Posted inଖେଳ

କୋହଲି ଦେଲେ ସଙ୍କେତ; ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆରେ ହୋଇପାରେ ବଡ଼ ପରିବର୍ତ୍ତନ !

ନୂଆଦିଲ୍ଲୀ,୭।୧୦: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌ ୨୦୨୧) ବର୍ତ୍ତମାନ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଇପିଏଲ୍‌ ଶେଷ ହେବାର କିଛି ଦିନ ପରେ ପରେ ଅକ୍ଟୋବର ୧୭ରୁ ୟୁଏଇ ଏବଂ ଓମାନରେ ଟି-୨୦ ବିଶ୍ୱକପ୍‌ ୨୦୨୧ ଆରମ୍ଭ ହେବ। ଏବେ ଲିଗ୍‌ କ୍ରିକେଟ ଉପଭୋଗ କରୁଥିବା ପ୍ରଶଂସକ ଦେଶକୁ ସମର୍ଥନ କରୁଥିବା ଦେଖିବାକୁ ମିଳିବ। ଟି-୨୦ ବିଶ୍ୱକପ୍‌ ପାଇଁ ପୂର୍ବରୁ ଭାରତୀୟ କ୍ରିକେଟ ଟିମ୍‌ର ଘୋଷଣା କରାଯାଇଛି। କିନ୍ତୁ ଆଇପିଏଲ୍‌ ସମୟରେ କିଛି ଖେଳାଳି ଆହତ ହୋଇପାରନ୍ତି ବୋଲି ଡର ଥିଲା। ଏବେ ତାହା ହିଁ ହୋଇଛି। ଆମେ କଥା ହେଉଛୁ ଆହତ ହୋଇଥିବା ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ବିଷୟରେ। କେଉଁ ଖେଳାଳି ବରୁଣଙ୍କ ସ୍ଥାନ ନେବେ ସେ ନେଇ ଅଧିନାୟକ ବିରାଟ କୋହଲି ସଙ୍କେତ ଦେଇଛନ୍ତି।
ବରୁଣଙ୍କ ଆଣ୍ଠୁଗଣ୍ଠିରେ ସମସ୍ୟା ରହିଛି। ତାଙ୍କୁ ସୁସ୍ଥ ହେବାକୁ ସମୟ ଲାଗିପାରେ। ଏଥିନେଇ ବରୁଣଙ୍କ ବିକଳ୍ପ ଖୋଜିବା ଆରମ୍ଭ ହୋଇଛି। ସେ ସୁସ୍ଥ ହେବା ପରେ ତାଙ୍କୁ ଏନ୍‌ସିବି ପଠାଯିବ। ପରେ ପରବର୍ତ୍ତୀ ରଣନୀତି ଆପଣାଯିବ ବୋଲି ଜଣାପଡ଼ିଛି।

ବିଶ୍ୱକପ୍‌ରେ ବରୁଣଙ୍କ ସ୍ଥାନ ନେଇପାରନ୍ତି ୟୁଜବେନ୍ଦ୍ର ଚହଲ। ଚହଲଙ୍କ ଗତ କିଛି ଅନ୍ତର୍ଜାତୀୟ ମ୍ୟାଚ୍‌କୁ ଧ୍ୟାନରେ ରଖି ଚୟନକର୍ତ୍ତା ତାଙ୍କୁ ବିଶ୍ୱକପ୍‌ ଦଳରେ ସାମିଲ କରି ନ ଥିଲେ। ହେଲେ ଚଳିତ ଆଇପିଏଲ୍‌ରେ ପୁଣି ଚମକିଛନ୍ତି ଚହଲ। ସେ ଏଯାବତ ଖେଳାଯାଇଥିବା ୧୬ ମ୍ୟାଚ୍‌ରୁ ଗୋଟିଏରେ ଉଇକେଟ ନେଇନାହାନ୍ତି। ବାକି ମ୍ୟାଚ୍‌ରେ ସେ ବହୁତ ପ୍ରଭାବଶାଳୀ ବୋଲିଂ କରି ପୁଣି ଥରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଫଳରେ ବରୁଣଙ୍କ ସ୍ଥାନରେ ଚହଲ ହିଁ ସର୍ବୋତ୍ତମ ବିକଳ୍ପ ବୋଲି କୁହାଯାଉଛି।

ବୁଧବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ବାଙ୍ଗାଲୋର ୪ ରନ୍‌ରେ ପରାଜିତ ହୋଇଥିଲା। ଦଳ ପ୍ରଥମରୁ ପ୍ଲେ ଅଫ୍‌ରେ ସ୍ଥାନ ପାଇଥିବାରୁ ମ୍ୟାଚ୍‌ ପରେ କୋହଲି ଦଳର ଖେଳାଳିଙ୍କ ବିଷୟରେ ଚର୍ଚ୍ଚା କରିଥିଲେ। ସେଥିରେ ଚହଲ ରହିଥିଲେ। ଚହଲ ବର୍ତ୍ତମାନ ବହୁତ ଭଲ ବୋଲିଂ କରୁଛନ୍ତି। ତାଙ୍କ ପ୍ରଦର୍ଶନ ଦଳ ପାଇଁ ଭଲ ସଙ୍କେତ ବୋଲି କୋହଲି କହିଥିଲେ। ଏହାକୁ ନେଇ ଚୟନକର୍ତ୍ତାମାନେ ବିଶ୍ୱକପ୍‌ ପାଇଁ ବରୁଣଙ୍କ ବିକଳ୍ପ ବିଷୟରେ କଥା ହେଲେ ଅଧିନାୟକ କୋହଲି ନିଶ୍ଚିତ ଭାବେ ବିଶ୍ୱସ୍ତ ସ୍ପିନରଙ୍କ ନାମ ନେଇପାରିବେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri