ଜେଡ୍‌ଟିଏଫ୍‌ ଧୂମକେତୁ

ଆମ ଆକାଶରେ ନୂଆ ଆଗନ୍ତୁକ- ଜେଡ୍‌ଟିଏଫ୍‌ ଧୂମକେତୁ ଚଳିତ ବର୍ଷ ଜାନୁୟାରୀ ଓ ଫେବୃୟାରୀ ମାସରେ ଏକ ନୂତନ ଜ୍ୟୋତିଷ୍କ ଦୃଶ୍ୟମାନ ହେବାକୁ ଯାଉଛି। ଆକାଶରେ ଏହି ନୂତନ ଆଗନ୍ତୁକ ହେଉଛି ଏକ ଧୂମକେତୁ। ଏହି ଧୂମକେତୁଟି ଖାଲିଆଖିକୁ ଦେଖାଦେବ ବୋଲି ଜଣାପଡ଼ିବା ପରେ ଜ୍ୟୋତିର୍ବିଜ୍ଞାନୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍ସୁକତା ପ୍ରକାଶ ପାଇଛି। କିଛି ବର୍ଷ ପୂର୍ବେ ଆକାଶରେ ହ୍ୟାକୁତାକେ, ହାଲେବପ୍‌ ପରି ଉଜ୍ଜ୍ୱଳ ଧୂମକେତୁ ଦେଖାଯାଇଥିଲା। ଗତ ୨୦୨୦ ମସିହାରେ ମଧ୍ୟ ନିଓୱାଇଜ ନାମକ ଏକ ଧୂମକେତୁ ଦେଖାଦେଇଥିଲା। ଚଳିତ ବର୍ଷ ଦେଖାଯିବାକୁ ଥିବା ନୂତନ ଧୂମକେତୁଟିର ନାମ ରହିଛି ‘ଜେଡ୍‌ଟିଏଫ୍‌’। ଏହାର ଜ୍ୟୋତିର୍ବିଜ୍ଞାନୀୟ ନାମ ରହିଛି ‘ଉ/୨୦୨୨ ଇ୩’ ା
ଗତ ୨୦୨୨ ମାର୍ଚ୍ଚ ୨ ତାରିଖ ଦିନ ଦୁଇ ଆମେରିକୀୟ ଜ୍ୟୋତିର୍ବିଜ୍ଞାନୀ ବ୍ରିସ ବୋଲିନ୍‌ ଓ ଫ୍ରାଙ୍କ ମାସି ଏହି ଧୂମକେତୁଟିକୁ ଆବିଷ୍କାର କରିଥିଲେ। ସଦର୍ନ କାଲିଫର୍ନିଆ ଅନ୍ତର୍ଗତ ମାଉଣ୍ଟ ପଲୋମାର ମାନମନ୍ଦିରରେ ଅବସ୍ଥିତ ଜ୍ୱିକୀ ଟ୍ରାଞ୍ଜିଏଣ୍ଟ ଫାସିଲିଟିଠାରେ ଏହାକୁ ଆବିଷ୍କାର କରାଯାଇଥିଲା। ଜ୍ୟୋତିର୍ବିଜ୍ଞାନୀମାନେ ୪୮ ଇଞ୍ଚର ସାମୁଏଲ ଅଶ୍ଚିନ ନାମକ ରୋବୋଟିକ୍‌ ଟେଲିସ୍କୋପ୍‌କୁ ବ୍ୟବହାର କରି ଏହାର ଆବିଷ୍କାର କରିଥିଲେ। ଆବିଷ୍କାର ସମୟରେ ପୃଥିବୀଠାରୁ ଏହାର ଦୂରତା ରହିଥିଲା ୪.୩ ଜ୍ୟୋତିଃଏକକ ବା ୬୪ କୋଟି କିଲୋମିଟର ଦୂରତା। ସେତେବେଳେ ଏହା ଅତ୍ୟନ୍ତ କ୍ଷୀଣ ଦେଖାଯାଉଥିଲା। ଏହାର ମାଗ୍ନିଟ୍ୟୁଡ୍‌ ବା ଦୀପ୍ତି ରହିଥିଲା ୧୭.୩। ଏହା ବୃହସ୍ପତିର କକ୍ଷପଥ ନିକଟରେ ରହିଥିଲା। ପ୍ରଥମେ ଏହା ଏକ ଗ୍ରହାଣୁପିଣ୍ଡ ପରି ପ୍ରତୀୟମାନ ହେଉଥିଲା। ପରେ ଏହାର ନାଭିମଣ୍ଡଳ ଓ କୋମା ଘନୀଭୂତ ଅବସ୍ଥାରେ ରହିଥିଲା। ପରେ ସୂର୍ଯ୍ୟର ନିକଟତର ହେବା ସହିତ ଏହାର ଆକାର ଓ ଉଜ୍ଜ୍ୱଳତା ବୃଦ୍ଧି ପାଇଚାଲିଲା। ଏହା ଏକ ଧୂମକେତୁ ବୋଲି ଜଣାପଡ଼ିଲା। ୨୦୨୨ ମସିହାର ପଞ୍ଚମାର୍ଦ୍ଧରେ ତୃତୀୟ ପିଣ୍ଡ ଭାବେ ଆବିଷ୍କୃତ ହୋଇଥିବାରୁ ଏହାର ନାମ ରହିଛି ‘ଉ/୨୦୨୨ ଇ୩’। ସେହିପରି ଜ୍ୱିକୀ ଟ୍ରାଞ୍ଜିଏଣ୍ଟ ଫାସିଲିଟ ବା ଜେଡ୍‌ଟିଏଫ୍‌ଠାରେ ଏହା ଆବିଷ୍କୃତ ହୋଇଥିବାରୁ ଏହାର ନାମ ଜେଡ୍‌ଟିଏଫ୍‌ ମଧ୍ୟ ରହିଛି।
ଏହି ଧୂମକେତୁଟି ଏକ ଦୀର୍ଘ ଆବର୍ତ୍ତି ବିଶିଷ୍ଟ ଧୂମକେତୁ। ସୂର୍ଯ୍ୟଠାରୁ ଏହାର ସର୍ବାଧିକ ଦୂରତା ବା ଅପସୂର୍ଯ୍ୟ ଦୂରତା ୨୮୦୦ ଜ୍ୟୋତିଃଏକକ ରହିଛି। ଏହାର ଆବର୍ତ୍ତି କାଳ ପ୍ରାୟ ୫୦ ହଜାର ବର୍ଷ ରହିଛି। ଅର୍ଥାତ୍‌ ଏହା ଦୀର୍ଘ ୫୦ ହଜାର ବର୍ଷ ତଳେ ପୃଥିବୀର ନିକଟତର ହୋଇଥିଲା। ତେଣୁ ଏହି ଧୂମକେତୁଟି ଅତୀତରେ ବରଫ ଯୁଗ କାଳରେ ପୃଥିବୀକୁ ଦୃଶ୍ୟମାନ ହୋଇଥିବ। ସେତେବେଳେ ଏହାକୁ ନିୟଣ୍ଡର୍ଥାଲ ମାନବମାନେ ଦେଖିଥିବେ। ତେବେ ଏହାର କୌଣସି ପ୍ରମାଣ ମିଳିନାହିଁ। ଏହାର ଦୀର୍ଘ ବୃତ୍ତାକାର କକ୍ଷପଥଟି ପୃଥିବୀର କକ୍ଷତଳ ସହିତ ୧୦୯.୧୭ ଡିଗ୍ରୀ କୋଣ କରି ରହିଛି। ତେଣୁ ଏହା କକ୍ଷପଥରେ ଉତ୍ତରରୁ ଦକ୍ଷିଣ ଦିଗକୁ ଗତି କରୁଛି। ଏହାର ଅପସୂର୍ଯ୍ୟ ଦୂରତା ୨୮୦୦ ଜ୍ୟୋତିଃଏକକ ରହିଛି । ପ୍ରତ୍ୟେକ ଦୀର୍ଘାର୍ତ୍ତୀ ଧୂମକେତୁ ପରି ସୂର୍ଯ୍ୟଠାରୁ ପ୍ରାୟ ୫୦,୦୦୦ ଜ୍ୟୋତିଃଏକକ ଦୂରତାରେ ଥିବା ଉର୍ଟ ବାଦଲରୁ ଏହି ଧୂମକେତୁର ସୃଷ୍ଟି ହୋଇଥିବାର ଜଣାଯାଏ। ସୌରଜଗତର ଗ୍ରହ ଓ ଉପଗ୍ରହଗୁଡ଼ିକର ନିର୍ମାଣ ସମ୍ପନ୍ନ ହେବାପରେ ବଳକା ରହିଯାଇଥିବା ଅବଶିଷ୍ଟାଂଶ ଘନୀଭୂତ ହେବାଫଳରେ ଏହି ଉର୍ଟ ବାଦଲ ଗଠିତ ହୋଇଅଛି। ଏଥିରେ ମୁଖ୍ୟତଃ ବରଫ, ଜଳ, ମିଥେନ, ଏମୋନିଆ ଆଦି ଗ୍ୟାସ୍‌ ଘନୀଭୂତ ଅବସ୍ଥାରେ ରହିଛି।
ଗତ ନଭେମ୍ବର ୧୦ ତାରିଖ ବେଳକୁ ଏହି ଧୂମକେତୁ କରୋନା ବୋରେଲିସ୍‌ ବା କିରୀଟ ମଣ୍ଡଳ ନିକଟରେ ରହିଥିଲା। ସେତେବେଳେ ଏହାର ଦୀପ୍ତି ବୃଦ୍ଧି ପାଇ ୧୦ରେ ପହଞ୍ଚତ୍ଥିଲା। ଡିସେମ୍ବର ୧୯ ତାରିଖରେ ଏହାର ସବୁଜ ରଙ୍ଗର କୋମା ସହିତ ହଳଦିଆ ରଙ୍ଗର ଧୂଳି ଲାଞ୍ଜ ଓ କ୍ଷୀଣ ଆୟନ ଲାଞ୍ଜ ପରିଦୃଷ୍ଟ ହୋଇଥିଲା। ସେତେବେଳେ ଏହାକୁ ବାଇନାକୁଲାର ଯୋଗେ ନିରୀକ୍ଷଣ କରାଯାଇପାରିଥିଲା। ସୂର୍ଯ୍ୟର ନିକଟତର ହେବା ସହିତ ଏହାର ଲାଞ୍ଜ କ୍ରମେ ବୃଦ୍ଧି ପାଇବ। ଚଳିତ ବର୍ଷ ଜାନୁୟାରୀ ୧୨ ତାରିଖ ଦିନ ଏହି ଧୂମକେତୁଟି ସୂର୍ଯ୍ୟର ନିକଟତମ ବିନ୍ଦୁରେ ଅବସ୍ଥାନ କରଛି। ସେହି ସମୟରେ ଏହାର ପରିସୂର୍ଯ୍ୟ ଦୂରତା ୧.୧୧ ଜ୍ୟୋତିଃଏକକ ରହିବ। ଅର୍ଥାତ୍‌ ଏହା ସୂର୍ଯ୍ୟଠାରୁ ମାତ୍ର ୧୬.୬ କୋଟି କିଲୋମିଟର ଦୂରରେ ରହିଥିବ। ସେହି ସମୟରେ ଏହାର ମାଗ୍ନିଟ୍ୟୁଡ୍‌ ବା ଦୀପ୍ତି ୬.୮ ରହିବ। ଏବେ ଯେଉଁ ହାରରେ ଏହାର ଉଜ୍ଜ୍ୱଳତା ବୃଦ୍ଧି ପାଉଛି, ତାହା ହେଲେ ଜାନୁୟାରୀ ମଧ୍ୟଭାଗରୁ ଏହାକୁ ଖାଲି ଆଖିରେ ସହଜରେ ଦେଖାଯାଇପାରିବ।
୨୦୨୩ ଫେବୃୟାରୀ ୨ ତାରିଖ ବେଳକୁ ଏହା ପୃଥିବୀର ସର୍ବାଧିକ ନିକଟକୁ ଆସିବ। ପୃଥିବୀଠାରୁ ଏହା ମାତ୍ର ୦.୨୮ ଜ୍ୟୋତିଃଏକକ ବା ୪୨ ନିୟୁତ କିଲୋମିଟର ଦୂରରେ ଅବସ୍ଥାନ କରିବ। ସୂର୍ଯ୍ୟର ନିକଟରେ ଅବସ୍ଥାନ କରୁଥିବାରୁ ଏହା ପ୍ରତି ସେକେଣ୍ଡରେ ୫୭.୪ କି.ମି. ବେଗରେ ପରିକ୍ରମା କରୁଥିବ। ଏହାର ଉଜ୍ଜ୍ୱଳତା ବା ଦୀପ୍ତି ୪.୬ ରହିଥିବାରୁ ଏହାକୁ ଖାଲି ଆଖିରେ ଅତି ସହଜରେ ଦେଖିହେବ। ତେବେ ଏଥିପାଇଁ ସହରଠାରୁ ଦୂରରେ ଅବସ୍ଥିତ ଅନ୍ଧକାର ସ୍ଥାନକୁ ଚୟନ କରିବାକୁ ହେବ। ଜାନୁୟାରୀ ମାସରେ ଏହା ଡ୍ରାକୋ ଓ ବୁଟିସ୍‌ ନକ୍ଷତ୍ରମଣ୍ଡଳର ନିକଟରେ ଦେଖିବାକୁ ମିଳିବ। କ୍ରମେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଲଘୁ ସପ୍ତର୍ଷିମଣ୍ଡଳ ଓ ଧ୍ରୁବତାରା ନିକଟରେ ଉପନୀତ ହେବ। ପ୍ରଥମେ ଏହା ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ଆକାଶରେ ଦୃଶ୍ୟମାନ ହେଉଥିଲା। ଜାନୁୟାରୀ ଶେଷଭାଗକୁ ଏହା ସୂର୍ଯ୍ୟୋଦୟର କିଛି ଘଣ୍ଟା ପୂର୍ବରୁ ଧ୍ରୁବତାରା ନିକଟରେ ଦେଖାଯାଉଥିବ। ଖୁବ୍‌ କମ୍‌ ଦିନ ପାଇଁ ଏହାକୁ ଆକାଶରେ ଖାଲି ଆଖିରେ ଦେଖିବା ସମ୍ଭବ ହେବ। ଏହା ଜାନୁୟାରୀ ପର୍ଯ୍ୟନ୍ତ ବିଶେଷତଃ ପୃଥିବୀର ଉତ୍ତର ଗୋଲାର୍ଦ୍ଧକୁ ଦେଖାଯିବ। ତେବେ ଫେବୃୟାରୀ ପରେ ଏହା ଦକ୍ଷିଣ ଗୋଲାର୍ଦ୍ଧକୁ ମଧ୍ୟ ଦୃଶ୍ୟମାନ ହେବ। ଫେବୃୟାରୀ ୧୦ ତାରିଖ ବେଳକୁ ଏହା ମଙ୍ଗଳ ଗ୍ରହର ନିକଟତର ହେବ।

ହିମାଂଶୁ ଶେଖର ଫତେସିଂହ
-ହାଉସିଂ ବୋର୍ଡ କଲୋନୀ,
ଗୁରୁଜଙ୍ଗ, ଖୋର୍ଦ୍ଧା
ମୋ: ୭୦୦୮୬୬୨୩୪୧


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri