ମ୍ୟାଲେରିଆ ମୃତ୍ୟୁ ହାର ଶୂନ କରିବା

ମଣିଷ ସଭ୍ୟତାର ଅନ୍ୟତମ ପୁରାତନ ରୋଗ ହେଉଛି ମ୍ୟାଲେରିଆ। ଏହି ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଏପ୍ରିଲ ୨୫ ତାରିଖକୁ ବିଶ୍ୱ ମ୍ୟାଲେରିଆ ଦିବସ ଭାବରେ ପାଳନ କରାଯାଇ ଆସୁଅଛି। ଏହି ଦିବସ ପାଳନ ଅବସରରେ ଚଳିତବର୍ଷର ସ୍ଲୋଗାନଟି ହେଲା- ‘ଟାଇମ୍‌ ଟୁ ଡେଲିଭର ଜିରୋ ମ୍ୟାଲେରିଆ: ଇନ୍‌ଭେଷ୍ଟ, ଇନୋଭେଟ, ଇମ୍ପ୍ଲିମେଣ୍ଟ’।
ଆମ ଭାରତରେ ପ୍ଲାସ୍‌ମୋଡିୟମ୍‌ ଫଲ୍‌ସିଫରମ, ପ୍ଲାସମୋଡିୟମ ଭାଇବେକ୍ସ ମ୍ୟାଲେରିଆ ପରଜୀବୀ ଦ୍ୱାରା ବହୁ ଲୋକ ଆକ୍ରାନ୍ତ ହେବାର ଦେଖାଯାଏ। ସାଧାରଣତଃ ‘ମାଈ ଆନୋଫିଲିସ୍‌’ ନାମକ ଏକ ମଶାର ଲାଳ ଗ୍ରନ୍ଥିରେ ମ୍ୟାଲେରିଆ ଜୀବାଣୁ ରହିଥାଏ। ଉକ୍ତ ମ୍ୟାଲେରିଆ ଜୀବାଣୁଯୁକ୍ତ ମଶା ଜଣେ ସୁସ୍ଥ ବ୍ୟକ୍ତିଙ୍କୁ କାମୁଡ଼ିଲେ ଉକ୍ତ ବ୍ୟକ୍ତି ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ହୋଇଥାନ୍ତି। ଏହାର ପରଜୀବୀ ବା ପାରାସାଇଟ୍‌କୁ ୧୮୯୭ ଅଗଷ୍ଟ ୨୦ରେ ଆବିଷ୍କାର କରାଯାଇଥିଲା। ଆଉ ଏଭଳି ଉଦ୍ୟମରେ ସଫଳ ହୋଇଥିଲେ ଜଣେ ଆର୍ମି ସର୍ଜନ ଡା. ରୋନାଲ୍‌ଡ ରସ।
ଏହି ଜ୍ୱର ମ୍ୟାଲେରିଆ ପାରାସାଇଟ (ମ୍ୟାଲେରିଆ ପରଜୀବୀ)ର ସଂକ୍ରମଣରୁ ଦେଖାଦେଇଥାଏ। ସୁସ୍ଥ ବ୍ୟକ୍ତିଙ୍କୁ ମଶା କାମୁଡ଼ିବାର ୧୪ ରୁ ୨୧ ଦିନ ଭିତରେ ଜ୍ୱରର ଲକ୍ଷଣ ପ୍ରକାଶ ପାଇଥାଏ। ଜଣେ ସୁସ୍ଥ ବ୍ୟକ୍ତି ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ହେଲେ ଶରୀରରେ ଶୀତ ଲାଗିବା ସହ କମ୍ପ ଅନୁଭୂତ ହୋଇଥାଏ। ମୁଣ୍ଡ ବ୍ୟଥା ସହ ପ୍ରବଳ ଶୀତ ଲାଗେ। ଶରୀରର ବାହ୍ୟଚର୍ମ ଶୁଷ୍କ ଅନୁଭୂତ ହେବା ସହ ଲୋମ ଟାଙ୍କୁରି ହୋଇଯିବା ଲକ୍ଷଣ ଦେଖାଯାଏ। ରୋଗୀର ଶରୀରରେ ତାପମାତ୍ରା ପ୍ରବଳ ବୃଦ୍ଧି ପାଇ ଭୀଷଣ ମୁଣ୍ଡବ୍ୟଥା, ବାନ୍ତି ଲାଗିବା, ଶୋଷ ଲାଗିବା, ଖାଦ୍ୟ ଖାଇବା ପାଇଁ ଅରୁଚି ଆଦି ଲକ୍ଷଣ ଦେଖାଯାଇଥାଏ।
ମ୍ୟାଲେରିଆ ଜ୍ୱର ସାଧାରଣତଃ ବର୍ଷର ସବୁ ମାସରେ ଦେଖାଦେଉଥିବା ବେଳେ ମୁଖ୍ୟତଃ ବର୍ଷାଋତୁରେ ବହୁଳ ଭାବେ ଦେଖାଦେଇଥାଏ। ଏହାର ବାହକ ମାଈ ଆନୋଫିଲିସ୍‌ ମଶା ସାଧାରଣତଃ ମନୁଷ୍ୟକୁ ରାତିରେ କାମୁଡ଼ିଥାଏ। ଏହି ମଶା ସ୍ଥିର, ସ୍ବଚ୍ଛ ଓ ମାଟି ଉପରେ ଜମିଥିବା ପାଣିରେ ବଂଶ ବିସ୍ତାର କରିଥାଏ। ଏହି ମଶା ୧-୨ କିମି ଦୂରତା ଭିତରେ ଉଡ଼ି ସୁସ୍ଥ ବ୍ୟକ୍ତିଙ୍କୁ କାମୁଡ଼ିଥାଏ। ମଶା କାମୁଡ଼ାରୁ ରକ୍ଷାପାଇବା ନିମନ୍ତେ ଘରେ ଝୁଣାଧୂପ ଧୂଆଁ ଦେବା ସହ ଶୋଇବା ବେଳେ ମଶାରି ଟାଙ୍ଗି ଶୋଇବା ଉଚିତ। ସରକାରଙ୍କ ତରଫରୁ ଦିଆଯାଉଥିବା ଔଷଧଯୁକ୍ତ ମଶାରି ସର୍ବାତ୍କୃଷ୍ଟ ଅଟେ।
ଆୟୁର୍ବେଦୀୟ ଚିକିତ୍ସା ପଦ୍ଧତି ଭାରତୀୟ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ଉଲ୍ଲେଖ ଅନୁଯାୟୀ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ରୋଗୀଙ୍କୁ ଅମୃତାରିଷ୍ଟ ୧୦ -୧୫ ଏମ୍‌ଏଲ୍‌ ଦିନରେ ଦୁଇବେଳା ଗରମ ପାଣି ଥଣ୍ଡା କରି ମିଶାଇ ରୋଗୀଙ୍କୁ ଦେବା ଉଚିତ। ଗଙ୍ଗଶିଉଳି ଗଛର ପତ୍ରର ରସ ଦୁଇ ଚାମଚ ଲଖାଏ ଖାଲିପେଟରେ ଦିନକୁ ଦୁଇବେଳା ସେବନ କରିବା ଉଚିତ। ଏହା ମ୍ୟାଲେରିଆ ଜ୍ୱର ନିମନ୍ତେ ଅମୃତତୁଲ୍ୟ କାମ କରିଥାଏ।
ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ରୋଗୀକୁ ସୁଦର୍ଶନ ଘନ ବଟିକା ଗୋଟିଏ ଲେଖାଏଁ ଦିନରେ ଦୁଇବେଳା ଖାଦ୍ୟ ପରେ ଉଷୁମ ଜଳ ସହ ଦିଆଯିବା ଉଚିତ।
ମ୍ୟାଲେରିଆ ଜ୍ୱର ଏକ ମାରାତ୍ମକ ଏବଂ ଏଥିପ୍ରତି ଅବହେଳା କଲେ ରୋଗୀ ମୃତ୍ୟୁମୁଖରେ ପଡ଼ିବାର ଅଧିକ ଆଶଙ୍କା ରହିଥାଏ। ମଶାଦାଉରୁ ରକ୍ଷାପାଇବା ନିମନ୍ତେ ବାସଗୃହ ଓ ଘର ଚତୁଃର୍ପାଶ୍ୱରେ ପାଣି ଜମିବାକୁ ନଦେବା ଏବଂ ପରିଷ୍କାର ପରିଚ୍ଛନ ରଖିବା ଉଚିତ। ସରକାରଙ୍କ ତରଫରୁ କରାଯାଉଥିବା ଡି.ଡି.ଟି. ସିଞ୍ଚନ କରାଇବା ସହ ବ୍ଲିଚିଂ ପାଉଡର ସିଞ୍ଚନ କରାଇବା ଉଚିତ। ଏହାଦ୍ୱାରା ମଶାଙ୍କ ପ୍ରାଦୁର୍ଭାବରୁ ରକ୍ଷାପାଇବା ସହ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇପାରିବ।

ଡା. ବସନ୍ତ କୁମାର ଷଢ଼ଙ୍ଗୀ
– ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri