀ ହୋଇପଡିଛି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଇଏସ୍‌ଟି ସେଲ୍‌ ଜରିଆରେ ଆସୁଥିବା ପ୍ରକଳ୍ପ କାର୍ଯ୍ୟ ମଧ୍ୟ ବନ୍ଦ ହୋଇଛି । ତେଣୁ ଏହାକୁ ବନ୍ଦ କରିବାକୁ ସରକାରଙ୍କ ନିକଟକୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚିଠି ପଠାଯାଉଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଏଥିରେ ପୂର୍ବରୁ କାର୍ଯ୍ୟ କରି ଆସୁଥିବା କର୍ମଚାରୀଙ୍କୁ ପୁନଃ ଥଇଥାନ ତଥା ବକେୟା ଦରମା ପ୍ରଦାନରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ବିଗତ ଦିନରେ ଆସିଥିବା ଅନୁଦାନକୁ ବିନା ବିନିଯୋଗରେ ଫେରସ୍ତ କରାଯାଉଥିବା ବେଳେ କର୍ମଚାରୀଙ୍କୁ ଅଣଦେଖା କରାଯିବା ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତରରେ ଅଧ୍ୟୟନରତ ତଥା ଗବେଷଣାରତ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ୧୯୯୮ରେ ଭାରତ ସରକାରଙ୍କ ସହ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓସେନ ଆଣ୍ଡ ଆଟମୋସ୍ପୋରିକ ସାଇନ୍ସ ଆଣ୍ଡ ଟେକ୍ନିକାଲ ସେଲ୍‌ ଶୁଭାରମ୍ଭ ହୋଇଥିଲା ।
ତତ୍କାଳୀନ କୁଳପତି ପ୍ରଫେସର ବିଜୟ ସାହୁଙ୍କ ପ୍ରଚେଷ୍ଟା ବଳରେ ଏହା ସମ୍ଭବ ହୋଇପାରିଥିଲା । ମେରାଇନ୍‌ ସାଇନ୍ସ ବିଭାଗର ପ୍ରଫେସରଙ୍କୁ ଏହାର ପରିଚାଳିକ ଦାୟିତ୍ୱ ପ୍ରଦାନ କରାଯାଇଥିଲା  ପରିଚାଳନା ନେଇ ୨ ଜଣ ପ୍ରଜେକ୍ଟ ଆସିଷ୍ଟାଣ୍ଟ, ଜଣେ ଆଟେଣ୍ଡରଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏହି ସେଲ୍‌ ଆରମ୍ଭ ପରେ ଏହାଦ୍ୱାରା କେନ୍ଦ୍ର ସରକାରଙ୍କଠାରୁ ଆସୁଥିବା ପ୍ରକଳ୍ପଗୁଡିକରେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ସମେତ ଓଡିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ଓ ଗବେଷିକା ଗବେଷକ ଭାବେ ନିଯୁକ୍ତି ସୁଯୋଗ ପାଇବା ସହ ରୋଜଗାରକ୍ଷମ ହୋଇ ପାରୁଥିଲେ ।
ବିଶେଷ କରି ମେରାଇନ ସାଇନ୍ସ, ଲାଇଫ ସାଇନ୍ସ, ଉଦ୍ଭିଦ ବିଜ୍ଞାନ ବିଭାଗ ଛାତ୍ରୀଛାତ୍ରମାନଙ୍କ ପାଇଁ ଏହି ସେଲ୍‌ ନିଯୁକ୍ତି ପାଇବାର ସୁଯୋଗ ସୃଷ୍ଟି କରିଥିଲା ।
ପରେ କେତେଜଣ ଅଧିକାରୀଙ୍କ ଅବହେଳା ଯୋଗୁ ଏହି ସେଲ ୪/୫ ବର୍ଷ ହେଲା ଅକାମୀ ହୋଇଯାଇଛି ।
ସୂଚନା ପ୍ରକାରେ, ୨୦୦୮ରେ ପ୍ରକଳ୍ପ କାର୍ଯ୍ୟ ତଥା ସେଲ୍‌ର ବିକାଶ ପାଇଁ ୧ କୋଟି ୨୯ ଲକ୍ଷ ଟଙ୍କା କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁଦାନ ଆସିଥିଲା। ପରବର୍ତ୍ତୀ ସମୟରେ ଏହି ଅନୁଦାନର ଉପଯୁକ୍ତ ବିନିଯୋଗ କରାଯାଇପାରି ନ ଥିବା ଦର୍ଶାଇ ତାହାକୁ ଫେରସ୍ତ କରାଗଲା । ୨୦୧୦ରେ ଏହି ଟଙ୍କାର ସୁଧ ସହ ମୋଟ ୧ କୋଟି ୩୫ ଲକ୍ଷ ଟଙ୍କା ସରକାରଙ୍କୁ ଇଏସ୍‌ଟି ସେଲ ପକ୍ଷରୁ ଫେରସ୍ତ କରାଯାଇଥିଲା ।
କିନ୍ତୁ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଦରମା ପ୍ରଦାନ କରାଯାଇ ନ ଥିଲା । ଏହାପରଠାରୁ ସେଲ୍‌ ଏକ ପ୍ରକାର ଅକାମୀ ହେବା ଆରମ୍ଭ କରିଥିଲା । ଏପରିକି ୨୦୦୬ରେ ଏହି ସେଲ୍‌ ଅଧୀନରେ ଆରମ୍ଭ ହୋଇଥିବା ନିଯୁକ୍ତି ଭିତ୍ତିକ ପାଠ୍ୟକ୍ରମ ଜିଓ ଫିଜିକ୍ସ ବିଭାଗକୁ ମଧ୍ୟ ୨୦୧୨ରେ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା ।  ପରେ ୨୦୧୭ ପରଠାରୁ ଏହି ସେଲର କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଛି ।
ବର୍ତ୍ତମାନ ସୁଦ୍ଧା ୨୦୧୨ ପରଠାରୁ ଏଥିରେ କାର୍ଯ୍ୟରତ ଆଟେଣ୍ଡର ଓ ପ୍ରୋଜେକ୍ଟ ଆସିଷ୍ଟାଣ୍ଟଙ୍କୁ ଦରମା ପ୍ରଦାନ କରାଯାଇ ନ ଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଦୀର୍ଘ ବର୍ଷ ଧରି ସରକାରଙ୍କ ପକ୍ଷରୁ ଅନୁଦାନ ବନ୍ଦ କାରଣରୁ ଏହି ସେଲ୍‌କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ପୂର୍ଣ୍ଣ ଉଠାଇ ଦେବାକୁ ମଧ୍ୟ ଚିଠି ପଠାଯାଇଥିବା ବିଶ୍ୱବିଦ୍ୟାଳୟ କୁଳପତି ଗୋବିନ୍ଦ ଜେ. ଚକ୍ରପାଣି ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଗାଁକୁ ଫେରୁଥିଲେ ଦୁଇ ସାଙ୍ଗ: କଲେଜ ଛକରେ ହେଲା ବଡ଼ Accident, ଛିଟିକି ପଡିଲେ…

ଗଞ୍ଜାମ,୨୩।୧୨: ଗଞ୍ଜାମ ଜିଲା ଛତ୍ରପୁର କଲେଜ ଛକ ନିକଟ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ...

କେନାଲ ଭିତରେ ପଡ଼ିଛି ନରକଙ୍କାଳ, ଏଥିରେ ଲାଗିଛି…

ବ୍ରହ୍ମପୁର,୨୩ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଏକ କେନାଲ ଭିତରେ ପଡ଼ିଛି ନରକଙ୍କାଳ। ଏହାକୁ ନେଇ ଏବେ ବ୍ରହ୍ମପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନିମଖଣ୍ଡି ଥାନା ପୋଲିସ କଙ୍କାଳ...

ରୋଷେଇ କଲା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, ଗୁରୁତରଙ୍କୁ କଟକ ସ୍ଥାନାନ୍ତର

ବ୍ରହ୍ମପୁର , ୨୩।୧୨( ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ବୋରିଗାଁର ବଡ଼ ବନ୍ଧ ସାହିରେ ସୋମବାର ରାତିରେ ଗ୍ୟାସ ସିଲିଣ୍ଡର ଫାଟିଯାଇଛି ।...

ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପରିବା ବୋଝେଇ ପିକଅପ ଭ୍ୟାନ୍‌, ଘନ କୁହୁଡି ଯୋଗୁ…

ଆସିକା,୨୩।୧୨(ସୁରେନ୍ଦ୍ର ନାଥ ସାହୁ): ଆସିକା ଥାନା ପାକଲା ପଲି ଛକ ନିକଟରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପରିବା ବୋଝେଇ ପିକଅପ ଭ୍ୟାନ୍‌। ଫଳରେ...

ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ଆଣିବା ପାଇଁ ଜିଲାପାଳଙ୍କୁ ଅସହାୟ ପରିବାରର ଗୁହାରି 

ଦିଗପହଣ୍ଡି,୨୩|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକଙ୍କ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ମୃତ୍ୟୁ...

୨୪ ନୂଆ ଏନଏସି, ୫ ମ୍ୟୁନିସିପାଲଟି ପାଇଁ ବିଜ୍ଞପ୍ତି ପ୍ରକାଶ: ଗଞ୍ଜାମ ଜିଲାର ଏହି ସବୁ ଅଞ୍ଚଳ…

ଛତ୍ରପୁର, ୨୩।୧୨ (ଦିଲ୍ଲୀପ ସାମଲ): ରାଜ୍ୟର ୨୪ ନୂଆ ଏନଏସି ଓ ୫ ମ୍ୟୁନିସିପାଲଟି ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ପାଲଲହଡା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri