Posted inଖେଳ

ସ୍ବାମୀଙ୍କୁ ଟି-୨୦ ବିଶ୍ୱକପ୍‌ ଦଳରେ ସ୍ଥାନ ନ ମିଳିବାରୁ ସ୍ତ୍ରୀ କହିଲେ ଏମିତି

ନୂଆଦିଲ୍ଲୀ,୧୦।୯: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ପାଇଁ ଭାରତୀୟ କ୍ରିକେଟ ଦଳ ଚୟନ କରାଯାଇଛି। ସୀମିତ ଓଭର ଫର୍ମାଟରେ ଚାରି ବର୍ଷ ପରେ ରବିଚନ୍ଦ୍ରନ ଅଶ୍ୱିନ ଏହି ଦଳକୁ ଫେରିଛନ୍ତି। ଏହି ୧୫ ଜଣିଆ ଦଳରେ ୫ ଜଣ ସ୍ପିନରଙ୍କୁ ସ୍ଥାନ ଦିଆଯାଇଛି, କିନ୍ତୁ ୟୁଜବେନ୍ଦ୍ର ଚହଲଙ୍କ ନାମ ଏଥିରେ ସାମିଲ ନାହିଁ। ଚହଲଙ୍କ ନାମ ଟି -୨୦ ଦଳରେ ନ ଦେଖି ପ୍ରଶଂସକ ବହୁତ ଆଶ୍ଚର୍ଯ୍ୟ ହୋଇଥିଲେ। ଯଦିଓ ଚହଲ ତାଙ୍କ ମନୋନୀତ ନ ହେବା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି, କିନ୍ତୁ ତାଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ତାଙ୍କ ଇନଷ୍ଟା ଷ୍ଟାଟସରେ କିଛି ଲେଖିଛନ୍ତି, ଯାହା ସୂଚାଇ ଦେଉଛି ଯେ ଚହଲ ମନୋନୀତ ହୋଇ ନିରାଶ ହୋଇଛନ୍ତି। ସିଧାସଳଖ ଲେଖି ନ ଥିବାରୁ ଅଙ୍ଗଭଙ୍ଗୀରେ ୟୁଜବେନ୍ଦ୍ର ଚହଲଙ୍କୁ ଉତ୍ସାହିତ କରିବା ପାଇଁ ଧନଶ୍ରୀ ଏକ ବାର୍ତ୍ତା ଲେଖିଛନ୍ତି। ଧନଶ୍ରୀ ଲେଖିଛନ୍ତି- ମା’ କୁହନ୍ତି,ଏ ସମୟ ବି ଚାଲିଯିବ, ମୁଣ୍ଡ ଟେକି ଚାଲ କାରଣ କୌଶଳ ଏବଂ ଭଲ କାର୍ଯ୍ୟ ସବୁବେଳେ ତୁମ ସହିତ ରହିବ। ଭଗବାନ ସର୍ବଦା ମହାନ ଅଟନ୍ତି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ୟୁଏଇ ପିଚ ସ୍ପିନରମାନଙ୍କୁ ସାହାଯ୍ୟ କରୁଛି ଏବଂ ଏଭଳି ପରିସ୍ଥିତିରେ ଦଳରେ ପାଞ୍ଚ ଜଣ ବିଶେଷଜ୍ଞ ସ୍ପିନର ଚୟନ କରାଯାଇଛି। ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ୟୁଏଇ ଏବଂ ଓମାନରେ ଟି -୨୦ ବିଶ୍ୱକପ ଖେଳାଯିବ। ୟୁଜବେନ୍ଦ୍ର ଚହଲଙ୍କ ଅପେକ୍ଷା ରାହୁଲ ଚହରଙ୍କୁ ପ୍ରାଧାନ୍ୟ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri