Categories: ଖେଳ

ଆଇପିଏଲ୍‌ରେ ଚହଲଙ୍କ ରେକର୍ଡ

ଜୟପୁର,୭ା୫: ଆଇପିଏଲ୍‌ର ସର୍ବାଧିକ ଉଇକେଟ ନେବାରେ ୟୁଜବେନ୍ଦ୍ର ଚହଲ ରେକର୍ଡ ସୃଷ୍ଟି କରିଛନ୍ତି । ଚହଲ ୧୪୩ ମ୍ୟାଚ୍‌ରୁ ୧୮୩ ଉଇକେଟ ନେଇଛନ୍ତି। ଆଇପିଏଲରେ ଅଧିକ ଉଇକେଟ ନେବାରେ ଡ୍ବେନ୍‌ ବ୍ରାଭୋଙ୍କ ସମକକ୍ଷ ହୋଇଛନ୍ତି ଚହଲ। ଉଭୟ ଖେଳାଳିଙ୍କ ମଧ୍ୟରେ ଚହଲ ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି।

ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଚହଲ ୨୯ ରନ୍‌ ଦେଇ ୪ ଉଇକେଟ ନେଇଥିଲେ। ପଳରେ ଡ୍ବେନ୍‌ ବ୍ରାଭୋଙ୍କ ସମକକ୍ଷ ହୋଇଥିଲେ। ବ୍ରାଭୋ ୧୬୧ ମ୍ୟାଚରୁ ୧୮୩ ଉଇକେଟ ନେଇଥିବା ବେଳେ ଚହଲ ୧୪୩ ତମ ମ୍ୟାଚରୁ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଟପ୍‌ ୫ରେ ରହିଥିବା ଅନ୍ୟ ୩ ବୋଲର ହେଉଛନ୍ତି ପୀୟୁଷ ଚାଓ୍ବଲା,ଅମିତ ମିଶ୍ର ଓ ରବିଚନ୍ଦ୍ରନ ଅଶ୍ୱିନ। ଚାଓ୍ବଲା ୧୭୪ ଉଇକେଟ ନେଇଥିବା ବେଳେ ଅମିତ ମିଶ୍ର ୧୭୨ ଏବଂ ଅଶ୍ୱିନ ୧୭୧ ଉଇକେଟ ନେବାରେ ସଫଳ ହୋଇଛନ୍ତି।

Share