ଜାଲ୍‌ ଡ୍ରାଇଭିଂ ଲାଇସେନ୍ସ ଜାଲରେ ଯୁବକ

ବୈପାରିଗୁଡା,୧୯ା୯ (ଡି.ଏନ୍‌.ଏ):ସଡକ ଦୁର୍ଘଟଣା ଏଡାଇବା ପାଇଁ ପରିବହନ ବିଭାଗ ପକ୍ଷରୁ କଠୋର ଆଇନ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସମୟରେ ଟ୍ରାଫିକ୍‌ ଓ ପୋଲିସ୍‌ ପକ୍ଷରୁ ମଧ୍ୟ ଯାଞ୍ଚ କରାଯାଇ ଆଇନ ଖିଲାପକାରୀଙ୍କଠାରୁ ଜରିମାନା ଆଦାୟ ହେଉଛି। ଯାଞ୍ଚରୁ ବର୍ତ୍ତିିବା ଲାଗି କୋରାପୁଟ ଜିଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଜାଲ୍‌ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତକାରୀ ଆଡ୍ଡା ଜମାଇଛନ୍ତି। ଏପରି ଦେଖିବାକୁ ମିଳିଛି ଜିଲାର ବୈପାରିଗୁଡା ବ୍ଲକରେ।
ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନଲାଇନରେ ଆବେଦନ କରାଯାଇଥାଏ। ପ୍ରଥମେ ଲର୍ନିଂ ଲାଇସେନ୍ସ ପାଇବାର କିଛି ମାସ ପରେ ଡିଏଲ୍‌ ଲାଇସେନ୍ସ ପାଇଁ ଆବେଦନ କରିବାକୁ ହୋଇଥାଏ। ଏସବୁ ଆବେଦନ ବେଳେ ସ୍ଲଟ୍‌ ବୁକିଂ କରାଯାଏ। ନିର୍ଦ୍ଧାରିତ ଦିନରେ ଲର୍ନିଂ ଲାଇସେନ୍ସ ଆବେଦନକାରୀମାନେ କୋରାପୁଟ ଆରଟିଓ ଅଫିସ୍‌ ଯାଇ ଅନ୍‌ ଲାଇନ୍‌ ଟେଷ୍ଟ ଦେଇଥାନ୍ତି। ସେହିପରି ଡିଏଲ୍‌ ଟେଷ୍ଟ ବେଳେ ଆବେଦନକାରୀଙ୍କୁ ସେଠାରେ ଗାଡି ଚଲାଇବାକୁ ପଡେ। ତେବେ ସାମାନ୍ୟ କମ୍ପ୍ୟୁଟର ଜ୍ଞାନ ନ ଥିବା ତଥା ଟ୍ରାଫିକ୍‌ ନିୟମ ଜାଣି ନ ଥିବା ଉପାନ୍ତ ଅଞ୍ଚଳର ଆଦିବାସୀ ଯୁବକମାନେ ଟେଷ୍ଟରେ ଫେଲ୍‌ ହୋଇଥାନ୍ତି। ଡ୍ରାଇଭିଂ ଲାଇସେନ୍ସ ନ ଥିବା କାରଣରୁ ଟ୍ରାଫିକ୍‌ ଯାଞ୍ଚ ବେଳେ ଜରିମାନା ଦେଇଥାନ୍ତି। ସେମାନଙ୍କ ଏପରି ଅସହାୟତାର ସୁଯୋଗ ନେଇ କିଛି ଅସାଧୁ ବ୍ୟକ୍ତି ଜାଲ୍‌ ଡ୍ରାଇଭିଂ ଲାଇସେନ୍ସ ର଼୍ୟାକେଟ୍‌ ଚଳାଇଛନ୍ତି। ଜିଲାର ବୈପାରୀଗୁଡା, ଲମତାପୁଟ୍‌, ନନ୍ଦପୁର ଅଞ୍ଚଳର ଆଦିବାସୀ ଯୁବକମାନେ ଏହି ଜାଲରେ ଫସୁଛନ୍ତି। ଲାଇସେନ୍ସ ପାଇଁ ଆରଟିଓ ଅଫିସକୁ ନ ଯାଇ ସେମାନେ ବିନା ଟେଷ୍ଟରେ ନକଲି ଲାଇସେନ୍ସ ପାଉଛନ୍ତି। ଏଥିପାଇଁ ସେମାନଙ୍କଠାରୁ ୫ ରୁ ୧୦ ହଜାର ଟଙ୍କା ଆଦାୟ କରାଯାଉଛି ା ଏପରି ଘଟଣାର ଶିକାର ହୋଇଛନ୍ତି ବୈପାରିଗୁଡା ବ୍ଲକର ୨ ଜଣ ଆଦିବାସୀ ଯୁବକ ା ସେମାନେ ହେଲେ ବ୍ଲକର ଚିପାକୁର ପଞ୍ଚାୟତ ଅନ୍ତର୍ଗତ କୁମୁଡା ଗ୍ରାମର ଭଗବାନ ଖରା ଏବଂ ମାଠପଡା ପଞ୍ଚାୟତ ନିଶିନା ଗ୍ରାମର ସନ୍ତୋଷ କିର୍ଷାନି।
ଭଗବାନ ପାଇଥିବା ଲାଇସେନ୍ସ ନଂ. ଓଡି ୧୦ ୨୦୨୨୦୦୦୯୦୫୩ ହୋଇଥିବା ବେଳେ ସନ୍ତୋଷଙ୍କ ଲାଇସେନ୍ସ ନଂ ଓଡି୧୦ ୨୦୨୨୦୦୦୯୦୫୧ ବୋଲି ଜଣାପଡିଛି। ଉଭୟ ୨ ଚକିଆ ଓ ୪ ଚକିଆ ଯାନ ଚଳାଇବା ଲାଗି ଏହି ଲାଇସେନ୍ସ ପାଇଛନ୍ତି। ତେବେ ଯାଞ୍ଚ କରିବା ପରେ ଏସବୁ ନକଲି ବୋଲି ଜଣାପଡିଛି। ଏଥିପାଇଁ ପ୍ରତ୍ୟେକ ୫ ହଜାର ଟଙ୍କା ଲେଖାଏ ଜରିମାନା ଦେଇଥିବା ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ, ଗତବର୍ଷ ଲକ୍‌ ଡାଉନ ସମୟରେ ଜୟପୁର ନିକଟସ୍ଥ ବାରିଣିପୁଟ ଗ୍ରାମରୁ ଜଣେ ଯୁବକ ଏକ ଲାପଟପ ଧରି ନିଶନା ଗ୍ରାମକୁ ଆସିଥିଲେ। ସେଠାରେ ବିନା ପରୀକ୍ଷାରେ ଡ୍ରାଇଭିଂ ଲାଇସେନ୍ସ କରାଇ ଦେବେ କହିବାରୁ ଆଖପାଖ ଅଞ୍ଚଳ ଯଥା ଚିପାକୁର ପଞ୍ଚାୟତ ରବରଟି, ଦୁଧବେଡା, କୁଦାଲଯୋଡି ଏବଂ ମାଠପଡା ପଞ୍ଚାୟତର ରୂପଗୁଡା, ନିଶନା, ଖରାଗୁଡା ଓ ବେରଙ୍ଗାପଦର ଗ୍ରାମର ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଯୁବକ ଜମା ହୋଇଥିଲେ। ସେମାନଙ୍କଠାରୁ ଆଧାର କାର୍ଡ ସଂଗ୍ରହ କରି କିଛି ଅଗ୍ରିମ ଟଙ୍କା ନେଇ ସେମାନଙ୍କ ବାରିଣିପୁଟସ୍ଥିତ ଅନ୍‌ଲାଇନ୍‌ ଦୋକାନକୁ ଆସିବାକୁ କହିଥିଲେ। ଜୟପୁର-କୋରାପୁଟ ଜାତୀୟ ରାସ୍ତା କଡରେ ସମ୍ପୃକ୍ତ ୨ ଯୁବକଙ୍କ ଏକ ଅନଲାଇନ୍‌ ଦୋକାନ ରହିଛି ା ଏଠାରେ ସମାନ୍ତରାଳ ଭାବେ ଆରଟିଓ ଅଫିସ ଚାଲୁଛି ା ସେଠାରେ ଫଟୋ ଉଠାଯାଇ ବିନା ଲର୍ନିଂରେ ଅଳ୍ପ ସମୟରେ ଡିଏଲ୍‌ ମିଳୁଛି ା ବୈପାରିଗୁଡା ବ୍ୟତୀତ ଲମତାପୁଟ, ନନ୍ଦପୁର,ମାଛକୁଣ୍ଡ ଅଞ୍ଚଳର ଯୁବକମାନେ ଏପରି ଠକାମିର ଶିକାର ହୋଇଛନ୍ତି। ତେବେ ଜାତୀୟ ରାଜପଥ କଡରେ ଏପରି ଜାଲ୍‌ କାରବାର ଚାଲୁଥିବାବେଳେ ପରିବହନ ଓ ପୋଲିସ କିପରି ଜାଣିପାରୁନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଆରଟିଓ ପ୍ରସନ୍ନ ଦାସଙ୍କୁ ପଚାରିବାରୁ ସେ କହିଲେ, ଲୋକମାନେ ଥାନାରେ ଏତଲା ଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri