ପଟ୍ଟାମୁଣ୍ଡାଇରେ ନିଶା କବଳରେ ଯୁବପିଢ଼ି

ପଟ୍ଟାମୁଣ୍ଡାଇ,୧୫ା୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦିନକୁ ଦିନ ଚୋରାମଦ, ଡ୍ରଗ୍ସ, ଗଞ୍ଜେଇ, ବ୍ରାହଉନସୁଗାର କାରବାର ଖୁଲମ୍‌ଖୁଲା ଭାବେ ବଢ଼ି ଚାଲିଛି। ଗାଁ ଗହଳିରେ ଥିବା ପାନ ଦୋକାନଠାରୁ ଆରମ୍ଭ କରି ଭୁସାମାଲ ଦୋକାନ ପର୍ଯ୍ୟନ୍ତ ସବୁଠି ଖୁଲମ୍‌ ଖୁଲା ବେପାର ଚାଲିଛି। ଗାଁରେ ଚୋରାମଦ ସହ ଅନ୍ୟ ନିଶା ମିଳୁଥିବାରୁ ଗ୍ରାମ୍ୟ ପରିବେଶ ନଷ୍ଟ ହେବା ସହ ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି। ଛାତ୍ରୀ, ଝିଅ, ବୋହୂ ବାହାରକୁ ଗଲା ବେଳେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ନିଶା କବଳରେ ପଡୁଥିବା ଯୁବପିଢି ଘରେ ଟଙ୍କା ପାଇଁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଫଳରେ ପରିବାରରେ ଅଶାନ୍ତି ସୃଷ୍ଟି ହେଉଛି। ଯାହା କି ପରିବାର ପାଇଁ ଏବେ ବଡ଼ ଚିନ୍ତାର ବିଷୟ ପାଲଟିଛି। ଏ ସମ୍ପର୍କରେ ଅବକାରୀ ବିଭାଗର କର୍ମଚାରୀଙ୍କୁ ପଚାରିବାରେ ଆମର ଷ୍ଟାପ୍‌ ନାହାନ୍ତିି ତେଣୁ ଚଢାଉ କରିପାରୁନାହୁଁ ବୋଲି କହିଛନ୍ତି। ଏହାକୁ ନେଇ ସାମାଜିକ କର୍ମୀ, ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି।
ସାମାଜିକ କର୍ମୀ ଜ୍ୟୋତି ପ୍ରକାଶ ପ୍ରଧାନ କହିଛନ୍ତି, ପଟ୍ଟାମୁଣ୍ଡାଇରେ ନିଶା କାରବାର ରୋକିବା ନିମନ୍ତେ ଅବକାରୀ କାର୍ଯ୍ୟାଳୟ ରହିଛି। ମାତ୍ର ତାହା ସବୁ ସମୟରେ ଖୋଲା ରହୁନି। ଗାଁ ଗହଳିରେ ଏବେ ଚୋରାମଦ କାଉଣ୍ଟର ଖୋଲିବାରେ ଲାଗିଛି। ଅବକାରୀ ବିଭାଗ ହାତଗଣତି କେତେଜଣ ବ୍ୟବସାୟୀଙ୍କୁ ଟାର୍ଗେଟ କରି ସେମାନଙ୍କଠାରୁ ଚୋରାମଦ, ଗଞ୍ଜେଇ ଆଦି ଜବତ କରି ଜେଲ ପଠାଉଛି। ମାତ୍ର ପରେ ବ୍ୟବସାୟୀ ଜଣକ ଜେଲରୁ ମୁକୁଳି ଆସି ପୁଣି ସୁରୁଖୁରୁରେ ବ୍ୟବସାୟ କରୁଛନ୍ତି। ବୁଦ୍ଧିଜୀବୀ ରବୀନ୍ଦ୍ର ଭଟ୍ଟ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ମଦ୍ୟପାନର ଅଭ୍ୟାସ ଲୋକମାନଙ୍କ ଭିତରେ ବଢ଼ୁଥିଲା ବେଳେ, ଅନ୍ୟ ନିଶାର ପ୍ରକୋପ ମଧ୍ୟ କ୍ରମଶଃ ବଢ଼ିବାରେ ଲାଗିଛି। ଗାଁ ଗହଳିରେ ମଦୁଆଙ୍କର ସଂଖ୍ୟା ଅଧିକ ମାତ୍ରାରେ ବଢ଼ିବା ସହ ନିଶା କେତେଜଣ ଯୁବକଙ୍କୁ କବଳିତ କଲାଣି। ଦିନ ଥିଲା ଅଧିକାଂଶ ଯୁବକ ଅର୍ଥନୈତିକ ସ୍ତରରେ ପଛୁଆ ରହୁଥିଲେ। କିନ୍ତୁ ଏବେ ଅଧିକାଂଶ ଆର୍ଥତ୍କସ୍ତରରେ ସ୍ବଚ୍ଛଳ ଥିବା ପରିଲକ୍ଷିତ ହେଉଛି। ଏହାର କାରଣ ହେଉଛି ପିଲାମାନଙ୍କୁ ପରିବାରରୁ ଟଙ୍କା ସହଜରେ ମିଳି ଯାଉଛି। ପିଲାମାନଙ୍କୁ ଟଙ୍କା ମିଳିଯିବାରୁ ସେମାନେ ଏହାର ଦୁରୁପଯୋଗ କରି ନିଶା ସେବନ କରିବାକୁ ପଛାଉ ନାହାନ୍ତି। ଏବେ ବିଦ୍ୟାଳୟସ୍ତରରେ ପିଲାମାନେ ଗୁଟ୍‌ଖା, ସିଗାରେଟ୍‌ ଏପରି କି ମଦ ପିଉଥିବା ନଜରକୁ ଆସୁଛି। ତେଣୁ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଡ୍ରଗ ଟେଷ୍ଟିଂ ବାଧ୍ୟତାମୂଳକ କରାଗଲେ ଭଲ ହୁଅନ୍ତା। ଶିକ୍ଷାବିତ ପ୍ରେମାନନ୍ଦ ପାଣ୍ଡା କହିଛନ୍ତି, ଅଞ୍ଚଳର ନିଶା ବ୍ୟବସାୟୀମାନେ ୧୬ରୁ ୨୧ ବର୍ଷର ଛାତ୍ର ଓ ଯୁବକଙ୍କୁ ଟାର୍ଗେଟ ରଖୁଛନ୍ତି। ଅଧିକାଂଶ ଛାତ୍ର, ଯୁବକ ବ୍ରାଉନସୁଗାର ସେବନ କରୁଥିବା ବେଳେ ସେମାନଙ୍କ ସଂଖ୍ୟା ୮୦ ପ୍ରତିଶତରୁ ଅଧିକ। ବେକାର ଯୁବତୀଯୁବକ ନିଶା ମାଫିଆଙ୍କ ଜାଲରେ ଫସି ଚାଲିଥିବା ବେଳେ ସାରା ରାଜ୍ୟ ପାଇଁ ଏହା ବିପଦକୁ ଡାକି ଆଣୁଛି। ନିଶା ମାଫିଆଙ୍କ କବଳରୁ ଏହି ଛାତ୍ର ଓ ଯୁବକଙ୍କୁ ସୁରକ୍ଷିତ ରଖିବା ଦିଗରେ ଏଯାଏ କୌଣସି ବିଧିବଦ୍ଧ ଯୋଜନା କାର୍ଯ୍ୟକାରୀ ହେଉ ନାହିଁ। ଆଗକୁ ଏଭଳି ଲାଗି ରହିଲେ ପରିସ୍ଥିତି ବେକାବୁ ହୋଇଯିବ। ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇ ନିଶା ସାମଗ୍ରୀ ମଧ୍ୟରୁ ଅଧିକ ସଂଖ୍ୟାକ ବ୍ୟକ୍ତି ମଦ ପିଉଥିବା ବେଳେ ଗଞ୍ଜେଇ ଏବଂ ତା ପରକୁ ବ୍ରାଉନସୁଗାର ସେବନକାରୀ ରହିଛନ୍ତି। ଏହି ୩ ମୁଖ୍ୟ ନିଶାଦ୍ରବ୍ୟ ବ୍ୟତୀତ ଶସ୍ତା ହେଉଥିବା ବିଭିନ୍ନ ଔଷଧ, ଡେଣ୍ଡ୍ରାଇଟ୍‌ ଅଠା ଭଳି ସାମଗ୍ରୀକୁ ବି ନିଶା ପାଇଁ ବ୍ୟବହାର କରାଯାଉଛି। ସଚେତନତା ନାଁରେ ପ୍ରଶାସନ ପକ୍ଷରୁ ଯେତିକି ବୈଠକ ବସୁଛି, ସେତିକି ଦିନ ଚଢ଼ାଉ କରାଯାଉନାହିଁ। ଫଳରେ ବିଭିନ୍ନ ନିଶା ଖୋଲାଖୋଲି ବିକ୍ରି ହେଉଛି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ ଆଇଆଇସି କମଳ ପାଇକରାୟଙ୍କୁ ପଚାରିବାରେ ଆମର ଆବଶ୍ୟକ ପରିମାଣର ଷ୍ଟାପ ନ ଥିବାରୁ ଏତେ ବଡ଼ ଏରିଆରେ ବିଧିବଧ ଚଢାଉ ହୋଇପାରିୁନି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri