କୋର୍ଟରୁ ବାହାରିବାବେଳେ ଯୁବକଙ୍କୁ ଅପହରଣ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ କୋର୍ଟ ସମ୍ମୁଖରୁ ଶୁକ୍ରବାର ଦ୍ୱିପ୍ରହରରେ ଝାରସୁଗୁଡ଼ାର ନିରଞ୍ଜନ ସୁନାଙ୍କୁ ଅପହରଣ କରି ମାରପିଟ୍‌ କରିବା ପରେ ବିଳମ୍ବିତ ରାତିରେ ଥାନାରେ ଛାଡ଼ି ଦିଆଯାଇଛି। ଏ ନେଇ ନିରଞ୍ଜନଙ୍କ ଭଉଣୀ ଅନୀତାଙ୍କ ଏତଲାକୁ ଭିତ୍ତି କରି ବରଗଡ଼ ଟାଉନ ଥାନା ପୋଲିସ ସ୍ଥାନୀୟ ସହର ବାସିନ୍ଦା ମମତା ଅଗ୍ରୱାଲ ଏବଂ ତାଙ୍କ ସ୍ବାମୀ ଦିନେଶଙ୍କ ବିରୋଧରେ ଏକ ମାମଲା(ନଂ-୧୪୪/୨୫) ରୁଜୁ କରିଛି। ଅନ୍ୟପଟେ ଏକ ବିଚାରାଧୀନ ମାମଲାକୁ ନେଇ ବିଚାରପତିଙ୍କ ଆଗରେ ନିଜ ପକ୍ଷ ରଖି ବାହାରିବା ପରେ କୋର୍ଟ ସମ୍ମୁଖରେ ସଂଘଟିତ ଏହି ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଥିବାବେଳେ ଏ ନେଇ ଏକ ଅପହରଣ ମାମଲା ରୁଜୁ ହୋଇଛି ଏବଂ ଉକ୍ତ ଘଟଣାର ତଦନ୍ତ ଚାଲିଛି ବୋଲି ଟାଉନ ଥାନା ଆଇଆଇସି ସତ୍ୟଜିତ୍‌ କଣ୍ଡାନକେଲ କହିଛନ୍ତି।

ସୂଚନା ଅନୁଯାୟୀ, ନିରଞ୍ଜନଙ୍କ ବିରୋଧରେ ମମତା ଚେକ୍‌ ବାଉନ୍ସ ନେଇ ଆଣିଥିବା ମାମଲା ବରଗଡ଼ କୋର୍ଟରେ ବିଚାରାଧୀନ ରହିଛି। ଏହି ମାମଲାକୁ ନେଇ କୋର୍ଟରେ ନିଜ ପକ୍ଷ ରଖିବାକୁ ବିଚାରପତି ନିର୍ଦ୍ଦେଶ ଦେଇଥିଲେ। ନିରଞ୍ଜନ ଶୁକ୍ରବାର ବରଗଡ଼ କୋର୍ଟକୁ ଆସି ଓକିଲଙ୍କ ଉପସ୍ଥିତିରେ ବିଚାରପତିଙ୍କ ଆଗରେ ପକ୍ଷ ରଖିଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ସେ କୋର୍ଟରୁ ବାହାରି କୋର୍ଟ ସମ୍ମୁଖରେ ଥିବା ଏକ ଚା ଦୋକାନରେ ଛିଡ଼ା ହୋଇଥିଲେ। ସେତେବେଳେ ମମତା ତାଙ୍କୁ ଡାକିଥିଲେ ଏବଂ ତାଙ୍କ ସ୍ବାମୀ ଦିନେଶଙ୍କ ସହିତ ମାରପିଟ୍‌ କରିଥିବା ଅଭିଯୋଗ ହୋଇଛି। ଏହି ସମୟରେ କେତେଜଣ ଯୁବକ ସଂଘବଦ୍ଧ ଭାବେ ସେଠାକୁ ବାଇକ୍‌ରେ ଆସି ପହଞ୍ଚି ଥିଲେ ଏବଂ ବାଇକ୍‌ରେ ନିରଞ୍ଜନଙ୍କୁ ଜୋର୍‌ ଜବରଦସ୍ତ ବସାଇ ବିଭିନ୍ନ ସ୍ଥାନକୁ ନେଇ ଶାରୀରିକ, ମାନସିକ ନିର୍ଯାତନା ଦେବା ସହିତ ନାନା ଧମକ ଦେଇଥିଲେ ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି।

ଖବର ପାଇ ନିରଞ୍ଜନଙ୍କ ଭଉଣୀ ଏବଂ ସମ୍ପର୍କୀୟ ବରଗଡ଼ ଟାଉନ ଥାନାରେ ପହଞ୍ଚିଥିଲେ। ଏହାପରେ ନିରଞ୍ଜନଙ୍କୁ ଥାନାକୁ ଆଣି ଛାଡ଼ି ଦେଇଥିଲେ ବୋଲି ନିରଞ୍ଜନଙ୍କ ଭଉଣୀ ଅନୀତା କହିଛନ୍ତି। ଚେକ୍‌ ବାଉନ୍ସକୁ ନେଇ କୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ କୋର୍ଟକୁ ଆସି ପକ୍ଷ ରଖି ଫେରିବା ବାଟରେ ତାଙ୍କ ଭାଇଙ୍କ ପ୍ରତି ହୋଇଥିବା ସେଭଳି ନିର୍ଯାତନା ପରେ ସମସ୍ତ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ରହିଥିବା ଅନୀତା କହିଛନ୍ତି। ଫଳରେ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସକୁ ନିବେଦନ କରିଛନ୍ତି। ଅନ୍ୟପଟେ ଜମି କିଣାବିକାକୁ ନେଇ ନିରଞ୍ଜନ ଠକେଇ କରିଛନ୍ତି ଏବଂ ତାଙ୍କୁ ଅପହରଣ କିମ୍ବା କୌଣସି ନିର୍ଯାତନା ଦେଇ ନଥିବା ମମତା କହିଛନ୍ତି। କିନ୍ତୁ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବାରୁ ନିରଞ୍ଜନଙ୍କୁ ଚାପୁଡ଼ା ମାରିଥିବା ମମତା ଗଣମାଧ୍ୟମ ଆଗରେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri