ସାଇବର ଠକେଇର ଶିକାର ହେଲେ ଯୁବକ: ଆପେ ଆପେ ଆକାଉଣ୍ଟରୁ ଚାଲିଗଲା ୫୬ ହଜାର ଟଙ୍କା

ରାୟଗଡା, ୧୭।୧୧ (ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟରେ ପୋଲିସ ପକ୍ଷରୁ ସାଇବର ଅପରାଧରୁ ସୁରକ୍ଷା ପାଇଁ ମାସବ୍ୟାପୀ ସଚେତନତା ଚାଲିଛି। ହେଲେ ଅନ୍ୟପଟେ ଗ୍ରାମାଞ୍ଚଳର ଲୋକେ ସାଇବର ଅପରାଧୀଙ୍କ ଶିକାର ପାଲଟିଛନ୍ତି । ନିକଟରେ ଭୁବନେଶ୍ୱରର ଜଣେ ବୃଦ୍ଧ ଦମ୍ପତିଙ୍କୁ ଡିଜିଟାଲ ଆରେଷ୍ଟ ନାଁରେ କୋଟି କୋଟି ଟଙ୍କା ସାଇବର ଅପରାଧୀମାନେ ଲୁଟି ନେଇଥିଲେ। ତାଙ୍କ ପରିସ୍ଥିତି ଏହିଭଳି ରହିଥିଲା ଯେ, ଧମକ ଯୋଗୁ ସେମାନେ ଘରୁ ବାହାରିବାକୁ ଭୟଭୀତ ହୋଇଯାଇଥିଲେ । ପରବର୍ତ୍ତୀ ସମୟରେ ସାହିପଡିଶା ପୋଲିସକୁ ସୂଚନା ଦେବା ପରେ ପୋଲିସ ଆସି ବହୁ ଅନୁରୋଧ ପରେ କବାଟ ଖୋଲି ଘରୁ ବାହାରିବା ସହିତ ପୋଲିସକୁ ସମସ୍ତ ସୂଚନା ଦେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବର୍ତ୍ତମାନ ରାୟଗଡା ଜିଲାରେ ମଧ୍ୟ ଦେଖାଦେଇଛି ଏକ ସାଇବର ଅପରାଧ । ରାୟଗଡା ଜିଲାର ଜଣେ ଯୁବକ ତାଙ୍କ ଗାଁରେ ଥିବା ସମୟରେ ଗତ ୧୬ ତାରିଖରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୟୁପିଆଇ ମାଧ୍ୟମରେ କେହି ୬ଟି କାରବାରରେ ୫୬ହଜାର ୩୪୬ଟଙ୍କା ଗାଏବ କରିଦେଇଥିବା ନେଇ ଅଭିଯୋଗ ଆସିଛି। ଅଭିଯୋଗକାରୀ ଯୁବକ ଜଣକ ହେଲେ କଳାହାଣ୍ଡି ଜିଲାର ଘାସିରାମ ନାଏକ । ଘାସିରାମଙ୍କ କହିବାନୁସାରେ ସେ ଗାଁକୁ ଯାଇଥିଲେ । ସେଠାରେ ତ ମୋବାଇଲ ନେଟୱର୍କ ସମସ୍ୟା ରହିଛି। ଏହି ଭିତରେ କେହି ଦୁର୍ବୃତ୍ତ ୟୁପିଆଇ ଟେକ୍ନୋଲୋଜି ବ୍ୟବହାର କରି ତାଙ୍କ ଆକ୍ସିସ ବ୍ୟାଙ୍କ ଆକାଉଣ୍ଟରୁ ୫ଥର ୧୦ହଜାର ଟଙ୍କା ଲେଖାଏ ଏବଂ ଶେଷ ଥର ୫ ହଜାର ୩୪୬ଟଙ୍କା ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟକୁ ଉଠାଇ ନେଇଛି । ସେଥିରୁ ୩ଥର ୧୦ହଜାର ଟଙ୍କା ଆଦେଶ କୁମାର ଯାଦବ ନାମକ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଇଥିବା ବେଳେ ଦୁଇ ଥର ୧୦ହଜାର ଟଙ୍କା ଓ ୫୩୪୬ଟଙ୍କା ଅନନ୍ତ କୁମାର ନାମକ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଇଥିବା ବ୍ୟାଙ୍କ ଷ୍ଟେଟମେଣ୍ଟରୁ ଜଣାପଡିଛି। ତେବେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟିବା ନେଇ ଜାଣିବା ପରେ ଘାସିରାମ ରାୟଗଡା ସ୍ଥିତ ଆକ୍ସିସ ବ୍ୟାଙ୍କରେ ଲିଖିତ ଅଭିଯୋଗ କରିବା ସହିତ ପୋଲିସ ସାଇବର ସେଲରେ ମଧ୍ୟ ଅଭିଯୋଗ କରିଛନ୍ତି । କିଛିଦିନ ତଳେ ରାୟଗଡା ଜିଲାପାଳଙ୍କ ନାଁରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ କେହି ଦୁର୍ବୃତ୍ତ ନକଲି ଆକାଉଣ୍ଟ ଖୋଲି ସହରର ଲୋକଙ୍କୁ ବନ୍ଧୁତା ଅନୁରୋଧ ପଠାଇବା ସହିତ ମୋବାଇଲ ନମ୍ବର ମାଗି ପରବର୍ତ୍ତୀ ସମୟରେ ହ୍ବାଟସଆପ ଜରିଆରେ ଯୋଗାଯୋଗ କରି ନିଜ ବନ୍ଧୁ ସିଆରପିଏଫ ଅଧିକାରୀ ଅଛନ୍ତି ଏବଂ ବଦଳି ଯୋଗୁଁ ନିଜର ଘରକରଣା ସାମଗ୍ରୀ ବିକ୍ରି କରିଦେବା ନେଇ ଲୋକଙ୍କୁ ଠକୁଥିବା ଦେଖିବାକୁ ମିଳିଥିଲା। ତେବେ ଏନେଇ ଗଣମାଧ୍ୟମ ପ୍ରତିନିଧି ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କୁ ଅଭିଯୋଗ କରିବା ପରେ ଜିଲାପାଳ ଏସପିଙ୍କୁ ଅଭିଯୋଗ ଜଣାଇଥିଲେ ଏବଂ ପୋଲିସ ପଦକ୍ଷେପ ଗ୍ରହଣ କରିଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ଦେଶରେ ଏହିଭଳି ବିଭିନ୍ନ ସାଇବର ଅପରାଧ ଘଟୁଥିଲେ ମଧ୍ୟ ଏହା ପଛରେ ଥିବା ରାକେଟକୁ କେହି ଠାବ କାହିଁକି କରିପାରୁନାହାଁନ୍ତି। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ପୁଣି କଫ ସିରପ କାରବାର ଚାଲିଥିବା  ଧରାପଡ଼ିଛି। ଜିଲାର କଟାପାଲି ରାସ୍ତାରେ ନିର୍ମାଣାଧୀନ ଏକ ଘରୁ ୫ ହଜାରରୁ ଊର୍ଦ୍ଧ୍ୱ କଫ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

ଯୁବକଙ୍କୁ ହଜି ଯାଇଥିବା ଫୋନ୍‌ ଫେରାଇଲେ ଏମ୍‌ପିଙ୍କ ପିଏ

ରାୟଗଡ଼ା,୨୧ା୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଜଣେ ଯୁବକଙ୍କ ହଜି ଯାଇଥିବା ମୋବାଇଲ ଫେରାଇ ମାନବିକତାର ପରିଚୟ ଦେଖାଇଛନ୍ତି। ସୂଚନା ମୁତାବକ...

ଝିଅର ଜୀବନ ବଞ୍ଚାଇବାକୁ ଏମିତି ଅପିଲ କଲେ ମହିଳା ପ୍ରଶଂସକ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ସୁରକ୍ଷା ଭାଙ୍ଗୁଥିବା ଏବଂ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଖକୁ...

ଆପଣଙ୍କ ଏଭଳି ଅବହେଳା ପାଇଁ ଚୋରି ହୋଇଯାଇପାରେ ବାଇକ୍‌, ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ…

ନୂଆଦିଲ୍ଲୀ,୨୧।୧: ଆଜିକାଲି ସମୟରେ ବାଇକ ପ୍ରାୟ ପ୍ରତ୍ୟେକ ଘରର ଦୈନନ୍ଦିନ ଜୀବନର ଅଂଶ ହୋଇଯାଇଛି। ବାଇକ ଦ୍ୱାରା ଘରୁ ବାହାରକୁ ଯିବାଠାରୁ ଆରମ୍ଭ କରି ଅନେକ...

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ...

କେତେ ପୂରୁଣା ହେବା ପରେ କିଣିବା ଦରକାର ନୂଆ ଫୋନ? ଜାଣନ୍ତୁ ନିୟମ

ଏକ ନୂତନ ଫୋନ କିଣିବା କ୍ରମଶଃ ମହଙ୍ଗା ହୋଇଗଲାଣି। ତେଣୁ, ଲୋକମାନେ ପୁରୁଣା ଫୋନ ବ୍ୟବହାର କରିବାରେ ଲାଗିପଡ଼ିଛନ୍ତି। କିଛି ଲୋକ ଫ୍ଲାଗସିପ ଫୋନ ବ୍ୟବହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri