Categories: ଖେଳ

‘ନିଜକୁ ରୋନାଲ୍ଡୋ ଭାବୁଛନ୍ତି, କିନ୍ତୁ…’, ଧୋନିଙ୍କ ପରେ ଏବେ କୋହଲିଙ୍କୁ ନେଇ ଏହି ଖୁଲାସା କଲେ ଯୁବରାଜ ସିଂ

ନୂଆଦିଲ୍ଲୀ,୧୦।୧୧: ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ ତାଙ୍କ ବିବୃତ୍ତି ପାଇଁ ଚର୍ଚ୍ଚାରେ ଅଛନ୍ତି। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସହ ତାଙ୍କର ବନ୍ଧୁତା ସମ୍ପର୍କରେ ଦିଆଯାଇଥିବା ବିବୃତ୍ତି ପରେ ସେ ବିରାଟ କୋହଲିଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ଯୁବରାଜ କୋହଲିଙ୍କୁ ପରିହାସ କରି କହିଛନ୍ତି ଯେ ସେ ନିଜକୁ କ୍ରିଷ୍ଟିଆନୋ ରୋନାଲ୍ଡୋ ବୋଲି ଭାବନ୍ତି, କିନ୍ତୁ ସେ ନୁହଁନ୍ତି। ଉଭୟ ଯୁବରାଜ ଏବଂ କୋହଲି ଭାରତ ପାଇଁ ଏକାଠି ଖେଳିଛନ୍ତି। ଉଭୟ କିଛି ସିଜିନ୍‌ ପାଇଁ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦଳରେ ମଧ୍ୟ ଏକାଠି ଥିଲେ।

୨୦୧୯ରେ ଯୁବରାଜ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ସହିତ ବିଦାୟ ନେଇଥିବାବେଳେ କୋହଲି ଦଳର ଏକ ଅଂଶ ହୋଇ ରହିଛନ୍ତି। ପ୍ରସିଦ୍ଧ କ୍ରିକେଟର ହେବା ବ୍ୟତୀତ ଦୁହେଁ ଭଲ ଫୁଟବଲ ଖେଳାଳି ଏବଂ ଯୁବରାଜ ବିଶ୍ୱାସ କରନ୍ତି ଯେ ସେ ଏହି ଖେଳରେ କୋହଲିଙ୍କ ଅପେକ୍ଷା ଭଲ।

Share