ସାଇବର ଠକେଇର ଶିକାର ହେଲେ ଯୁବକ: ଆପେ ଆପେ ଆକାଉଣ୍ଟରୁ ଚାଲିଗଲା ୫୬ ହଜାର ଟଙ୍କା

ରାୟଗଡା, ୧୭।୧୧ (ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟରେ ପୋଲିସ ପକ୍ଷରୁ ସାଇବର ଅପରାଧରୁ ସୁରକ୍ଷା ପାଇଁ ମାସବ୍ୟାପୀ ସଚେତନତା ଚାଲିଛି। ହେଲେ ଅନ୍ୟପଟେ ଗ୍ରାମାଞ୍ଚଳର ଲୋକେ ସାଇବର ଅପରାଧୀଙ୍କ ଶିକାର ପାଲଟିଛନ୍ତି । ନିକଟରେ ଭୁବନେଶ୍ୱରର ଜଣେ ବୃଦ୍ଧ ଦମ୍ପତିଙ୍କୁ ଡିଜିଟାଲ ଆରେଷ୍ଟ ନାଁରେ କୋଟି କୋଟି ଟଙ୍କା ସାଇବର ଅପରାଧୀମାନେ ଲୁଟି ନେଇଥିଲେ। ତାଙ୍କ ପରିସ୍ଥିତି ଏହିଭଳି ରହିଥିଲା ଯେ, ଧମକ ଯୋଗୁ ସେମାନେ ଘରୁ ବାହାରିବାକୁ ଭୟଭୀତ ହୋଇଯାଇଥିଲେ । ପରବର୍ତ୍ତୀ ସମୟରେ ସାହିପଡିଶା ପୋଲିସକୁ ସୂଚନା ଦେବା ପରେ ପୋଲିସ ଆସି ବହୁ ଅନୁରୋଧ ପରେ କବାଟ ଖୋଲି ଘରୁ ବାହାରିବା ସହିତ ପୋଲିସକୁ ସମସ୍ତ ସୂଚନା ଦେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବର୍ତ୍ତମାନ ରାୟଗଡା ଜିଲାରେ ମଧ୍ୟ ଦେଖାଦେଇଛି ଏକ ସାଇବର ଅପରାଧ । ରାୟଗଡା ଜିଲାର ଜଣେ ଯୁବକ ତାଙ୍କ ଗାଁରେ ଥିବା ସମୟରେ ଗତ ୧୬ ତାରିଖରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୟୁପିଆଇ ମାଧ୍ୟମରେ କେହି ୬ଟି କାରବାରରେ ୫୬ହଜାର ୩୪୬ଟଙ୍କା ଗାଏବ କରିଦେଇଥିବା ନେଇ ଅଭିଯୋଗ ଆସିଛି। ଅଭିଯୋଗକାରୀ ଯୁବକ ଜଣକ ହେଲେ କଳାହାଣ୍ଡି ଜିଲାର ଘାସିରାମ ନାଏକ । ଘାସିରାମଙ୍କ କହିବାନୁସାରେ ସେ ଗାଁକୁ ଯାଇଥିଲେ । ସେଠାରେ ତ ମୋବାଇଲ ନେଟୱର୍କ ସମସ୍ୟା ରହିଛି। ଏହି ଭିତରେ କେହି ଦୁର୍ବୃତ୍ତ ୟୁପିଆଇ ଟେକ୍ନୋଲୋଜି ବ୍ୟବହାର କରି ତାଙ୍କ ଆକ୍ସିସ ବ୍ୟାଙ୍କ ଆକାଉଣ୍ଟରୁ ୫ଥର ୧୦ହଜାର ଟଙ୍କା ଲେଖାଏ ଏବଂ ଶେଷ ଥର ୫ ହଜାର ୩୪୬ଟଙ୍କା ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟକୁ ଉଠାଇ ନେଇଛି । ସେଥିରୁ ୩ଥର ୧୦ହଜାର ଟଙ୍କା ଆଦେଶ କୁମାର ଯାଦବ ନାମକ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଇଥିବା ବେଳେ ଦୁଇ ଥର ୧୦ହଜାର ଟଙ୍କା ଓ ୫୩୪୬ଟଙ୍କା ଅନନ୍ତ କୁମାର ନାମକ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଇଥିବା ବ୍ୟାଙ୍କ ଷ୍ଟେଟମେଣ୍ଟରୁ ଜଣାପଡିଛି। ତେବେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟିବା ନେଇ ଜାଣିବା ପରେ ଘାସିରାମ ରାୟଗଡା ସ୍ଥିତ ଆକ୍ସିସ ବ୍ୟାଙ୍କରେ ଲିଖିତ ଅଭିଯୋଗ କରିବା ସହିତ ପୋଲିସ ସାଇବର ସେଲରେ ମଧ୍ୟ ଅଭିଯୋଗ କରିଛନ୍ତି । କିଛିଦିନ ତଳେ ରାୟଗଡା ଜିଲାପାଳଙ୍କ ନାଁରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ କେହି ଦୁର୍ବୃତ୍ତ ନକଲି ଆକାଉଣ୍ଟ ଖୋଲି ସହରର ଲୋକଙ୍କୁ ବନ୍ଧୁତା ଅନୁରୋଧ ପଠାଇବା ସହିତ ମୋବାଇଲ ନମ୍ବର ମାଗି ପରବର୍ତ୍ତୀ ସମୟରେ ହ୍ବାଟସଆପ ଜରିଆରେ ଯୋଗାଯୋଗ କରି ନିଜ ବନ୍ଧୁ ସିଆରପିଏଫ ଅଧିକାରୀ ଅଛନ୍ତି ଏବଂ ବଦଳି ଯୋଗୁଁ ନିଜର ଘରକରଣା ସାମଗ୍ରୀ ବିକ୍ରି କରିଦେବା ନେଇ ଲୋକଙ୍କୁ ଠକୁଥିବା ଦେଖିବାକୁ ମିଳିଥିଲା। ତେବେ ଏନେଇ ଗଣମାଧ୍ୟମ ପ୍ରତିନିଧି ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କୁ ଅଭିଯୋଗ କରିବା ପରେ ଜିଲାପାଳ ଏସପିଙ୍କୁ ଅଭିଯୋଗ ଜଣାଇଥିଲେ ଏବଂ ପୋଲିସ ପଦକ୍ଷେପ ଗ୍ରହଣ କରିଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ଦେଶରେ ଏହିଭଳି ବିଭିନ୍ନ ସାଇବର ଅପରାଧ ଘଟୁଥିଲେ ମଧ୍ୟ ଏହା ପଛରେ ଥିବା ରାକେଟକୁ କେହି ଠାବ କାହିଁକି କରିପାରୁନାହାଁନ୍ତି। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri