‘ଯୁବପିଢ଼ି ପରିବର୍ତ୍ତନର ବାର୍ତ୍ତାବହ’

ବାଲେଶ୍ୱର, ୧୧।୮(ମାନସ ବିଶ୍ୱାଳ): ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ସିଂହଭାଗ ହେଉଛନ୍ତି ଯୁବପିଢ଼ି। ଆମ ଦେଶର ପ୍ରତ୍ୟେକ ନାଗରିକ ଯୁବାବସ୍ଥାରୁ ଗଣତନ୍ତ୍ରର ଅଧିକାର, ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ରହିଥାନ୍ତି। ତେଣୁ ଯୁବପିଢ଼ିଙ୍କୁ ଗଣତନ୍ତ୍ରର ଅନ୍ତୁଡ଼ିଶାଳର ଆଖ୍ୟା ଦିଆଯାଇପାରେ। ଯୁବପିଢ଼ିଙ୍କ ପାଖରେ ରହିଛି ପରିବର୍ତ୍ତନର ଅଜସ୍ର ଶକ୍ତି। ଏମାନେ ହିଁ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଅଗ୍ରଗାମୀ ହୋଇପାରିବେ ବୋଲି ବାଲେଶ୍ୱର ଜିଲା ଫକୀରମୋହନ ମହାବିଦ୍ୟାଳୟରେ ଗୁରୁବାର ‘ଧରିତ୍ରୀ’ର ୫୦ ବର୍ଷ ଉପଲକ୍ଷେ ଆୟୋଜିତ ‘ଗଣମାଧ୍ୟମ, ଗଣତନ୍ତ୍ର, ଯୁବପିଢ଼ି’ ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଫକୀରମୋହନ ସ୍ବୟଂଶାସିତ କଲେଜ ଅଧ୍ୟକ୍ଷ ଡ. ଦିଲୀପ କୁମାର ଘୋଷ ଓ ଫକୀରମୋହନ ଜୁନିୟର କଲେଜ ଅଧ୍ୟକ୍ଷ ପ୍ରଦୀପ କୁମାର ରଣା, ବିଚାରକ ଭାବେ ଫକୀରମୋହନ ସାହିତ୍ୟ ପରିଷଦ ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଓ କବି ପ୍ରଶାନ୍ତ ଦାସ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଧରିତ୍ରୀର ଜିଲା ପ୍ରତିନିଧି ମାନସ ବିଶ୍ୱାଳ ଅତିଥି ପରିଚୟ ସହ ସ୍ବାଗତ ଭାଷଣ ଦେଇଥିଲେ। ଧରିତ୍ରୀର ଉପ-ବାର୍ତ୍ତା ସମ୍ପାଦକ ଲାଲା ସୁନୀଲ କୁମାର ରଥ ପ୍ରତିଯୋଗିତାର ଆଭିମୁଖ୍ୟ ତଥା ଧରିତ୍ରୀର ୫୦ବର୍ଷର ଯାତ୍ରା ଓ ଯୁବପିଢ଼ିଙ୍କ ଦାୟିତ୍ୱବୋଧ ଉପରେ ବକ୍ତବ୍ୟ ରଖିଥିଲେ। ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ. ତ୍ରିପାଠୀ ଧରିତ୍ରୀର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତା ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ଯୁବପିଢ଼ିଙ୍କୁ ସବୁକ୍ଷେତ୍ରରେ ପ୍ରାଧାନ୍ୟ ଦେବା ଉଚିତ୍‌। ଗଣମାଧ୍ୟମ ହିଁ ପ୍ରତିଟି କ୍ଷେତ୍ରରେ ସଂସ୍କାର ଆଣିଥାଏ ବୋଲି ସେ କହିଥିଲେ। ସେହିପରି କବି ପ୍ରଶାନ୍ତ ଦାସ କହିଥିଲେ, ‘ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି’ ଶୀର୍ଷକ ସମସ୍ତଙ୍କୁ ଜ୍ଞାନମୟ କଲା। ନୂଆ ଓଡ଼ିଶା ଗଠନ ପାଇଁ ଆମେ ସମସ୍ତେ ନୂଆ ମନ ସୃଷ୍ଟି କରିବା। ଯୁବପିଢ଼ି ହେଉଛନ୍ତି ନିର୍ମାଣର ପ୍ରତୀକ। ଗଣତନ୍ତ୍ର ଏକ ଶାସନ ବ୍ୟବସ୍ଥା। ଗଣମାଧ୍ୟମ ହେଉଛି ଜନସଚେତନତା। ଧରିତ୍ରୀର ଏହି ଅଭିଯାନକୁ ସମସ୍ତେ ମିଳିମିଶି ସଫଳ କରିବାକୁ ସେ ଆହ୍ବାନ ଦେଇଥିଲେ।
ବକ୍ତୃତା ପ୍ରତିଯୋଗିତାରେ ୧୭ଜଣ ଛାତ୍ରୀଛାତ୍ର ଭାଗ ନେଇଥିବା ବେଳେ ଯୁକ୍ତ ୨ ବିଜ୍ଞାନ ଦ୍ୱିତୀୟ ବର୍ଷ ଛାତ୍ର କମଳଜିତ୍‌ ପଢ଼ିଆରୀ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଯୁକ୍ତ ୨ କଳା ପ୍ରଥମ ବର୍ଷ ଛାତ୍ର ଗୌରବ ପାଣିଗ୍ରାହୀ ଦ୍ୱିତୀୟ ଏବଂ ଯୁକ୍ତ୨ କଳା ଦ୍ୱିତୀୟ ବର୍ଷ ଛାତ୍ରୀ ଶୁଭଶ୍ରୀ ଦାସ ଓ ଯୁକ୍ତ୨ କଳା ଦ୍ୱିତୀୟ ବର୍ଷ ଛାତ୍ର ଦେବେନ୍ଦ୍ର ବାରିକ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏଥିରେ ୧୩୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। ଫକୀରମୋହନ ଜୁନିୟର କଲେଜର ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ଡ. ସନ୍ତୋଷ କୁମାର ରାଉତ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ଧରିତ୍ରୀର ରେମୁଣା ବ୍ଲକ ପ୍ରତିନିଧି ରବୀନ୍ଦ୍ର ମହାକୁଡ଼ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରସାର ପରିଚାଳକ ଆଲୋକ କାନୁନ୍‌ଗୋ, ରୂପ୍‌ସା ପ୍ରତିନିଧି ବାଞ୍ଛାନିଧି ଦେ, ସିମୁଳିଆ ବ୍ଲକ ପ୍ରତିନିଧି ସନ୍ତୋଷ କୁମାର ନାୟକ, ନୀଳଗିରି ବ୍ଲକ ପ୍ରତିନିଧି ପ୍ରଶାନ୍ତ ବିଶ୍ୱାଳ ଓ ଇନ୍ଦ୍ରଜିତ ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ।

ବହୁ ସଂଘର୍ଷ ଓ ତ୍ୟାଗ ବଳରେ ଭାରତ ସ୍ବାଧୀନତା ଲାଭ କରିଥିଲା। ଗଣମାଧ୍ୟମର ଉଚ୍ଚତର ଦୃଷ୍ଟିଭଙ୍ଗୀରେ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ବିକାଶର ଧାରା ତ୍ୱରାନ୍ବିତ ହୋଇଥାଏ। ଗଣତନ୍ତ୍ରର ବିକାଶ ଫଳରେ ଗରିବ ଲୋକ ନ୍ୟାୟ ପାଇଥାନ୍ତି। ଯୁବପିଢ଼ିଙ୍କ ପାଇଁ ଗଣତନ୍ତ୍ର, ଗଣମାଧ୍ୟମ ନିତାନ୍ତ ଜରୁରୀ। ଧରିତ୍ରୀର ଏଭଳି ପ୍ରୟାସ ଯୁବପିଢ଼ିଙ୍କ ମଧ୍ୟରେ ନୂତନ ଜାଗରଣ ସୃଷ୍ଟି କରିଛି।
– କମଳଜିତ୍‌ ପଢ଼ିଆରୀ, ପ୍ରଥମ
ଗଣମାଧ୍ୟମ ଏବଂ ଗଣତନ୍ତ୍ରରେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ହେଲେ ଗଣତନ୍ତ୍ର ବେଳେ ବେଳେ ଶାସକଙ୍କ ହାତବାରିସି ହୋଇଯାଉଛି। ଧର୍ମନିରପେକ୍ଷ ରାଷ୍ଟ୍ରରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନଙ୍କ ମଧ୍ୟରେ ଏଠାରେ ପାଚେରି ଉଠୁଛି। ଏଭଳିସ୍ଥିତିରେ ଗଣମାଧ୍ୟମ ତାର ଭୂମିକା ଠିକ୍‌ ଭାବେ ନିର୍ବାହ କରିବା ଆବଶ୍ୟକ। ଆଉ ଏଥିପାଇଁ ଯୁବପିଢ଼ି ସଚେତନ ହେବା ଜରୁରୀ। ଧରିତ୍ରୀ ଆମକୁ କିଛି କହିବାର ସୁଯୋଗ ଦେଇଥିବାରୁ ଆମେ କୃତଜ୍ଞ।
– ଗୌରବ ପାଣିଗ୍ରାହୀ, ଦ୍ୱିତୀୟ
ପରିବର୍ତ୍ତନଶୀଳ ପୃଥିବୀର ପ୍ରତି ମୁହୂର୍ତ୍ତରେ ଘଟୁଥିବା ଘଟଣାବଳୀର ପ୍ରଚାର, ପ୍ରସାର ପାଇଁ ଗଣମାଧ୍ୟମର ଭୂମିକା ରହିଛି। ସମାଜର ଦୁଃଖ, ଦୁର୍ଦ୍ଦଶା ଓ ସରକାରଙ୍କ ଦୋଷ, ଦୁର୍ବଳତାକୁ ଲୋକଲୋଚନକୁ ଆଣିଥାଏ ଗଣମାଧ୍ୟମ। ଫଳରେ ଗଣତନ୍ତ୍ର ସୁଦୃଢ଼ ହୋଇଥାଏ। ଦେଶର ଯୁବପିଢ଼ି ହେଉଛନ୍ତି ସର୍ବବୃହତ୍‌ ଶକ୍ତି। ବାସ୍ତବରେ ଯୁବପିଢ଼ିଙ୍କ ଉନ୍ନତ ଚିନ୍ତାଧାରା ଓ ଇଚ୍ଛାଶକ୍ତି ଦେଶକୁ ଆଗେଇନିଏ।
– ଶୁଭଶ୍ରୀ ଦାସ, ଯୁଗ୍ମ ତୃତୀୟ
ଗଣତନ୍ତ୍ର ହେଉଛି ଜନସାଧାରଣଙ୍କ ସରକାର। ଏହା ସର୍ବଶ୍ରେଷ୍ଠ ଶାସନ ବ୍ୟବସ୍ଥା। ଭାରତର ୧୪୦ କୋଟି ଲୋକଙ୍କର ସମସ୍ୟା, ଆବଶ୍ୟକତାକୁ ଗଣମାଧ୍ୟମ ହଁି ସରକାରଙ୍କ ନିକଟରେ ପହଞ୍ଚାଇଥାଏ। ସ୍ମାର୍ଟଫୋନ୍‌ ହେଉଛି ଏବେ ସର୍ବବୃହତ୍‌ ଗଣମାଧ୍ୟମ। ପ୍ରତ୍ୟେକ ଜନସାଧାରଣଙ୍କୁ ଖବରଦାତା କହିଲେ ଭୁଲ୍‌ ହେବ ନାହଁି। ଯୁବପିଢ଼ିଙ୍କ ଜ୍ଞାନକୌଶଳ ଓ ଉଦ୍ୟମ ବଳରେ ରାଷ୍ଟ୍ରର ବିକାଶ ଘଟିଛି।
– ଦେବେନ୍ଦ୍ର ବାରିକ, ଯୁଗ୍ମ ତୃତୀୟ


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri