Categories: ଖେଳ

ଟିମ ଇଣ୍ଡିଆରେ ଚହଲଙ୍କୁ ସ୍ଥାନ ନ ମିଳିବା ଉପରେ ପ୍ରଶ୍ନ କଲେ ସ୍ତ୍ରୀ ଧନଶ୍ରୀ

ନୂଆଦିଲ୍ଲୀ,୨୨।୮: ଏସିଆ କପ ପାଇଁ ଘୋଷିତ ୧୭ ଜଣିଆ ଭାରତୀୟ ଦଳରେ ଲିଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ସାମିଲ କରାଯାଇନାହିଁ। ଦଳରେ ସ୍ଥାନ ନ ପାଇବା ପରେ ଚହଲ ସୋସିଆଲ ମିଡିଆରେ ଏକ ଇମୋଜି ମାଧ୍ୟମରେ ନିଜର ନିରାଶା ପ୍ରକାଶ କରିଥିଲେ। ଏଥି ସହିତ ତାଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ମଧ୍ୟ ଏକ ପୋଷ୍ଟ ଶେୟାର କରି ପ୍ରଶ୍ନ ଉଠାଇଛନ୍ତି।

ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏସିଆ କପ ପାଇଁ ଯେଉଁ ଟିମ ଇଣ୍ଡିଆ ଚୟନ କରିଛନ୍ତି, ସେଥିରେ ୩ ସ୍ପିନ ବୋଲର ସ୍ଥାନ ପାଇଛନ୍ତି। ଯେଉଁଥିରେ ରବିନ୍ଦ୍ର ଜାଡେଜା ଏବଂ କୁଲଦୀପ ଯାଦବଙ୍କ ବ୍ୟତିତ ଅକ୍ଷର ପଟେଲଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ଏଥିରେ ଅକ୍ଷରକୁ ଦଳରେ ସ୍ଥାନ ଦିଆଯିବାର କାରଣ ହେଉଛି ତାଙ୍କର ଭଲ ବ୍ୟାଟିଂ ବୋଲି କୁହାଯାଉଛି।

ବର୍ତ୍ତମାନ ଚହଲଙ୍କ ସ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ତାଙ୍କ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି, ମୁଁ ବର୍ତ୍ତମାନ ଗମ୍ଭୀରତାର ସହ ଏହା ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛି। ଅତ୍ୟଧିକ ନମ୍ର ଏବଂ ଅନ୍ତନିର୍ହିତ ହେବା ଆପଣଙ୍କ ଅଭିବୃଦ୍ଧି ପାଇଁ କ୍ଷତିକାରକ କି? କିମ୍ବା ଜୀବନରେ ଆଗକୁ ବଢିବା ପାଇଁ ଆମ ସମସ୍ତଙ୍କୁ ଷ୍ଟ୍ରିଟ ସ୍ମାର୍ଟ ହେବାକୁ ପଡିବ।

 

 

Share