ଜିରୋ ନାଇଟ୍‌ ସେଲିବ୍ରେଶନ: ଜଲଓ୍ବା ଦେଖାଇଲେ ଇଣ୍ଡିଆନ ଆଇଡ଼ଲ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ‘ଜିରୋ ନାଇଟ୍‌’ ସେଲିବ୍ରେଶନ ଏବଂ ନବବର୍ଷ ୨୦୨୪ ପାଇଁ ଇସ୍ପାତ ସହର ରାଉରକେଲାରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପାନପୋଷ ବ୍ରାହ୍ମଣୀ କ୍ଲବ, ସେକ୍ଟର-୨୦ ରାଉରକେଲା କ୍ଲବ, ସେକ୍ଟର-୨ ଜର୍ମାନୀ କ୍ଲବ ସମେତ ଛୋଟବଡ଼ ହୋଟେଲରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଡିଜେ ନାଇଟ୍‌, ଅର୍କେଷ୍ଟ୍ରା, ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ, ର଼୍ୟାମ୍ପ ଶୋ ଆଦି କରାଯାଇଥିଲା। କିଛି କ୍ଲବରେ ବାହାର ରାଜ୍ୟରୁ କଳାକାରମାନଙ୍କୁ ନେଇ ବିଶେଷ ଆୟୋଜନ କରାଯାଇଥିଲା।

ବ୍ରାହ୍ମଣୀ କ୍ଲବରେ ଇଣ୍ଡିଆନ୍‌ ଆଇଡ଼ଲ୍‌ ଫେମ୍‌ ରିକ୍‌ ବାସୁ ଓ ସାରେଗାମା ଫେମ୍‌ ରନିତା ବାନାର୍ଜୀ ମୁଖ୍ୟ ଆକର୍ଷଣ ସାଜିଥିଲେ। ସେହିପରି ଆର୍‌ଏସ୍‌ପି ରାଉରକେଲା କ୍ଲବରେ ସୋନି ଟିଭି ଇଣ୍ଡିଆନ୍‌ ଆଇଡ଼ଲ୍‌ ଫେମ୍‌ ଅଭିଷେକ କୁମାର, ବମ୍ବେରୁ କଣ୍ଠଶିଳ୍ପୀ ଅମ୍ରିତା ସିହ୍ନା ଏବଂ ଡିଜେ ଆବାସ୍‌ ଜଲଓ୍ବା ଦେଖାଇଥିଲେ।

ଅନୁରୂପ ଭାବେ ସେକ୍ଟର-୨ ଜର୍ମାନୀ କ୍ଲବରେ ଇଣ୍ଡିଆନ୍‌ ଆଇଡ଼ଲ୍‌ ଫେମ୍‌ ନିଧି ରସ୍ତୋଗୀ, ବଲିଉଡ୍‌ ପାର୍ଶ୍ୱ କଣ୍ଠଶିଳ୍ପୀ ରୋହନ ପାଠକ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିବା ଜଣାପଡିଛି। ଏହାବ୍ୟତୀତ ସେକ୍ଟର ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ନୃତ୍ୟଗୀତର ଆସର ମଧ୍ୟ ଆୟୋଜନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମଗୁଡ଼ିକ ରାତି ୯ଟାରୁ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବ। ଅନ୍ୟପକ୍ଷେ ଇସ୍ପାତ ସହରରେ ବିଶେଷ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ପୋଲିସ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ କଡ଼ାକଡ଼ି ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪୫ହଜାର ଟଙ୍କା ଖସିଲାଣି ସୁନାଦର, ଆଗକୁ ଲକ୍ଷେ ତଳକୁ ଖସିବ? ବିଶେଷଜ୍ଞଙ୍କ ବଡ଼ ବୟାନ

ଭୁବନେଶ୍ୱର, ୩୦।୬: ଗତ ପ୍ରାୟ ଏକ ବର୍ଷ ଧରି ସୁନା ବଜାରରେ ଲାଗି ରହିଥିବା ଅପ୍ରତ୍ୟାଶିତ ସୁନାମି ଏବେ ଶାନ୍ତ ପଡ଼ିଛି। ଲଗାତାର ଭାବେ ବୃଦ୍ଧି ପାଇ…

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଜିଲାସ୍ତରୀୟ ସ୍ୱନିଧି ମହୋତ୍ସବ: ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼…

ଛତ୍ରପୁର, ୩୦।୬ (ଦିଲ୍ଲୀପି ସାମଲ): ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱନିଧି (ପିଏମ୍ ସ୍ୱନିଧି) ଯୋଜନାର ୬ ବର୍ଷ ପୂର୍ତ୍ତି…

ପରୋଲ୍‌ରେ ଆସି ଫେରାର ଦୋଷୀ ୯ ବର୍ଷ ପରେ ଗିରଫ: ନାଁ ବଦଳାଇ ଅମୃତସରରୁ କରୁଥିଲେ…

ଭୁବନେଶ୍ୱର, ୩୦।୬: ପରୋଲ୍‌ରେ ଜେଲରୁ ମୁକ୍ତି ପାଇବା ପରେ ଫେରାର ହୋଇଯାଇଥିବା ଜଣେ ଆଜୀବନ କାରାଦଣ୍ଡପ୍ରାପ୍ତ ଦୋଷୀଙ୍କୁ ଦୀର୍ଘ ୯ ବର୍ଷ ପରେ କମିଶନରେଟ୍‌ ପୋଲିସ ଗିରଫ…

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

ଆଇଏମଡିର ପୂର୍ବାନୁମାନ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ବର,୩୦।୬: ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଭଉଣୀ, ଭାଣିଜୀଙ୍କୁ ନେଇ ଯାଉଥିଲେ ମାମୁ: ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା

ବାଲେଶ୍ୱର, ୩୦।୬ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ହତ୍ୟା ଘଟଣା: ପୂର୍ବ ପ୍ରେମିକାଙ୍କୁ ଘରେ ପଶି ମାରିଥିଲେ, ଆସିଲା ବଡ଼ ରାୟ

ଭୁବନେଶ୍ବର,୩୦।୬: ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। କୋର୍ଟ ଅଭିଯୁକ୍ତ ଯାଜପୁରର ଜଗନ୍ନାଥ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ…

କୋଟି କୋଟି ଗ୍ରାହକଙ୍କୁ ବଡ଼ ଉପହାର! ଜୁଲାଇ ମାସରୁ କମିବ ବିଜୁଳି ଦର

ନୂଆଦିଲ୍ଲୀ,୩୦।୬: ଉତ୍ତର ପ୍ରଦେଶର କୋଟି କୋଟି ବିଦ୍ୟୁତ ଗ୍ରାହକଙ୍କ ପାଇଁ ଜୁଲାଇ ମାସ ବଡ଼ ଆଶ୍ୱସ୍ତି ନେଇ ଆସୁଛି। ଯଦି ଆପଣ ମଧ୍ୟ ପ୍ରତିମାସରେ ମହଙ୍ଗା ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri