ବିଜେଡିରେ ସାମିଲ ହେଲେ ଜିନା ସାମଲ

ଭୁବନେଶ୍ୱର,୩।୫: ଆଜି ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ମିଶିଲେ ଅଭିନେତ୍ରୀ ଜିନା ସାମଲ । ଶଙ୍ଖଭବନରେ ପହଞ୍ଚି ବିଧିବଦ୍ଧ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା ଜିନା କହିଛନ୍ତି।
ଗତ ବର୍ଷ ଜିନା ଭାଜପାରେ ଯୋଗ ଦେଇଥିଲେ। ଏପରିକି ଏଥର ସେ ଭୋଗରାଇ ଆସନରୁ ଟିକେଟ୍‌ ଆଶାୟୀ ଥିଲେ । କିନ୍ତୁ ଗତକାଲି ଭୋଗରାଇ ଆସନରୁ ଆଶିଷ ପାତ୍ରଙ୍କୁ ପ୍ରାର୍ଥୀ କରିଥିଲା ଦଳ।