ଜେଡ୍‌ଟିଏଫ୍‌ ଧୂମକେତୁ

ଆମ ଆକାଶରେ ନୂଆ ଆଗନ୍ତୁକ- ଜେଡ୍‌ଟିଏଫ୍‌ ଧୂମକେତୁ ଚଳିତ ବର୍ଷ ଜାନୁୟାରୀ ଓ ଫେବୃୟାରୀ ମାସରେ ଏକ ନୂତନ ଜ୍ୟୋତିଷ୍କ ଦୃଶ୍ୟମାନ ହେବାକୁ ଯାଉଛି। ଆକାଶରେ ଏହି ନୂତନ ଆଗନ୍ତୁକ ହେଉଛି ଏକ ଧୂମକେତୁ। ଏହି ଧୂମକେତୁଟି ଖାଲିଆଖିକୁ ଦେଖାଦେବ ବୋଲି ଜଣାପଡ଼ିବା ପରେ ଜ୍ୟୋତିର୍ବିଜ୍ଞାନୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍ସୁକତା ପ୍ରକାଶ ପାଇଛି। କିଛି ବର୍ଷ ପୂର୍ବେ ଆକାଶରେ ହ୍ୟାକୁତାକେ, ହାଲେବପ୍‌ ପରି ଉଜ୍ଜ୍ୱଳ ଧୂମକେତୁ ଦେଖାଯାଇଥିଲା। ଗତ ୨୦୨୦ ମସିହାରେ ମଧ୍ୟ ନିଓୱାଇଜ ନାମକ ଏକ ଧୂମକେତୁ ଦେଖାଦେଇଥିଲା। ଚଳିତ ବର୍ଷ ଦେଖାଯିବାକୁ ଥିବା ନୂତନ ଧୂମକେତୁଟିର ନାମ ରହିଛି ‘ଜେଡ୍‌ଟିଏଫ୍‌’। ଏହାର ଜ୍ୟୋତିର୍ବିଜ୍ଞାନୀୟ ନାମ ରହିଛି ‘ଉ/୨୦୨୨ ଇ୩’ ା
ଗତ ୨୦୨୨ ମାର୍ଚ୍ଚ ୨ ତାରିଖ ଦିନ ଦୁଇ ଆମେରିକୀୟ ଜ୍ୟୋତିର୍ବିଜ୍ଞାନୀ ବ୍ରିସ ବୋଲିନ୍‌ ଓ ଫ୍ରାଙ୍କ ମାସି ଏହି ଧୂମକେତୁଟିକୁ ଆବିଷ୍କାର କରିଥିଲେ। ସଦର୍ନ କାଲିଫର୍ନିଆ ଅନ୍ତର୍ଗତ ମାଉଣ୍ଟ ପଲୋମାର ମାନମନ୍ଦିରରେ ଅବସ୍ଥିତ ଜ୍ୱିକୀ ଟ୍ରାଞ୍ଜିଏଣ୍ଟ ଫାସିଲିଟିଠାରେ ଏହାକୁ ଆବିଷ୍କାର କରାଯାଇଥିଲା। ଜ୍ୟୋତିର୍ବିଜ୍ଞାନୀମାନେ ୪୮ ଇଞ୍ଚର ସାମୁଏଲ ଅଶ୍ଚିନ ନାମକ ରୋବୋଟିକ୍‌ ଟେଲିସ୍କୋପ୍‌କୁ ବ୍ୟବହାର କରି ଏହାର ଆବିଷ୍କାର କରିଥିଲେ। ଆବିଷ୍କାର ସମୟରେ ପୃଥିବୀଠାରୁ ଏହାର ଦୂରତା ରହିଥିଲା ୪.୩ ଜ୍ୟୋତିଃଏକକ ବା ୬୪ କୋଟି କିଲୋମିଟର ଦୂରତା। ସେତେବେଳେ ଏହା ଅତ୍ୟନ୍ତ କ୍ଷୀଣ ଦେଖାଯାଉଥିଲା। ଏହାର ମାଗ୍ନିଟ୍ୟୁଡ୍‌ ବା ଦୀପ୍ତି ରହିଥିଲା ୧୭.୩। ଏହା ବୃହସ୍ପତିର କକ୍ଷପଥ ନିକଟରେ ରହିଥିଲା। ପ୍ରଥମେ ଏହା ଏକ ଗ୍ରହାଣୁପିଣ୍ଡ ପରି ପ୍ରତୀୟମାନ ହେଉଥିଲା। ପରେ ଏହାର ନାଭିମଣ୍ଡଳ ଓ କୋମା ଘନୀଭୂତ ଅବସ୍ଥାରେ ରହିଥିଲା। ପରେ ସୂର୍ଯ୍ୟର ନିକଟତର ହେବା ସହିତ ଏହାର ଆକାର ଓ ଉଜ୍ଜ୍ୱଳତା ବୃଦ୍ଧି ପାଇଚାଲିଲା। ଏହା ଏକ ଧୂମକେତୁ ବୋଲି ଜଣାପଡ଼ିଲା। ୨୦୨୨ ମସିହାର ପଞ୍ଚମାର୍ଦ୍ଧରେ ତୃତୀୟ ପିଣ୍ଡ ଭାବେ ଆବିଷ୍କୃତ ହୋଇଥିବାରୁ ଏହାର ନାମ ରହିଛି ‘ଉ/୨୦୨୨ ଇ୩’। ସେହିପରି ଜ୍ୱିକୀ ଟ୍ରାଞ୍ଜିଏଣ୍ଟ ଫାସିଲିଟ ବା ଜେଡ୍‌ଟିଏଫ୍‌ଠାରେ ଏହା ଆବିଷ୍କୃତ ହୋଇଥିବାରୁ ଏହାର ନାମ ଜେଡ୍‌ଟିଏଫ୍‌ ମଧ୍ୟ ରହିଛି।
ଏହି ଧୂମକେତୁଟି ଏକ ଦୀର୍ଘ ଆବର୍ତ୍ତି ବିଶିଷ୍ଟ ଧୂମକେତୁ। ସୂର୍ଯ୍ୟଠାରୁ ଏହାର ସର୍ବାଧିକ ଦୂରତା ବା ଅପସୂର୍ଯ୍ୟ ଦୂରତା ୨୮୦୦ ଜ୍ୟୋତିଃଏକକ ରହିଛି। ଏହାର ଆବର୍ତ୍ତି କାଳ ପ୍ରାୟ ୫୦ ହଜାର ବର୍ଷ ରହିଛି। ଅର୍ଥାତ୍‌ ଏହା ଦୀର୍ଘ ୫୦ ହଜାର ବର୍ଷ ତଳେ ପୃଥିବୀର ନିକଟତର ହୋଇଥିଲା। ତେଣୁ ଏହି ଧୂମକେତୁଟି ଅତୀତରେ ବରଫ ଯୁଗ କାଳରେ ପୃଥିବୀକୁ ଦୃଶ୍ୟମାନ ହୋଇଥିବ। ସେତେବେଳେ ଏହାକୁ ନିୟଣ୍ଡର୍ଥାଲ ମାନବମାନେ ଦେଖିଥିବେ। ତେବେ ଏହାର କୌଣସି ପ୍ରମାଣ ମିଳିନାହିଁ। ଏହାର ଦୀର୍ଘ ବୃତ୍ତାକାର କକ୍ଷପଥଟି ପୃଥିବୀର କକ୍ଷତଳ ସହିତ ୧୦୯.୧୭ ଡିଗ୍ରୀ କୋଣ କରି ରହିଛି। ତେଣୁ ଏହା କକ୍ଷପଥରେ ଉତ୍ତରରୁ ଦକ୍ଷିଣ ଦିଗକୁ ଗତି କରୁଛି। ଏହାର ଅପସୂର୍ଯ୍ୟ ଦୂରତା ୨୮୦୦ ଜ୍ୟୋତିଃଏକକ ରହିଛି । ପ୍ରତ୍ୟେକ ଦୀର୍ଘାର୍ତ୍ତୀ ଧୂମକେତୁ ପରି ସୂର୍ଯ୍ୟଠାରୁ ପ୍ରାୟ ୫୦,୦୦୦ ଜ୍ୟୋତିଃଏକକ ଦୂରତାରେ ଥିବା ଉର୍ଟ ବାଦଲରୁ ଏହି ଧୂମକେତୁର ସୃଷ୍ଟି ହୋଇଥିବାର ଜଣାଯାଏ। ସୌରଜଗତର ଗ୍ରହ ଓ ଉପଗ୍ରହଗୁଡ଼ିକର ନିର୍ମାଣ ସମ୍ପନ୍ନ ହେବାପରେ ବଳକା ରହିଯାଇଥିବା ଅବଶିଷ୍ଟାଂଶ ଘନୀଭୂତ ହେବାଫଳରେ ଏହି ଉର୍ଟ ବାଦଲ ଗଠିତ ହୋଇଅଛି। ଏଥିରେ ମୁଖ୍ୟତଃ ବରଫ, ଜଳ, ମିଥେନ, ଏମୋନିଆ ଆଦି ଗ୍ୟାସ୍‌ ଘନୀଭୂତ ଅବସ୍ଥାରେ ରହିଛି।
ଗତ ନଭେମ୍ବର ୧୦ ତାରିଖ ବେଳକୁ ଏହି ଧୂମକେତୁ କରୋନା ବୋରେଲିସ୍‌ ବା କିରୀଟ ମଣ୍ଡଳ ନିକଟରେ ରହିଥିଲା। ସେତେବେଳେ ଏହାର ଦୀପ୍ତି ବୃଦ୍ଧି ପାଇ ୧୦ରେ ପହଞ୍ଚତ୍ଥିଲା। ଡିସେମ୍ବର ୧୯ ତାରିଖରେ ଏହାର ସବୁଜ ରଙ୍ଗର କୋମା ସହିତ ହଳଦିଆ ରଙ୍ଗର ଧୂଳି ଲାଞ୍ଜ ଓ କ୍ଷୀଣ ଆୟନ ଲାଞ୍ଜ ପରିଦୃଷ୍ଟ ହୋଇଥିଲା। ସେତେବେଳେ ଏହାକୁ ବାଇନାକୁଲାର ଯୋଗେ ନିରୀକ୍ଷଣ କରାଯାଇପାରିଥିଲା। ସୂର୍ଯ୍ୟର ନିକଟତର ହେବା ସହିତ ଏହାର ଲାଞ୍ଜ କ୍ରମେ ବୃଦ୍ଧି ପାଇବ। ଚଳିତ ବର୍ଷ ଜାନୁୟାରୀ ୧୨ ତାରିଖ ଦିନ ଏହି ଧୂମକେତୁଟି ସୂର୍ଯ୍ୟର ନିକଟତମ ବିନ୍ଦୁରେ ଅବସ୍ଥାନ କରଛି। ସେହି ସମୟରେ ଏହାର ପରିସୂର୍ଯ୍ୟ ଦୂରତା ୧.୧୧ ଜ୍ୟୋତିଃଏକକ ରହିବ। ଅର୍ଥାତ୍‌ ଏହା ସୂର୍ଯ୍ୟଠାରୁ ମାତ୍ର ୧୬.୬ କୋଟି କିଲୋମିଟର ଦୂରରେ ରହିଥିବ। ସେହି ସମୟରେ ଏହାର ମାଗ୍ନିଟ୍ୟୁଡ୍‌ ବା ଦୀପ୍ତି ୬.୮ ରହିବ। ଏବେ ଯେଉଁ ହାରରେ ଏହାର ଉଜ୍ଜ୍ୱଳତା ବୃଦ୍ଧି ପାଉଛି, ତାହା ହେଲେ ଜାନୁୟାରୀ ମଧ୍ୟଭାଗରୁ ଏହାକୁ ଖାଲି ଆଖିରେ ସହଜରେ ଦେଖାଯାଇପାରିବ।
୨୦୨୩ ଫେବୃୟାରୀ ୨ ତାରିଖ ବେଳକୁ ଏହା ପୃଥିବୀର ସର୍ବାଧିକ ନିକଟକୁ ଆସିବ। ପୃଥିବୀଠାରୁ ଏହା ମାତ୍ର ୦.୨୮ ଜ୍ୟୋତିଃଏକକ ବା ୪୨ ନିୟୁତ କିଲୋମିଟର ଦୂରରେ ଅବସ୍ଥାନ କରିବ। ସୂର୍ଯ୍ୟର ନିକଟରେ ଅବସ୍ଥାନ କରୁଥିବାରୁ ଏହା ପ୍ରତି ସେକେଣ୍ଡରେ ୫୭.୪ କି.ମି. ବେଗରେ ପରିକ୍ରମା କରୁଥିବ। ଏହାର ଉଜ୍ଜ୍ୱଳତା ବା ଦୀପ୍ତି ୪.୬ ରହିଥିବାରୁ ଏହାକୁ ଖାଲି ଆଖିରେ ଅତି ସହଜରେ ଦେଖିହେବ। ତେବେ ଏଥିପାଇଁ ସହରଠାରୁ ଦୂରରେ ଅବସ୍ଥିତ ଅନ୍ଧକାର ସ୍ଥାନକୁ ଚୟନ କରିବାକୁ ହେବ। ଜାନୁୟାରୀ ମାସରେ ଏହା ଡ୍ରାକୋ ଓ ବୁଟିସ୍‌ ନକ୍ଷତ୍ରମଣ୍ଡଳର ନିକଟରେ ଦେଖିବାକୁ ମିଳିବ। କ୍ରମେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଲଘୁ ସପ୍ତର୍ଷିମଣ୍ଡଳ ଓ ଧ୍ରୁବତାରା ନିକଟରେ ଉପନୀତ ହେବ। ପ୍ରଥମେ ଏହା ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ଆକାଶରେ ଦୃଶ୍ୟମାନ ହେଉଥିଲା। ଜାନୁୟାରୀ ଶେଷଭାଗକୁ ଏହା ସୂର୍ଯ୍ୟୋଦୟର କିଛି ଘଣ୍ଟା ପୂର୍ବରୁ ଧ୍ରୁବତାରା ନିକଟରେ ଦେଖାଯାଉଥିବ। ଖୁବ୍‌ କମ୍‌ ଦିନ ପାଇଁ ଏହାକୁ ଆକାଶରେ ଖାଲି ଆଖିରେ ଦେଖିବା ସମ୍ଭବ ହେବ। ଏହା ଜାନୁୟାରୀ ପର୍ଯ୍ୟନ୍ତ ବିଶେଷତଃ ପୃଥିବୀର ଉତ୍ତର ଗୋଲାର୍ଦ୍ଧକୁ ଦେଖାଯିବ। ତେବେ ଫେବୃୟାରୀ ପରେ ଏହା ଦକ୍ଷିଣ ଗୋଲାର୍ଦ୍ଧକୁ ମଧ୍ୟ ଦୃଶ୍ୟମାନ ହେବ। ଫେବୃୟାରୀ ୧୦ ତାରିଖ ବେଳକୁ ଏହା ମଙ୍ଗଳ ଗ୍ରହର ନିକଟତର ହେବ।

ହିମାଂଶୁ ଶେଖର ଫତେସିଂହ
-ହାଉସିଂ ବୋର୍ଡ କଲୋନୀ,
ଗୁରୁଜଙ୍ଗ, ଖୋର୍ଦ୍ଧା
ମୋ: ୭୦୦୮୬୬୨୩୪୧


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri