ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ମୃତକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଖେମୁଣ୍ଡିଖୋଲ ଗାଁ ର ପାର୍ଥ ଜାନି(୧୯)।
ଦିଗପହଣ୍ଡି – ତପ୍ତପାଣି ୩୨୬ ନଂ ଜାତୀୟ ରାଜପଥର ରାଜନାପଲ୍ଲୀ ଗାଁ ନିକଟ ମୁଖ୍ୟରାସ୍ତାରେ ଶନିବାର ବିଳମ୍ବିତ ରାତିରେ କୌଣସି ଏକ ଗାଡ଼ି ଧକ୍କାରେ ପାର୍ଥ ମୃତ୍ୟୁବରଣ କରିଥିଲେ । ଦୁର୍ଘଟଣା ଘଟାଇଥିବା ଗାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଛି। ଏନେଇ ପାର୍ଥଙ୍କ ବାପା ରାମ ଜାନି ଏତଲା ଦେବାପରେ ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ନଂ.୨୨୮/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ । ଫାଣ୍ଡି ଏଏସଆଇ ପି.କେ. ବାଲିକାନା ବିଭିନ୍ନ ଗାଁର କିଛି ବ୍ୟକ୍ତିଙ୍କ ଘରେ ଓ ଦୋକାନ ମାନଙ୍କରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରି ଦୁର୍ଘଟଣାର ତଦନ୍ତ ଚଳାଇଛନ୍ତି ।