Posted inଖେଳ

ପ୍ରଥମ ଥର ସୁପର-୧୨ରେ ଜିମ୍ବାଓ୍ବେ

ହୋବାର୍ଟ, ୨୨ା୧୦(ପି.ଟି.): ଜିମ୍ବାଓ୍ବେ ଏହାର କ୍ରିକେଟ ଇତିହାସରେ ପ୍ରଥମଥର ଟି୨୦ କ୍ରିକେଟ ବିଶ୍ୱକପ ସୁପର-୧୨ରେ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ ଗ୍ରୁପ୍‌ ‘ବି’ର ଅନ୍ତିମ ମ୍ୟାଚରେ ଏହି ଦଳ ୫ ଉଇକେଟରେ ସ୍କଟଲାଣ୍ଡକୁ ହରାଇ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛି। କେବଳ ସେତିକି ନୁହେଁ ଆୟର୍ଲାଣ୍ଡ, ସ୍କଟଲାଣ୍ଡ ଓ ଓ୍ବେଷ୍ଟଇଣ୍ଡିଜକୁ ପଛରେ ପକାଇ ଜିମ୍ବାଓ୍ବେ ଗ୍ରୁପ୍‌ ‘ବି’ର ନମ୍ବର ଓ୍ବାନ ଦଳ ହେବାର ସୌଭାଗ୍ୟ ପାଇଛି। ଦ୍ରୁତ ବୋଲର ଟେଣ୍ଡାଇ ଚତରାଙ୍କ ଚମତ୍କାର ବୋଲିଂ (୪-୧-୧୪-୨) ବଳରେ ଜିମ୍ବାଓ୍ବେ ପ୍ରତିପକ୍ଷ ସ୍କଟଲାଣ୍ଡକୁ ୨୦ ଓଭରରେ ୧୩୨/୬ ମଧ୍ୟରେ ସୀମିତ ରଖିଥିଲା। ଜିମ୍ବାଓ୍ବେର ପ୍ରଥମ ବୋଲରଭାବେ ଚତରା ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ୫୦ ଉଇକେଟ ମଧ୍ୟ ପୂରଣ କରିଥିଲେ। ବାମହାତୀ ପେସର ରିଚାର୍ଡ ଏନ୍‌ଗର୍ଭା ମଧ୍ୟ ୨୮ ରନରେ ୨ଟି ଉଇକେଟ ନେଇ ସ୍କଟଲାଣ୍ଡର ବିପର୍ଯ୍ୟୟ ଘଟାଇଥିଲେ। ସ୍କଟଲାଣ୍ଡ ପକ୍ଷରୁ ଜର୍ଜ ମୁନ୍‌ସେ ସର୍ବାଧିକ ୫୪ ରନ କରିଥିଲେ। ପରେ ଅଧିନାୟକ କ୍ରେଗ୍‌ ଇର୍ଭିନଙ୍କ ଅର୍ଦ୍ଧଶତକ ବଳରେ ଜିମ୍ବାଓ୍ବେ ୧୩୩ ରନର ବିଜୟ ଲକ୍ଷ୍ୟକୁ ୧୮.୩ ଓଭରରେ ୫ ଉଇକେଟ ହରାଇ ହାସଲ କରି ନେଇଥିଲା। ଇର୍ଭିନ ୫୮ ଓ ସିକନ୍ଦର ରାଜା ୪୦ ରନକରି ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ। ଗୋଟିଏ ଉଇକେଟ ନେବାସହ ମାତ୍ର ୨୩ ବଲ୍‌ରୁ ୩ ଚୌକା ଓ ୨ ଛକା ସହ ୪୦ ରନକରି ଅଲ୍‌ରାଉଣ୍ଡ ପ୍ରଦର୍ଶନ ଦେଇଥିବାରୁ ସିକନ୍ଦର ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ୧୯ତମ ଓଭରରେ ର଼୍ୟାନ ବୁର୍ଲ ବିଜୟ ସୂଚକ ଶଟ୍‌ ମାରିବା ସହ ଜିମ୍ବାଓ୍ବେ ଶିବିର ଏବଂ ପ୍ରଶଂସକଙ୍କ ମହଲରେ ଉତ୍ସବ ପରିବେଶ ସୃଷ୍ଟି ହୋଇଥିଲା।
ସଂକ୍ଷିପ୍ତ ସ୍କୋର
ସ୍କଟଲାଣ୍ଡ ୨୦ ଓଭରରେ ୧୩୨/୬ (ଜର୍ଜ ମୁନ୍‌ସେ-୫୪, କାଲୁମ ମ୍ୟାକଲଡ-୨୫, ଟେଣ୍ଡାଇ ଚତରା-୨/୧୪, ରିଚାର୍ଡ ଏନ୍‌ଗର୍ଭା-୨/୨୮, ବ୍ଲେସିଂ ମୁଜାରାବାନି-୧/୩୪, ସିକନ୍ଦର ରାଜା-୧/୨୦)। ଜିମ୍ବାଓ୍ବେ ୧୮.୩ ଓଭରରେ ୧୩୩/୫ (କ୍ରେଗ୍‌ ଇର୍ଭିନ-୫୮, ସିକନ୍ଦର ରାଜା-୪୦, ଜୋଶ୍‌ ଡାଭେ-୨/୧୬, ବ୍ରାଡ୍‌ ହ୍ବିଲ-୧/୨୬, ମାର୍କ ଓ୍ବାଟ-୧/୧୯, ମାଇକେଲ ଲିଆସକ-୧/୩୬)।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri