ସିମୁଳିଆ,୧୯ା୪(ସନ୍ତୋଷ କୁମାର ନାୟକ): ବାରମ୍ବାର ସଚେତନତା ସତ୍ତ୍ବେ ମଧ୍ୟ ସଚେତନ ହେଉନାହାନ୍ତି ଯୁବତୀ ଯୁବକ । ବେଳେ ବେଳେ ଏହି ରିଲ୍ସ ନିଶା ଜୀବନ ମଧ୍ୟ ନେଉଛି । ଚଳନ୍ତା ଟ୍ରେନର ଦ୍ବାର ପାଖରେ ରିଲ୍ସ କରୁଥିବା ବେଳେ ମୁଫିଦାର ଇସଲାମ(୨୯) ନାମକ ଜଣେ ଯୁବକ ବାଲେଶ୍ୱର ଜିଲା ସିମୁଳିଆ ଷ୍ଟେସନ ନିକଟରେ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ ସିମୁଳିଆ ଓ ପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତାଙ୍କ ଘର ଆନ୍ଧ୍ରପ୍ରଦେଶରେ ବୋଲି ଜଣାପଡିଛି ।
ସୂଚନାଅନୁସାରେ, ମୁଫିଦାର ଆସାମରେ କାମ କରନ୍ତି । ସେ ଚେରାପଲି ଟ୍ରେନ ଯୋଗେ ଘରକୁ ଫେରୁଥିବା ବେଳେ ରବିବାର ମଧ୍ୟାହ୍ନରେ ମାର୍କୋଣା ରେଳ ଷ୍ଟେସନ ନିକଟରେ ଖସି ପଡ଼ିଥିଲେ । ଟ୍ରେନର ଅନ୍ୟ ପାସେଞ୍ଜରମାନେ ଟ୍ରେନର ଚେନ ଟାଣିବା ସହିତ ପୋଲିସକୁ ସୂଚନା ଦେଇଥିଲେ । ଷ୍ଟେସନର କର୍ମଚାରୀମାନଙ୍କ ସହଯୋଗରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ମେଡିକାଲକୁ ନିଆଯାଇଥିଲା ।