ଯୁବପିଢ଼ିର ଅଧ୍ୟୟନ ବିତୃଷ୍ଣା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

 

ଦିନ ଥିଲା ପ୍ରକାଶକମାନେ ପ୍ରଖ୍ୟାତ ଲେଖକଙ୍କ ନିକଟକୁ ଯାଇ ସେମାନଙ୍କଠାରୁ ପାଣ୍ଡୁଲିପି ସଂଗ୍ରହ କରି ବହି ପ୍ରକାଶ କରୁଥିଲେ ଓ ଲେଖକମାନଙ୍କୁ ରୋଚକ ପ୍ରାପ୍ୟ ଦେଉଥିଲେ। ପ୍ରଭାବଶାଳୀ ବହିର ବାରମ୍ବାର ସଂସ୍କରଣ ପ୍ରକାଶ ପାଉଥିଲା। ଆଜି ଆଉ ସେ ସମୟ ନାହିଁ। ଲେଖକମାନେ ନିଜେ ସମସ୍ତ ବ୍ୟୟ ବହନ କରି ପ୍ରକାଶକମାନଙ୍କ ମାଧ୍ୟମରେ ବହି ପ୍ରକାଶ କରୁଛନ୍ତି। ପ୍ରକାଶକମାନେ କହୁଛନ୍ତି ବହି ବିକ୍ରୟ ହେଉନାହିଁ। ଏଣୁ ସେମାନେ କ୍ଷତି ସହିବା ପାଇଁ ବହି ଛାପିବାରେ ଅର୍ଥ ନିବେଶ କରିବାକୁ ଚାହୁଁନାହାନ୍ତି। ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ପୁସ୍ତକମେଳାର ଦୃଶ୍ୟ ଦେଖିଲେ ପ୍ରକାଶକମାନଙ୍କ ଏହି କଥା ଭୁଲ୍‌ ବୋଲି କହିହେବ ନାହିଁ। ପ୍ରକାଶକମାନେ ନିଜ ନିଜ ଷ୍ଟଲ୍‌ରେ ବହି ମେଲାଇ ବସିଛନ୍ତି, ମାତ୍ର ବହିକ୍ରେତାଙ୍କ ସଂଖ୍ୟା ନଗଣ୍ୟ। ଆଜିର ଯୁବପିଢ଼ି ବହି ପଢ଼ୁନାହାନ୍ତି। ହାତରେ ମୋବାଇଲ ଫୋନ୍‌ଟିଏ ଥିଲେ ସେମାନେ ଭାବୁଛନ୍ତି ଦୁନିଆର ସବୁଜ୍ଞାନ ସେମାନଙ୍କ ହାତରେ। ପୁସ୍ତକ ଅଧ୍ୟୟନ ଦ୍ୱାରା ଚେତନା ବିକଶିତ ହୁଏ। ଆଜି ତଥାକଥିତ ଶିକ୍ଷିତ ଯୁବତୀ ଯୁବକମାନଙ୍କ ଅବିକଶିତ ଚେତନା ହିଁ ଯାବତୀୟ ଅଜ୍ଞାନ ଓ ଅଶାନ୍ତିର କାରଣ।
ସପ୍ତମ ଶତାବ୍ଦୀରେ ଚାଇନା ପରିବ୍ରାଜକ ହୁଏନ୍‌ସାଂ କେତେ ନଦୀ, ପର୍ବତ, ଅରଣ୍ୟ, ବିପଦସଙ୍କୁଳ ପଥ ଅତିକ୍ରମ କରି ଭାରତରେ ପହଞ୍ଚତ୍ଥିଲେ। ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବା ଥିଲା ତାଙ୍କର ଲକ୍ଷ୍ୟ। ସେତେବେଳେ ନାଳନ୍ଦାରେ ଏକ ବିରାଟ ପାଠାଗାର ଥିଲା। ହୁଏନ୍‌ସାଂ ସେଠାରେ ଅସଂଖ୍ୟ ବହି ଅଧ୍ୟୟନ କରି ସେଗୁଡ଼ିକୁ ମାଣ୍ଡାରିନ୍‌ ଭାଷାରେ ଅନୁବାଦ କଲେ। ନିଜ ଦେଶକୁ ଫେରିବାବେଳେ ସେ ୬୫୭ଟି ବିରଳ ଗ୍ରନ୍ଥକୁ ଘୋଡ଼ାପିଠିରେ ଲଦିନେଇ ଯାଉଥିଲେ। ଏକ ପାର୍ବତ୍ୟନଦୀରେ ବହିତକ ବୁଡ଼ିଯାଇଥିଲା ଓ ସେ ବହୁକଷ୍ଟରେ ସେଥିରୁ ଅଧାପ୍ରାୟ ବହି ଉଦ୍ଧାର କରି ଚାଇନା ନେଇଗଲେ। ବହି ଥିଲା ତାଙ୍କ ପାଇଁ ବଡ଼ ଆକର୍ଷଣ। ଆବ୍ରାହମ୍‌ ଲିଙ୍କନ୍‌ ଯେତେବେଳେ ଆଇନ ଅଧ୍ୟୟନ କରୁଥିଲେ, ସେ ଶୁଣିଲେ ନଈ ଆରପାଖରେ ଓଗମୋନ୍‌ ନାମକ ସ୍ଥାନରେ ଅବସରପ୍ରାପ୍ତ ଜଣେ ନ୍ୟାୟାଧୀଶଙ୍କ ପାଖରେ ଅଛି ଅସଂଖ୍ୟ ବହି। ଦିନେ ପ୍ରଚଣ୍ଡ ଥଣ୍ଡା ପଡ଼ୁଥିବା ସତ୍ତ୍ୱେ ସେ ଗୋଟିଏ ଛୋଟ ଡଙ୍ଗା ନେଇ ନଈ ପାରିହେବାକୁ ଚେଷ୍ଟା କଲେ ତାଙ୍କ ପାଖରେ ପହଞ୍ଚତ୍ବା ପାଇଁ। ଦୁର୍ଭାଗ୍ୟବଶତଃ ନଈମଝିରେ ତାଙ୍କ ଡଙ୍ଗାଟି ଭାଙ୍ଗିଗଲା। ତା‘ପରେ ସେ ପହଁରି ପହଁରି ଆରକୂଳରେ ପହଞ୍ଚତ୍ଲେ। ନ୍ୟାୟାଧୀଶଙ୍କୁ ସାକ୍ଷାତ୍‌ କଲେ ଓ ତାଙ୍କୁ ବହି ପଢ଼ିବାର ସୁଯୋଗ ଦେବା ପାଇଁ ଅନୁରୋଧ କଲେ।
ବହି ହେଉଛି ଏଭଳି ଏକ ଝରକା, ଯାହା ବିଶାଳ ପୃଥିବୀକୁ ଦେଖିବାର ସୁଯୋଗ ଦିଏ। ବିଖ୍ୟାତ ଲେଖକ ରସ୍‌କିନ୍‌ ବଣ୍ଡ୍‌ ତାଙ୍କ ପିଲାଦିନେ ମସୌରିରେ ଏକ ଅତିଥିଶାଳାରେ ଏକୁଟିଆ ଥିବାବେଳେ ଏକ ପରିତ୍ୟକ୍ତ କୋଠରିରେ ଏକ ବିଶାଳ ପାଠାଗାରର ସନ୍ଧାନ ପାଇଲେ। ସେହି ପାଠାଗାରକୁ ତିଆରି କରିଥିଲେ ଜଣେ ଗୋରା ସାହେବ। ପାଠାଗାରରେ ଥିଲା ଅସଂଖ୍ୟ ବିରଳ ବହି, ମାତ୍ର ଅବ୍ୟବହୃତ ହୋଇ ରହିଥିବାରୁ ଚାରିଆଡ଼େ ଥିଲା ବୁଢ଼ିଆଣୀ ଜାଲ ଓ ଧୂଳି। ସେସବୁକୁ ଝାଡ଼ି ବାଳକ ରସ୍‌କିନ୍‌ ସେହି ବହିସବୁ ପଢ଼ିବା ଆରମ୍ଭ କଲେ। ସେହି ଅଧ୍ୟୟନ ତାଙ୍କ ଜୀବନଧାରାକୁ ବଦଳେଇ ଦେଇଥିଲା। ତାଙ୍କ ଚେତନାର ବିକାଶ ଘଟିଲା ଓ ସେ ଲେଖିଲେ ଅସଂଖ୍ୟ ବହି ଓ ପାଠକମାନଙ୍କ ପାଇଁ ହେଲେ ପ୍ରେରଣାର ଉତ୍ସ। ପ୍ରଖ୍ୟାତ କବି ବୋଦଲୟାର କର୍ମକ୍ଷେତ୍ରରୁ ଘରକୁ ଫେରି ବହିଗୁଡ଼ିକ ମଧ୍ୟରେ ନିଜକୁ ହଜାଇ ଦେଇ କହୁଥିଲେ ‘ମୁଁ ମୋର ଅସଲ ବନ୍ଧୁଙ୍କ ଗହଣକୁ ଫେରିଲି’। ଯୋଗୀ ଶ୍ରୀ ଅରବିନ୍ଦ ଅଧ୍ୟାପକ ଥିବାବେଳେ ରିକ୍‌ସାରେ ବହି ବୋଝେଇ କରି ପଢ଼ିବା ପାଇଁ ଘରକୁ ଆଣୁଥିଲେ। ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ରେଭେନ୍ସା କଲେଜର ଛାତ୍ର ଥିବାବେଳେ ତାଙ୍କ ଘରେ ”ଭାରତୀ ମନ୍ଦିର“ ନାମରେ ଏକ ପାଠାଗାର ଖୋଲିଥିଲେ। ତାଙ୍କ ସହ ଥିଲେ ହରେକୃଷ୍ଣ ମହତାବ, ଯଦୁମଣି ମଙ୍ଗରାଜ, ରାଜକୃଷ୍ଣ ବୋଷ୍‌, ନିକୁଞ୍ଜ କିଶୋର ଦାସ ପ୍ରମୁଖ। ଏହି ପାଠାଗାର ବୃହତ୍‌ ଭାରତୀୟ ଭାବନା ସୃଷ୍ଟି କରିବାରେ ସମର୍ଥ ହୋଇଥିଲା। ନବକୃଷ୍ଣ ଚୌଧୁରୀ ମୃତ୍ୟୁପର୍ଯ୍ୟନ୍ତ ଜଣେ ଛାତ୍ରଙ୍କ ଭଳି ପଢ଼ୁଥିଲେ।
ଯୁଗେ ଯୁଗେ ବହି ସାମାଜିକ ବିପ୍ଳବ ସୃଷ୍ଟି କରିଛି। ୧୯୫୨ରେ ପ୍ରକାଶିତ ହାରିଏଟ୍‌ ବିଚର ଷ୍ଟ୍ରୋଙ୍କ ଉପନ୍ୟାସ ”ଟମ କକାଙ୍କ କୁଟୀର“ ଯୁକ୍ତରାଷ୍ଟ୍ର ଆମେରିକାରେ ଘୃଣ୍ୟ କ୍ରୀତଦାସ ପ୍ରଥା ବିରୋଧରେ ମଞ୍ଜି ବୁଣିଥିଲା। ଆବ୍ରାହମ୍‌ ଲିଙ୍କନ୍‌ ଏହି ପୁସ୍ତକ ଦ୍ୱାରା ଏତେ ପ୍ରଭାବିତ ହୋଇଥିଲେ ଯେ ସେ ଏହି ବହିର ସ୍ରଷ୍ଟାଙ୍କୁ ଭେଟନ୍ତେ କହିଲେ, ”ଓଃ ଆପଣ ହେଉଛନ୍ତି ସେହି ଲେଖିକା, ଯାହାଙ୍କ ବହି ଏହି ମହାନ୍‌ ଯୁଦ୍ଧ ସମ୍ଭବ କରିପାରିଲା।“ ମକ୍ସିମ୍‌ ଗର୍କୀଙ୍କ ଉପନ୍ୟାସ ‘ମଦର’ ରୁଷିଆର ଅତ୍ୟାଚାରୀ ଜାର ଶାସନ ବିରୋଧରେ ସ୍ବର ଉତ୍ତୋଳନ କରିବା ପାଇଁ ପ୍ରେରଣା ଦେଇଥିଲା। ମହାମତ୍ା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ଥିବାବେଳେ ଈଶ୍ୱର ଓ ଧର୍ମ ସମ୍ପର୍କରେ ଜାଣିବା ପାଇଁ ବନ୍ଧୁ କୋଟସ୍‌ଙ୍କ ସାହାଯ୍ୟରେ ଗୋଟିଏ ପାଠାଗାର କରିଥିଲେ ଓ ଗୋଟିଏ ବର୍ଷରେ ୮୦ ଖଣ୍ଡ ବହି ପଢ଼ିଥିଲେ। ଏହିସବୁ ପୁସ୍ତକ ଅଧ୍ୟୟନ ହିଁ ମହାମତ୍ା ଗାନ୍ଧୀଙ୍କୁ ନିର୍ମାଣ କରିଥିଲା। ଅତୀତର ସେହି ବିଶିଷ୍ଟ ବ୍ୟକ୍ତିବୃନ୍ଦଙ୍କ ବ୍ୟକ୍ତିତ୍ୱ ପୁସ୍ତକ ଅଧ୍ୟୟନରେ ଫଳଶ୍ରୁତି ଜାଣି ସୁଦ୍ଧା ଆଜିର ଯୁବପିଢ଼ି ପୁସ୍ତକ ଅଧ୍ୟୟନରୁ ଦୂରେଇ ଯାଇ ମୋବାଇଲ ଫୋନ୍‌ ନିଶାରେ ଭ୍ରମିତ ହୋଇ ସମୟ ଅପଚୟ କରୁଛନ୍ତି। ଏବେ ବି ସମୟ ଅଛି ସେମାନେ ସୁସାହିତ୍ୟ ପଢ଼ନ୍ତୁ, ନ ହେଲେ ଦିନେ ସେମାନଙ୍କୁ ସେହି ପୁରାତନ କାହାଣୀର ତିନି ଅଶ୍ୱାରୋହୀଙ୍କ ଭଳି ସନ୍ତପ୍ତ ହେବାକୁ ପଡ଼ିବ।
ତାହା ଥିଲା ଏକ ଜ୍ୟୋତ୍ସ୍ନାବିଧୋତ ରଜନୀ। ତିନିଜଣ ଅଶ୍ୱାରୋହୀ ଆଗେଇ ଚାଲିଥିଲେ। ହଠାତ୍‌ ଶୁଣିଲେ ଏକ ସ୍ବର ‘ଗତି ବନ୍ଦ କର’। ସ୍ବରଟି ଏତେ ପ୍ରଭାବଶାଳୀ ଥିଲା ଯେ ସେମାନେ ଅଟକିଗଲେ। ସ୍ବରଟି ଥିଲା ଏକ ଅଶରୀରୀର। ତା’ପରେ ଆଉ ଏକ ସ୍ବର ନିର୍ଦ୍ଦେଶ ଦେଲା, ‘ଅଶ୍ୱ ପୃଷ୍ଠରୁ ଅବତରଣ କର’। ସେମାନେ ଓହ୍ଲାଇଲେ। ପୁଣି ତୃତୀୟ ନିର୍ଦ୍ଦେଶ ଆସିଲା – ‘ତଳେ ପଡ଼ିଥିବା ଗୋଡ଼ିମାଟିରୁ ଯେତେ ଇଚ୍ଛା ସେତେ ଉଠାଇ ନେଇ ତୁମ ଥଳିରେ ପୂରାଅ।’ ସେହି ଅଲୌକିକ ନିର୍ଦ୍ଦେଶକୁ ସେମାନେ ଭୟରେ ପାଳନ କଲେ। ମାତ୍ର ଗୋଡ଼ିମାଟି ଭଳି ମୂଲ୍ୟହୀନ ପଦାର୍ଥକୁ ସେମାନେ ବେଶି ପରିମାଣରେ ସଂଗ୍ରହ ନ କରି ମାତ୍ର ମୁଠାଏ କିମ୍ବା ଦୁଇମୁଠା ଗୋଟାଇଲେ। ଶେଷରେ ନିର୍ଦ୍ଦେଶ ଆସିଲା- ‘ଏଥର ଯାଅ। ଯେତେବେଳେ ସକାଳ ହେବ ତୁମେ ଯେତିକି ପୁଲ୍ଲକିତ ହେବ, ସେତିକି ସନ୍ତପ୍ତ ମଧ୍ୟ ହେବ।’ ତିନି ଅଶ୍ୱାରୋହୀ ପୁଣି ଯାତ୍ରା ଆରମ୍ଭ କଲେ। ସକାଳ ହୁଅନ୍ତେ ସେମାନେ ଦେଖିଲେ ସବୁ ଗୋଡ଼ିମାଟି ହୀରା, ନୀଳା, ମୋତି ମାଣିକ୍ୟରେ ରୂପାନ୍ତରିତ ହୋଇଯାଇଛି। ସେମାନେ ପୁଲ୍ଲକିତ ହେଲେ ସତ, ମାତ୍ର ଥଳି ଭର୍ତ୍ତିକରି ଗୋଡ଼ିମାଟି ଆଣି ନ ଥିବାରୁ ଅଧିକ ସନ୍ତପ୍ତ ହେଲେ। ଠିକ୍‌ ସେପରି ଯୁବପିଢ଼ି ବହି ପଠନକୁ ଅନାବଶ୍ୟକ ଭାବି ବହି ସଂଗ୍ରହ ନ କରି ପରିଣତ ବୟସରେ କୌଣସି ବହି ପଢ଼ୁ ପଢ଼ୁ ମୁଗ୍ଧ ହେଲେ ସେମାନଙ୍କୁ ଅଶ୍ୱାରୋହୀଙ୍କ ଭଳି ଅନୁତପ୍ତ ହୋଇ କହିବାକୁ ନ ପଡ଼ୁ ‘ଯୁବକ ସମୟରେ ବହି ନ ପଢ଼ି ଭୁଲ୍‌ କରିଛି।’
ମୋ:୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri