ବଜ୍ରକାପ୍ତା ଚାଲାଣ ବେଳେ ମାଡ଼ିବସିଲେ ବନ ଅଧିକାରୀ

ନବରଙ୍ଗପୁର,୨୧।୧(ସଦାଶିବ ପ୍ରହରାଜ): ବଜ୍ରକାପ୍ତା ଚାଲାଣ ବେଳେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ବି.ସିଂପୁର ଥାନା ଅଧୀନ କେନ୍ଦୁଗୁଡା ଗାଁର ଅରୁଣ ମୁଦୁଲି।

ମିଳିଥିବା ସୂଚନା ମୁତାବକ, ବଜ୍ରକାପ୍ତା ଚାଲାଣ ନେଇ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରା ଖବର ପାଇଥିଲେ। ତାଙ୍କ ନିର୍ଦ୍ଦେଶକ୍ରମେ ନବରଙ୍ଗପୁର, ରାଇଘର ଓ କୋଡ଼ିଙ୍ଗା ବନାଞ୍ଚଳ ଅଧିକାରୀମାନେ ବି.ମଳିଗୁଡା ନିକଟରେଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ତାଙ୍କଠାରୁ ଜୀବନ୍ତ ବଜ୍ରକାପ୍ତା, ଗୋଟିଏ ବାଇକ୍‌ ଓ ମୋବାଇଲ ଫୋନ ଜବତ କରାଯାଇଛି।

ଚଢ଼ାଉରେ ସହ ବନ ସଂରକ୍ଷକ ମୁନସୁନ ଖେମୁଣ୍ଡୁ, କୋଡ଼ିଙ୍ଗା ବନାଞ୍ଚଳ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନନ୍ଦ, ନବରଙ୍ଗପୁର ବନାଞ୍ଚଳ ଅଧିକାରୀ ଗୋପୀନାଥ ସାହୁ, ବନପାଳ ଆକୁଳ ବୈରାଗୀ, ହରିହର ବ୍ରହ୍ମା, ରାମେଶ ବିଷୋୟୀ,ଲାଲୁ ବିଷୋୟୀ, ଭବାନୀ ବିଷୋୟୀ, ଦୀପକ ପ୍ରଧାନ, ଉମାଶଙ୍କର ପାଣିଗ୍ରାହୀ ପ୍ରମୁଖ ସାମିଲ ଥିଲେ।