ଭୁବନେଶ୍ୱର,୧୬।୮: କୋରାପୁଟ ବସଷ୍ଟାଣ୍ଡରେ ଗତ ୧୪ ତାରିଖ ରାତିରେ କଂଗ୍ରେସର ମଶାଲ ଶୋଭାଯାତ୍ରା ବୈଠକ ଆୟୋଜନ କରାଯାଇଥିଲା। ବୈଠକ ପରେ କୃଷ୍ଣ କୁଲଦୀପ ନାମକ ଯୁବକ ହଠାତ ପହଞ୍ଚି ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ।ଏହାପରେ ଯୁବକକୁ କାବୁ କରି ପୋଲିସରେ ଜିମା ଦିଆଯାଇଥିଲା ।ଏବେ ଚାପୁଡ଼ା ମାଡ଼ର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।ଏହି ମାମଲାରେ ଥାନାରେ ଏତଲା ହୋଇଥିବା ଜଣାପଡିଛି।


