Posted inଖେଳ

ଜିମ୍ବାଓ୍ବେ ବିଶ୍ୱକପରୁ ବାହାର, ୫ ଓ୍ବିକେଟରେ ଜିତିଲା ନେଦରଲାଣ୍ଡ…

ନୂଆଦିଲ୍ଲୀ,୨।୧୧ : ଆଡିଲେଡରେ ଜିମ୍ବାୱେ ଏବଂ ନେଦରଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପର ୩୪ ତମ ମ୍ୟାଚରେ ନେଦରଲାଣ୍ଡ ୫ ଓ୍ବିକେଟରେ ଜିତିଛି। ଜିମ୍ବାୱେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୧୯.୨ଓଭରରେ ୧୦ ଓ୍ବିକେଟ ହରାଇ ୧୧୭ ରନ୍‌ ସଂଗ୍ରହ କରିଥିଲା।

ଧାର୍ଯ୍ୟ ୧୧୮ ଲକ୍ଷ୍ୟର ପିଛା କରି ନେଦରଲାଣ୍ଡ ୧୮ ଓଭରରେ ୫ ଓ୍ବିକେଟ ହରାଇ ୧୨୦ ରନ୍‌ କରିଥିଲା। ଏହା ସହିତ ଜିମ୍ବାଓ୍ବେ ବିଶ୍ୱକପରୁ ବାହାର ହୋଇଛି।

ମ୍ୟାକ୍ସ ଓଡାଡ ନେଦରଲାଣ୍ଡ ପାଇଁ ୫୨ ରନ ସଂଗ୍ରହ କରିଥିଲେ। ତାଙ୍କ ବ୍ୟତୀତ ଟମ କୁପର୍‌ ୩୨ ଏବଂ ଭାସ ଡି ଲିଡ ଅପରାଜିତ ୧୨ ସ୍କୋର କରିଥିଲେ। ବ୍ଲେସିଙ୍ଗସ୍‌ ମୁଜାରବାନୀ ଏବଂ ରିଚାର୍ଡ ଏନଗରୱା ଜିମ୍ବାୱେ ପାଇଁ ଦୁଇଟି ୱିକେଟ ନେଇଥିଲେ।

ଜିମ୍ବାୱେ ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ ସିକନ୍ଦର ରଜା ଜିମ୍ବାୱେ ପାଇଁ ସର୍ବାଧିକ ରନ ସଂଗ୍ରହ କରିଥିଲେ। ସେ ୨୪ ବଲରେ ୪୦ ରନ ସଂଗ୍ରହ କରିଥିଲେ। ଏହି ସମୟରେ ସେ ତିନୋଟି ଚୌକା ଓ ତିନି ଛକା ମାରିଥିଲେ। ତାଙ୍କ ବ୍ୟତୀତ ସଚିନ ୱିଲିୟମସନ ୨୩ ଟି ବଲରେ ୨୮ରନ ସଂଗ୍ରହ କରିଥିଲେ।

ନଅ ଜଣ ଜିମ୍ବାୱେ ବ୍ୟାଟ୍ସମ୍ୟାନ ଡବଲ ଫିଗରକୁ ଛୁଇଁ ପାରି ନ ଥିଲେ। ନେଦରଲାଣ୍ଡ ପାଇଁ ପଲ ୱାନ ମେକେରେନ ସର୍ବାଧିକ ତିନୋଟି ୱିକେଟ ନେଇଥିଲେ। ବ୍ରେଣ୍ଡନ ଗ୍ଲୋଭର, ଲୋଗାନ ୱାନ ୱିକ୍ସ ଏବଂ ଭାସ ଡି ଲିଡ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ। ଫ୍ରେଡ କ୍ଲାସେନଙ୍କୁ ଗୋଟିଏ ଓ୍ବିକେଟ ମିଳିଥିଲା।

ଏହି ପରାଜୟ ପରେ ଜିମ୍ବାୱେର ଚାରୋଟି ମ୍ୟାଚରୁ ୩ ପଏଣ୍ଟ ରହିଛି। ଦଳ ଗୋଟିଏ ମ୍ୟାଚ ଜିତି ଦୁଇଟିରେ ହାରିଛି। ବର୍ଷା ଯୋଗୁଁ ଗୋଟିଏ ମ୍ୟାଚ ବାତିଲ ହୋଇଥିଲା। ଜିମ୍ବାୱେର ନିଟ ରନ ହାର ହେଉଛି -୦.୩୧୩ । ଏହି ପରାଜୟ ସହିତ ଦଳର ସେମିଫାଇନାଲରେ ପ୍ରବେଶ କରିବାର ଆଶା ଶେଷ ହୋଇଛି। ଜିମ୍ବାୱେର ଏବେ ଭାରତ ବିପକ୍ଷରେ ଖେଳିବାକୁ ଗୋଟିଏ ମ୍ୟାଚ ଅଛି। ଅନ୍ୟପକ୍ଷରେ ନେଦରଲାଣ୍ଡ ଦଳ ପୂର୍ବରୁ ବିଶ୍ୱକପରୁ ବାହାର ହୋଇସାରିଛି। ଦଳ ଚାରିଟି ମ୍ୟାଚରୁ ୨ ପଏଣ୍ଟ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri