Posted inଖେଳ

ଅଂଶୁ କୁମାର ରନର୍ସଅପ୍‌

ଭୁବନେଶ୍ୱର, ୧୯ା୫ (ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସୋଟର୍‌ସ ଟେନିସ୍‌ କମ୍ପ୍ଲେକ୍ସଠାରେ ଗୁରୁକୁଳ ଏଆଇଟିଏ-ଓଟିଏ ପୁରୁଷ ୧ ଲକ୍ଷ ଟେନିସ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟପ୍‌ ସିଡ, ଅଲ୍‌ ଇଣ୍ଡିଆ ୨୭ ର଼୍ୟାଙ୍କିଙ୍ଗପ୍ରାପ୍ତ ଓଡ଼ିଶାର ଅଂଶୁ କୁମାର ଭୂୟଁା ରନର୍ସଅପ୍‌ ହୋଇଛନ୍ତି। ଶନିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସେ କ୍ୱାଲିଫାୟର ତଥା ତେଲେଙ୍ଗାନାର ଜି. ସାଇ କାର୍ତ୍ତିକ ରେଡ୍ଡୀଙ୍କଠାରୁ ୩-୬, ୩-୬ ସିଧାସଳଖ ସେଟ୍‌ରେ ହାରିଯାଇଛନ୍ତି। ଅନ୍ୟପକ୍ଷରେ ଅଂଶୁ କୁମାର ଏବଂ ତାଙ୍କ ପାର୍ଟନର କବୀର ହଂସ ଡବଲ୍ସ ଟାଇଟଲ ଜିତିବାରେ ସଫଳ ହୋଇପାରିଛନ୍ତି। ଏହି ଯୋଡ଼ି ଟପ୍‌ ସିଡ୍‌ ସିଦ୍ଧାର୍ଥ ଆର୍ଯ୍ୟ (ତାମିଲନାଡୁ) ଏବଂ ତାଙ୍କ ପାର୍ଟନର ଭିଲାସିର୍‌ ଖାଟେ (ହରିୟାଣା)ଙ୍କୁ ଏକ ରୋମାଞ୍ଚକ ଡବଲ୍ସ ଫାଇନାଲରେ ୭-୫, ୪-୬ (୧୦-୪)ରେ ହରାଇ ଦେଇଥିଲେ। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପ୍ରାୟୋଜିତ ଏହି ଟୁର୍ନାମେଣ୍ଟରେ ୧୬ଟି ରାଜ୍ୟର ମୋଟ ୫୨ ଖେଳାଳି ଅଂଶଗ୍ରହଣ କରିଥିଲେ। ଶନିବାର ଉଦ୍‌ଯାପନୀ ଉତ୍ସବରେ ଟୁର୍ନାମେଣ୍ଟ ନିର୍ଦ୍ଦେଶକ ପ୍ରଦୀପ ପ୍ରଧାନ ଫାଇନାଲିଷ୍ଟଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଟୁର୍ନାମେଣ୍ଟ ରେଫରି ଯତୀନ ବତ୍ସ୍ୟ, ମ୍ୟାନେଜର ଓଟିଏ ପ୍ରକାଶ ପଟ୍ଟନାୟକ ଏବଂ ଗୁରୁକୁଳ ରିସୋର୍ଟ ନିର୍ଦ୍ଦେଶକ ଚିନ୍ମୟ ପ୍ରଧାନ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଟୁର୍ନାମେଣ୍ଟର ସିଙ୍ଗଲ୍ସ ବିଜେତା ଓ ରନର୍ସଅପ୍‌ ଯଥାକ୍ରମେ ୧୨,୫୦୦ ଓ ୮,୪୦୦ ଟଙ୍କା ସହିତ ୨୦ ଓ ୧୫ ଏଆଇଟିଏ ର଼୍ୟାଙ୍କିଙ୍ଗ ପଏଣ୍ଟ ହାସଲ କରିପାରିଛନ୍ତି। ସେହିପରି ଡବଲ୍ସ ଚାମ୍ପିୟନ ଓ ରନର୍ସଅପ୍‌ ଯଥାକ୍ରମେ ୧୫ ଓ ୧୦ ଏଆଇଟିଏ ର଼୍ୟାଙ୍କିଙ୍ଗ ପଏଣ୍ଟ ସହ ଯଥାକ୍ରମେ ୬,୨୦୦ ଓ ୩,୮୦୦ ଟଙ୍କା ଆର୍ଥିକ ପୁରସ୍କାର ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୬ ମାର୍ଚ୍ଚରୁ IPL ଆରମ୍ଭ , ଏହି ଦିନ ଖେଳାଯିବ ଫାଇନାଲ; କାର୍ଯ୍ୟସୂଚୀ ଘୋଷଣାରେ ପାକିସ୍ତାନରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୧୨: IPL ୨୦୨୬ ମିନି ନିଲାମ ପରେ, ସମସ୍ତ ୧୦ଟି ଦଳର ଦଳ ଚୂଡ଼ାନ୍ତ ହୋଇଛି। ଏହି ସମୟରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)...

ହଠାତ୍‌ ରାଗିଗଲେ ବୁମ୍‌ରା, ପ୍ରଶଂସକଙ୍କ ମୋବାଇଲ୍‌ ଛଡ଼ାଇନେଲେ…ଦେଖନ୍ତୁ VIDEO

ଲକ୍ଷ୍ନୌ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ବାତିଲ ହୋଇଗଲା। ଜସପ୍ରୀତ ବୁମରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ମାତ୍ର ୧୦୦ଟଙ୍କାରୁ ଆରମ୍ଭ ଟିକେଟ, ଇଡେନ ଗାର୍ଡେନରେ ଟି-୨୦ ବିଶ୍ୱକପ ଦେଖିବାକୁ ଚାହୁଁଥିଲେ ଜାଣିରଖନ୍ତୁ ପୂରା ପ୍ରାଇସ

ନୂଆଦିଲ୍ଲୀ,୧୮।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ସମୟରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ହେବାକୁ ଥିବା ମ୍ୟାଚ ପାଇଁ ଟିକେଟ ମୂଲ୍ୟ ପ୍ରକାଶ ପାଇଛି। କ୍ରିକେଟ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

Shubman Gill: ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି, ପ୍ଲେଇଂ ଇଲେଭେନରୁ ବିଦା ହେଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୭ା୧୨: ଭାରତୀୟ କ୍ରିକେଟ୍ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ପାଇଁ ଶୁଭମନ ଗିଲଙ୍କୁ ପ୍ଲେଇଂ ଇଲେଭେନରୁ...

ହସ୍ପିଟାଲରେ ଭର୍ତ୍ତି ହେଲେ ଯଶସ୍ବୀ ଜୟସ୍ବାଲ, ହଠାତ୍ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ,୧୭ା୧୨: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କୁ ପୁଣେର ଆଦିତ୍ୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହରିୟାଣା ବିପକ୍ଷରେ ସୟଦ ମୁସ୍ତାକ ଅଲି ଟ୍ରଫି...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri