ନିସ୍ତୁକ ମାଡ଼ ମାରି ମୃତ ଭାବି କୂଅକୁ ଫିଙ୍ଗି ଦେଇଥିଲେ : ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ବରଗଡ଼,୧୩।୬(ପ୍ରେମାନନ୍ଦ ଖମାରୀ):  ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ସମଲେଇପଦର ନିକଟ ଜଙ୍ଗଲରେ ରହିଥିବା ଏକ ପରିତ୍ୟକ୍ତ କୂଅରୁ ୪ଦିନ ପରେ ଯୁବକ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଏହି ଘଟଣାରେ ୪ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ପଦ୍ମପୁର ଶକ୍ତିନଗର ନିବାସୀ ବାବୁଲୁ ମନହୀରା, ବିଜେପୁର ଭୋଇପଡାର ଶକ୍ତି ବେହେରା, ବିଜେପୁର ମଧ୍ୟପଡାର ତ୍ରିନାଥ ମହାପାତ୍ର ଏବଂ ବିଜେପୁରର ମହମ୍ମଦ ଆକମଲ୍ ରଜାକ୍ । ଶନିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ପ୍ରକାଶଥାଉକି, ଗୁରୁବାର ପରିତ୍ୟକ୍ତ କୂଅରୁ ପଦ୍ମପୁର ଉପଖଣ୍ଡ ପୁରେନା ଗ୍ରାମର ତୁଳସୀରାମ ଭୁଏଙ୍କୁ ନିଖୋଜ ହେବାର ୪ଦିନ ପରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ଅଭିଯୁକ୍ତମାନେ ନିସ୍ତୁକ ମାଡ଼ ପରେ ମୃତ ଭାବି କୂଅକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ଗୁରୁବାର କୂଅ ଭିତରୁ ତୁଳସୀରାମଙ୍କୁ ଉଦ୍ଧାର କରାଯାଇଥିଲା।

Dharitri – Odisha’s No.1 Odia Daily