ମୋଦିଙ୍କ ଆଗରେ ଏମିତି ପ୍ରସ୍ତାବ ରଖିଦେଲେ ଜେଲେନସ୍କି, ଯାହା କରିବା ସମ୍ଭବ ନୁହେଁ

କିଭ୍‌,୨୪।୮: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶୁକ୍ରବାର ଦ୍ୱିତୀୟ ୟୁକ୍ରେନ ଶାନ୍ତି ସମ୍ମିଳନୀ ଆୟୋଜନ କରିବାକୁ ଭାରତକୁ ପ୍ରସ୍ତାବ ଦେଇଛନ୍ତି। ଜେଲେନସ୍କି କହିଛନ୍ତି, ସେ ତାଙ୍କ ଧାରଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ପହଞ୍ଚାଇଛନ୍ତି ଏବଂ ଭାରତରେ ଶାନ୍ତି ସମ୍ମିଳନୀ ଆୟୋଜିତ ହୋଇପାରିବ ବୋଲି କହିଛନ୍ତି। ଅବଶ୍ୟ ପୂର୍ବ ଶାନ୍ତି ସମ୍ମିଳନୀରେ ଅଂଶଗ୍ରହଣ କରି ନ ଥିବା ଦେଶରେ ଏହି ସମ୍ମିଳନୀ ଆୟୋଜନ କରିବା ସମ୍ଭବ ନୁହେଁ ବୋଲି ଜେଲେନସ୍କି କହିଛନ୍ତି।
ଜୁନ ମାସରେ ସ୍ବିଜରଲ୍ୟାଣ୍ଡର ଲୁସେର୍ନ ନିକଟସ୍ଥ ଏକ ରିସୋର୍ଟରେ ଏହି ଶାନ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଏଥିରେ ୯୦ରୁ ଅଧିକ ଦେଶ ତଥା ବିଶ୍ୱସ୍ତରୀୟ ଅନୁଷ୍ଠାନ ଯୋଗ ଦେଇଥିଲେ ଏବଂ ୟୁକ୍ରେନକୁ ଶାନ୍ତି ଆଣିବା ଉପରେ ଏକମାତ୍ର ଧ୍ୟାନ ଦିଆଯାଇଥିଲା। ଭାରତ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲା, କିନ୍ତୁ ଆଲୋଚନାରୁ ବାହାରିଥିବା ନିଷ୍କର୍ସ ସହିତ ନିଜକୁ ଯୋଡ଼ିବାକୁ ମନା କରିଦେଇଥିଲା।
ଏକ ଗଣମାଧ୍ୟମ ସମ୍ମିଳନୀରେ ଜେଲେନସ୍କି କହିଛନ୍ତି, ଯେତେ ଦୂର ଶାନ୍ତି ସମ୍ମିଳତ୍ର କଥା ଉଠୁଛି, ମୋର ବିଶ୍ୱାସ ଯେ ଦ୍ୱିତୀୟ ଶାନ୍ତି ସମ୍ମିଳନୀ ହେବା ଉଚିତ୍‌। ଯଦି ଏହା ଗ୍ଲୋବାଲ ସାଉଥ ର ଗୋଟିଏ ଦେଶରେ ଅନୁଷ୍ଠିତ ହୋଇପାରେ ତେବେ ଏହା ଭଲ ହେବ। ସେ କହିଛନ୍ତି, ଆମେ ବର୍ତ୍ତମାନ ସାଉଦି ଆରବ, କତାର, ତୁର୍କୀ ଏବଂ ସ୍ବିଜରଲ୍ୟାଣ୍ଡ ଭଳି ଦେଶ ସହିତ କଥାବାର୍ତ୍ତା କରୁଛୁ। ଜେଲେନସ୍କି କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଥିଲି ଯେ, ଆମେ ଭାରତରେ ଏକ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜନ କରିପାରିବା। ଏହା ଏକ ବଡ ଦେଶ ଏବଂ ସବୁଠାରୁ ବଡ ଗଣତନ୍ତ୍ର।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ଜେଲେନସ୍କିଙ୍କ ସହ କଥାବାର୍ତ୍ତା କରି କହିଛନ୍ତି, ଜାରି ରହିଥିବା ଯୁଦ୍ଧକୁ ଶେଷ କରିବା ପାଇଁ ସମୟ ନଷ୍ଟ ନ କରି ଉଭୟ ୟୁକ୍ରେନ-ରୁଷିଆ ଏକାଠି ବସିବା ଉଚିତ। ଏହି ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାରେ ଭାରତ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ।
ମୋଦୀ କହିଛନ୍ତି, ମୁଁ ଶାନ୍ତିର ବାର୍ତ୍ତା ଆଣିଛି। ମୁଁ ଆପଣଙ୍କୁ ଏବଂ ସମଗ୍ର ବିଶ୍ୱ ସମୁଦାୟକୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା (ରାଜ୍ୟଗୁଡିକ)କୁ ସମ୍ମାନ ଦେବା ପାଇଁ ଭାରତ ପ୍ରତିବଦ୍ଧ ଏବଂ ଏହା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri