ନକଲି ଫେସବୁକ୍‌ ଆଇଡି ଖୋଲି କଲେଜ ଛାତ୍ରୀଙ୍କ ନାମରେ ଅଶ୍ଳୀଳ ପୋଷ୍ଟ, ଜେଲ୍‌ ଗଲେ ଯୁବକ

ଆଳି,୨୮ା୯ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ଆୟତପୁର ଗ୍ରାମର ଶଶିକାନ୍ତ ମଲ୍ଲିକ ନାମକ ଜଣେ ଯୁବକ ନକଲି ଫେସବୁକ୍‌ ଆଇଡି ଖୋଲି ଜଣେ କଲେଜ ଛାତ୍ରୀଙ୍କ ନାମରେ ଅଶ୍ଳୀଳ ବାର୍ତ୍ତା ପୋଷ୍ଟ କରୁଥିଲେ । ଏ ସଂକ୍ରାନ୍ତରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା(ନଂ.୨୫୩/୨୩)ରୁଜୁ କରି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବାରିମୂଳ ଜେଲକୁ ପଠାଇ ଦିଆଯାଇଛି । ଏହି ଘଟଣାରେ ପୋଲିସ ଆଇଟି ସେଲ୍‌ର ସହାୟତା ନେଇଥିଲା ।