ଜିଲା ପରିଷଦ ଆସନ: ସବୁ ପୋଛିନେଲା ବିଜେଡି

ପୁରୀ ଅଫିସ,୨୮।୨: ପୁରୀ ଜିଲାର ୧୧ଟି ଯାକ ଜିଲା ପରିଷଦ ଆସନରେ ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ଅସ୍ତରଙ୍ଗ ବ୍ଲକର ୧ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ସରସ୍ବତୀ ସ୍ବାଇଁ ଜିତିଛନ୍ତି। ସରସ୍ବତୀଙ୍କୁ ୧୭,୩୪୮ ଭୋଟ ମିଳିଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଶୁଭସ୍ମିତା ସାହୁ ୭,୬୪୪ ଭୋଟ ପାଇଛନ୍ତି। ବ୍ରହ୍ମଗିରି ବ୍ଲକର ୨୮ ନଂ. ଜୋନ୍‌ରେ ବିଜେଡିର କୈଳାସ ଚନ୍ଦ୍ର ପରିଡ଼ାଙ୍କୁ ୧୫,୧୯୭ ଭୋଟ ପାଇ ଜିତିଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର କୃଷ୍ଣଚନ୍ଦ୍ର ରାୟଙ୍କୁ ୧୩,୦୬୨ଖଣ୍ଡ ଭୋଟ ମିଳିଛି। ଡେଲାଙ୍ଗ ବ୍ଲକ ୧୫ ନମ୍ବର ଜୋନ୍‌ରେ ବିଜେଡିର ପ୍ରଜ୍ଞା ଛୋଟରାୟ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଗୀତାଞ୍ଜଳି ସ୍ବାଇଁଙ୍କଠାରୁ ୬,୬୭୨ ଖଣ୍ଡ ଅଧିକ ଭୋଟ ପାଇ ଜିତିଛନ୍ତି। ଗୋପ ବ୍ଲକର ୧୧ ନଂ. ଜୋନ୍‌ରେ ବିଜେଡିର ଧର୍ମେନ୍ଦ୍ର କୁମାର ସାହୁ ୧୪, ୭୭୨ ଭୋଟ ପାଇ ଜିତିଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ନିରଞ୍ଜନ ମହାପାତ୍ରଙ୍କୁ ୯୮୪୬ ଭୋଟ ମିଳିଛି। କାକଟପୁର ବ୍ଲକ ୬ନଂ. ଜୋନ୍‌ରେ ଜ୍ୟୋସ୍ନାରାଣୀ ଦଳାଇ ୧୦, ୧୨୬ ଭୋଟ ପାଇ ଜିତିଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ସସ୍ମିତା ସ୍ବାଇଁ ୬୯୪୨ ଭୋଟ ପାଇଛନ୍ତି। କଣାସ ବ୍ଲକର ୩୦ ନଂ. ଜୋନ୍‌ରେ ବିଜେଡି ପ୍ରାର୍ଥୀ ପ୍ରଣତି ଜେନା ୧୫, ୮୩୦ ଭୋଟ ପାଇ ଜିତିଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ମିନାକ୍ଷୀ ମିଶ୍ରଙ୍କୁ ୧୨, ୮୨୪ ଖଣ୍ଡ ଭୋଟ ମିଳିଛି। କୃଷ୍ଣପ୍ରସାଦ ବ୍ଲକ ୯ ନଂ. ଜୋନ୍‌ରେ ବିଜେଡିର ଲକ୍ଷ୍ମୀଧର ସାହୁ ୧୭,୬୨୫ ଭୋଟ ପାଇ ଜିତିଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ଜୟରାମ ଦାଶଙ୍କୁ ହରାଇଛନ୍ତି। ନିମାପଡ଼ା ବ୍ଲକର ୧୮ନଂ. ଜୋନ୍‌ରେ ବିଜେଡିର କୁଞ୍ଜଲତା ସାମଲ ୧୬, ୧୦୩ ଖଣ୍ଡ ଭୋଟ ପାଇ ଜିତିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ସ୍ବପ୍ନକୁମାର ମିଶ୍ର ୧୩,୫୮୭ ଭୋଟ ପାଇଛନ୍ତି। କୁଞ୍ଜଲତା ୨୫୧୬ ଖଣ୍ଡ ଭୋଟ୍‌ରେ ବିଜୟ ଲାଭ କରିଛନ୍ତି। ପିପିଲି ବ୍ଲକର ୨୨ନଂ. ଜୋନ୍‌ରେ ବିଜେଡିର ସଙ୍ଗୀତା ବେହେରା ୧୯,୬୫୦ ଖଣ୍ଡ ଭୋଟ ପାଇ ଜିତିଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପ୍ରଭାସିନି ବେହେରାଙ୍କୁ ୧୨, ୧୪୩ ଖଣ୍ଡ ଭୋଟ ମିଳିଛି। ପୁରୀ ସଦର ବ୍ଲକ୍‌ ୨୫ ନଂ. ଜୋନ୍‌ରେ ମୋନାଲି ମିଶ୍ର ୧୫, ୫୨୨ ଖଣ୍ଡ ଭୋଟ ପାଇ ଜିତିଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଅଲିସା ମିଶ୍ରଙ୍କୁ ୧୩, ୬୧୨ ଖଣ୍ଡ ଭୋଟ ମିଳିଛି। ସତ୍ୟବାଦୀ ବ୍ଲକର ୩୧ ନଂ. ଜୋନ୍‌ରେ ବିଜେଡିର ନାରାୟଣ ରାଉତରାୟଙ୍କୁ ୧୫,୫୫୪ ଭୋଟ ପାଇ ଜିତିଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଜାନକୀ ବଲ୍ଲଭ ବରାଳଙ୍କୁ ୧୧, ୧୫୪ ଖଣ୍ଡ ଭୋଟ ମିଳିଛି। ବିଜୟ ପରେ ପୁରୀ ଜିଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ନିର୍ମଳ ଭାବମୂର୍ତ୍ତି ଉପରେ ଭରସା କରି ମତଦାତାମାନେ ବିଜେଡି ପ୍ରତିନିଧିମାନଙ୍କୁ ବିଜୟ ମୁକୁଟ ପିନ୍ଧାଇଛନ୍ତି। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସୁବିଧା ପୁରୀ ଜିଲାବାସୀଙ୍କୁ ମିଳିଛି ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ପିପିଲି ବ୍ଲକରେ ସର୍ବାଧିକ ୧୦୮୪, ପୁରୀ ସଦରରେ ୧୦୬୧, ଡେଲାଙ୍ଗରେ ୧୦୨୬, ସତ୍ୟବାଦୀରେ ୬୯୩, କଣାସରେ ୬୮୯, ବ୍ରହ୍ମଗିରିରେ ୫୧୮, କୃଷ୍ଣପ୍ରସାଦରେ ୪୮୪, ନିମାପଡ଼ାରେ ୪୭୯, କାକଟପୁରରେ ୪୧୦, ଗୋପରେ ୩୯୫ ଏବଂ ଅସ୍ତରଙ୍ଗ ବ୍ଳକରେ ସର୍ବନିମ୍ନ ୨୪୯ ଭୋଟ ନାକଚ ହୋଇଛି। ୧୧ଟି ଜୋନ୍‌ରେ ସର୍ବମୋଟ୍‌ ୭ ହଜାର ୮୮ଟି ଭୋଟ ନାକଚ ହୋଇଛି। ରବିବାର ଓ ସୋମବାର ୨ୟ ଓ ୩ୟ ପର୍ଯ୍ୟାୟ ଭୋଟ ଗଣତି ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri