ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ

ଡେଲାଙ୍ଗ/ବ୍ରହ୍ମଗିରି/ସାକ୍ଷୀଗୋପାଳ/ ନିମାପଡ଼ା/ କାକଟପୁର/କଣାସ ୨୮ା୨(ଡି.ଏନ୍‌.ଏ./ସ୍ବ.ପ୍ର.):

ଡେଲାଙ୍ଗ ବ୍ଲକ ୧୫ନଂ.ଜିଲାପରିଷଦ ଜୋନ ଅନ୍ତର୍ଗତ ୭ଟି ପଞ୍ଚାୟତର ଫଳାଫଳ ପ୍ରକାଶ ପାଇଛି। ଗଡ଼ମୋଟରି ପଞ୍ଚାୟତର ସରପଞ୍ଚ ଭାବେ ମାର୍କଣ୍ଡ ମଙ୍ଗରାଜ ଓ ସମିତିସଭ୍ୟ ଲଲାଟ କେଶରୀ ସାମନ୍ତରାୟ ନିର୍ବାଚିତ ହୋଇଛନ୍ତି। ସେହିପରି ଚାଇଁପୁର ପଞ୍ଚାୟତରେ ସରପଞ୍ଚ ଜୟନ୍ତୀ ବରାଳ ଓ ସମିତିସଭ୍ୟ ମଞ୍ଜୁଲତା ହାତୀ, ସୁଜନପୁର ପଞ୍ଚାୟତରେ ସରପଞ୍ଚ ପ୍ରିୟଙ୍କା ବଳବନ୍ତରାୟ ଓ ସମିତିସଭ୍ୟ ଅଜୟ ରାଉତରାୟ, ସିଂହବରହମପୁର ପଞ୍ଚାୟତରେ ସରପଞ୍ଚ ରଶ୍ମିତା ବେହେରା ଓ ସମିତିସଭ୍ୟ ନରେନ୍ଦ୍ର ପ୍ରଧାନ, ରେଙ୍ଗଳରେ ସରପଞ୍ଚ ସାଗରିକା ବଡ଼ଜେନା ଓ ସମିତିସଭ୍ୟ ବିନୋଦିନୀ ସ୍ବାଇଁ, ଗୋଡ଼ିପୁଟ ମାଟିଆପଡ଼ାରେ ସରପଞ୍ଚ ରଜନୀ ଶାସମଲ ଓ ସମିତିସଭ୍ୟ ଦୁର୍ବାସା ନିଶଙ୍କ, ହରିରାଜପୁର ପଞ୍ଚାୟତରେ ସରପଞ୍ଚ ରୀନାରାଣୀ ରାଉତରାୟ ଓ ସମିତିସଭ୍ୟ ବାସନ୍ତୀ ସାହୁ ନିର୍ବାଚିତ ହୋଇଛନ୍ତି।
ବ୍ରହ୍ମଗିରି ବ୍ଲକ ୨୮ନଂ.ଜିଲାପରିଷଦ ଜୋନ ଅନ୍ତର୍ଗତ ୧୦ଟି ପଞ୍ଚାୟତର ଫଳାଫଳ ପ୍ରକାଶ ପାଇଛି। ଭୁବନପୁର ପଞ୍ଚାୟତର ସରପଞ୍ଚ ଭାବେ ଅମୂଲ୍ୟ କୁମାର ପ୍ରଧାନ ଓ ସମିତିସଭ୍ୟ ଭାବେ ତ୍ରିନାଥ ପଲାଇ ନିର୍ବାଚିତ ହୋଇଛନ୍ତି। ସେହିପରି ଗଡରୋଡଙ୍ଗ ପଞ୍ଚାୟତରେ ସରପଞ୍ଚ ନମିତା ବଳିଆରସିଂ ଓ ସମିତି ସଭ୍ୟ କରିସ୍ମା ସେଠୀ, ବ୍ରହ୍ମଗିରିରେ ସରପଞ୍ଚ ରାଧାରାଣୀ ଦଳାଇ ଓ ସମିତିସଭ୍ୟ ରତ୍ନମାଳା ବେହେରା, ବେଣ୍ଟପୁରରେ ସରପଞ୍ଚ ବିଜୟ ଲକ୍ଷ୍ମୀ ପଲାଇ ଓ ସମିତି ସଭ୍ୟ ମାଳିନୀ ଦଳାଇ, ବ୍ରହ୍ମଣିଆରେ ସରପଞ୍ଚ ନିରଞ୍ଜନ ସେଠୀ ଓ ସମିତି ସଭ୍ୟ ବବିତା ସ୍ବାଇଁ, ଚାପମାଣିକରେ ସରପଞ୍ଚ ଅମୂଲ୍ୟ ପ୍ରଧାନ ଓ ସମିତି ସଭ୍ୟ ରେଖା ନାୟକ, ଧରଣୀକୁଦୀରେ ସରପଞ୍ଚ ଗୀତାଞ୍ଜଳୀ ବିଶ୍ବାଳ ଓ ସମିତି ସଭ୍ୟ ପ୍ରମିଳା ମଲ୍ଲିକ, କହଳପଦାରେ ସରପଞ୍ଚ ଭଗବାନ ପରିଡା ଓ ସମିତି ସଭ୍ୟ ସୁମିତ୍ରା ବରାଳ, ନିଆଜପୁରରେ ସରପଞ୍ଚ ସୁରେନ୍ଦ୍ର କାଣ୍ଡି, ସମିତି ସଭ୍ୟ ଭାବେ ଶୁକଦେବ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି।
ସତ୍ୟବାଦୀ ବ୍ଲକ ୩୧ନଂ. ଜିଲାପରିଷଦ ଜୋନ ଅନ୍ତର୍ଗତ ୯ଟି ପଞ୍ଚାୟତର ଫଳାଫଳ ପ୍ରକାଶ ପାଇଛି। ଅଳଗୁମ ପଞ୍ଚାୟତର ସରପଞ୍ଚ ଭାବେ ସରସ୍ବତୀ ବିଶ୍ୱାଳ ଓ ସମିତି ସଭ୍ୟ ଭାବେ ପୁଷ୍ପାଞ୍ଜଳି ବିଶ୍ୱାଳ ନିର୍ବାଚିତ ହୋଇଛନ୍ତି। ସେହିପରି ଆଳିସ ପଞ୍ଚାୟତର ସରପଞ୍ଚ ସୁରଥ ଚନ୍ଦ୍ର ସେଠୀ ଓ ସମିତି ସଭ୍ୟ ବିପିନ କୁମାର ବେହେରା, ଦାଶବିଦ୍ୟାଧରପୁର ପଞ୍ଚାୟତରେ ସରପଞ୍ଚ ଝରଣା ବାଳା ସ୍ବାଇଁ ଓ ସମିତିସଭ୍ୟ ଶକୁନ୍ତଳା ପ୍ରଧାନ, ନରେନ୍ଦ୍ରପୁର ପଞ୍ଚାୟତରେ ସରପଞ୍ଚ ଗୌରାଙ୍ଗ ମଲ୍ଲିକ ଓ ସମିତିସଭ୍ୟ ଝରଣା ମଲ୍ଲିକ, ନୂଆସୋମେଶ୍ୱରପୁରରେ ସରପଞ୍ଚ ପ୍ରଶାନ୍ତ କୁମାର ପାଣି ଓ ସମିତିସଭ୍ୟ ଜ୍ୟୋତିର୍ମୟୀ ପଣ୍ଡା, ବିରାମଚନ୍ଦ୍ରପୁରରେ ସରପଞ୍ଚ ଦୀପା ବେହେରା ଓ ସମିତିସଭ୍ୟ କିଶୋର ଭୋଇ, ମଧୁବନ ପଞ୍ଚାୟତରେ ସରପଞ୍ଚ କାନ୍ତିଲତା ପରିଡା ଓ ସମିତିସଭ୍ୟ ପୁଷ୍ପଲତା ସାହୁ, ସାଣ୍ଡରା ଶାସନରେ ସରପଞ୍ଚ ବାସନ୍ତୀ ବେହେରା ଓ ସମିତି ସଭ୍ୟ ସମିତ୍ରା ବେହେରା, ଶୁକଳ ପଞ୍ଚାୟତରେ ସରପଞ୍ଚ ଭାବେ ଲଳିତ ମୋହନ ସେନାପତି ଓ ସମିତିସଭ୍ୟ ଭାବେ ବସନ୍ତ କୁମାର ବିଶ୍ୱାଳ ନିର୍ବାଚିତ ହୋଇଛନ୍ତି।
ନିମାପଡ଼ା ବ୍ଲକ ୧୮ନଂ. ଜିଲାପରିଷଦ ଜୋନ ଅନ୍ତର୍ଗତ ୮ଟି ପଞ୍ଚାୟତର ଫଳାଫଳ ପ୍ରକାଶ ପାଇଛି। ଉଚ୍ଛପୁର ପଞ୍ଚାୟତରେ ସରପଞ୍ଚ ଭାବେ ସୁରେଶ ମଙ୍ଗରାଜ ଓ ସମିତିସଭ୍ୟ ଭାବେ ଅନୁସୟା ମହାନ୍ତି ନିର୍ବାଚିତ ହୋଇଛନ୍ତି। ସେହିପରି ଗୋପୀନାଥପୁର ପଞ୍ଚାୟତରେ ସରପଞ୍ଚ ପ୍ରଭାତ କୁମାର ରାୟ ଓ ସମିତିସଭ୍ୟ ମୁକୁନ୍ଦ ମହାରଣା, ନୂଆସନ୍ଥ ପଞ୍ଚାୟତରେ ପ୍ରଫୁଲ୍ଲ କୁମାର ସ୍ବାଇଁ ଓ ସମିତିସଭ୍ୟ ଦୁର୍ଗା ପ୍ରସାଦ ପ୍ରଧାନ, ବଳଙ୍ଗା ପଞ୍ଚାୟତର ସରପଞ୍ଚ ଅଞ୍ଜଳି ପ୍ରଧାନ ଓ ସମିତି ସଭ୍ୟ ପ୍ରକାଶ କୁମାର ସାହୁ, କୋଟକୋସାଙ୍ଗ ପଞ୍ଚାୟତରେ ସରପଞ୍ଚ ଜୟନ୍ତୀ ବିଶ୍ୱାଳ ଓ ସମିତିସଭ୍ୟ ପାର୍ଥନା ନାୟକ, ଗଡ଼ପଦନପୁର ପଞ୍ଚାୟତରେ ସରପଞ୍ଚ ରାକେଶ କୁମାର ବାରିକ ଓ ସମିତିସଭ୍ୟ ରଞ୍ଜିତ୍‌ ରାଉତରାୟ, ଶାଇଁସଶାସନ ପଞ୍ଚାୟତରେ ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ ଓ ସମିତିସଭ୍ୟ ସନ୍ଧ୍ୟାରାଣୀ ରଥ, ହରିପୁର ପଞ୍ଚାୟତରେ ସରପଞ୍ଚ ତିଳୋତ୍ତମା ସାହୁ ଓ ସମିତିସଭ୍ୟ ସୁନିଲ କୁମାର ରଥ ନିର୍ବାଚିତ ହୋଇଛନ୍ତି।
କାକଟପୁର ବ୍ଲକର ୬ନଂ ଜୋନ୍‌ ଅନ୍ତର୍ଗତ ସୁହାଗପୁର ଗ୍ରାମପଞ୍ଚାୟତର ସରପଞ୍ଚ ଭାବେ ସେକ୍‌ ଅବତାର, ସମିତି ସଭ୍ୟ ଭାବେ ଶ୍ରୀଧର ନାୟକ, କଂପଡ଼ା ପଞ୍ଚାୟତର ସରପଞ୍ଚ ରୀନା ନାୟକ, ସମିତି ସଭ୍ୟା ମିତା ପାତ୍ର ନିର୍ବାଚିତ ହୋଇଛନ୍ତି। କଟକଣା ପଞ୍ଚାୟତର ସରପଞ୍ଚ ରୁକ୍‌ସାନା ବିବି, ସମିତି ସଭ୍ୟା ପ୍ରଭାତୀ ବିଶ୍ୱାଳ, ଲତାହରଣ ପଞ୍ଚାୟତ ସରପଞ୍ଚ ପ୍ରଦୀପ୍ତ ବିଶ୍ୱାଳ, ସମିତିସଭ୍ୟା ସାରାଣୀ ସାହୁ, ପାଟସୁନ୍ଦରପୁର ପଞ୍ଚାୟତ ସରପଞ୍ଚ ଚତୁର୍ଭୁଜ ରାଉତ, ସମିତି ସଭ୍ୟ ମନୋଜ କୁମାର ନାୟକ, ଭଣ୍ଡାଘର ପଞ୍ଚାୟତର ସରପଞ୍ଚ ଭୀମା ଦାସ, ସମିତି ସଭ୍ୟା ସଙ୍ଗୀତା କାଣ୍ଡି ବିଜୟୀ ହୋଇଥିବା କାକଟପୁର ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ତୁଷାର ଜ୍ୟୋତି ରଞ୍ଜନ ସୂଚନା ଦେଇଛନ୍ତି।
କଣାସ ବ୍ଲକ ୩ ନମ୍ବର ଜୋନ୍‌ ଅଧୀନ ୯ଟି ଗ୍ରାମପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଫଳାଫଳ ପ୍ରକାଶ ପାଇଛି। ବଡାଲ ଗ୍ରାମପଞ୍ଚାୟତରେ ଧନେଶ୍ୱର ଲେଙ୍କା ୨୧୩୨ ଓ ବକୁରେ ଗୀତାଞ୍ଜଳି ଶର୍ମା ୧୮୫୩ ଖଣ୍ଡ ଭୋଟ ପାଇ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ଦେଈପୁର ସରପଞ୍ଚ ଭାବେ ସ୍ବାଗତିକା ପ୍ରଧାନ ୧୪୦୩ ଖଣ୍ଡ ଏବଂ ଦୋଛିଆ ସରପଞ୍ଚ ଭାବେ ବନମାଳି ରାଉତ ୧୩୫୮ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ଗଡ଼ଖାରଦରେ ମହେଶ୍ୱର ସେଠୀ ୧୮୭୭ ଓ ଦିବ୍ୟସିଂହପୁରରେ ଝରଣା ମିଶ୍ର ୧୭୭୬ ଖଣ୍ଡ ଭୋଟ ପାଇ ସରପଞ୍ଚ ଭାବେ ଜିତିଛନ୍ତି। କାଦୁଆ ପଞ୍ଚାୟତରେ ଦୁଃଶାସନ ସ୍ବାଇଁ ୧୯୮୨, ଗୋପୀନାଥପୁରରେ ସୁକାନ୍ତି ବେହେରା ୧୭୮୦, ସାହୁପଡ଼ାରେ ଭିକାରୀ ଚରଣ ବଳିଆରସିଂହ ୨୧୯୫ ଖଣ୍ଡ ଭୋଟ ପାଇ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ସାହୁପଡ଼ା ପଞ୍ଚାୟତରେ ସୁମିତ୍ରା ମଙ୍ଗରାଜ ୨୦୯୫ ଓ ବକୁରେ ଲକ୍ଷ୍ମୀଧର ଜଗଦ୍ଦେବ ୧୭୫୦ଟି ଭୋଟ ପାଇ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଦେଈପୁରରେ ମନୋରଞ୍ଜନ ପାଇକରାୟ ୮୧୧, ବଡାଲରେ ସଞ୍ଜୟ କୁମାର ମାନସିଂହ ୧୭୭୧, କାଦୁଆରେ ଶକ୍ତିଧର ପ୍ରଧାନ ୧୯୩୮ ଏବଂ ଗୋପୀନାଥପୁରରେ ଜୟନ୍ତୀ ମହାପାତ୍ର ୧୭୬୭ଟି ଭୋଟ ପାଇ ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଛନ୍ତି। ଗଡ଼ ଖାରଦରେ ଗୌରହରି ନାୟକ ୧୯୯୨, ଦିବ୍ୟସିଂହପୁରରେ ସୁମିତ୍ରା ପ୍ରଧାନ ୧୯୪୫ଟି ଭୋଟ ପାଇ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri