ଆଉଜଣେ ରସିକିଆ ସ୍ବାମୀ: ନିଜକୁ ସଫ୍ଟୱେର ଇଞ୍ଜିନିୟର କହି ଏକାଧିକ ଯୁବତୀଙ୍କୁ ବିବାହ

ଭୁବନେଶ୍ୱର,୧୮ା୭(ବ୍ୟୁରୋ): ନିଜକୁ ଡାକ୍ତର ପରିଚୟ ଦେଇ ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ଯୁବତୀ ଓ ମହିଳାଙ୍କୁ ବିବାହ କରି ଗିରଫ ହୋଇଥିଲେ ରମେଶ ସ୍ବାଇଁ। ସେ ଏବେ ଜେଲ୍‌ରେ ଥିବାବେଳେ ଆଉଜଣେ ରସିକିଆ ଠକ ଚର୍ଚ୍ଚାକୁ ଆସିଛନ୍ତି। ନିଜକୁ ସଫ୍ଟୱେର ଇଞ୍ଜିନିୟର କହି ଏକାଧିକ ଯୁବତୀଙ୍କୁ ବିବାହ କରିଥିବା ନେଇ ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଏପରି କି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପ୍ରସ୍ତୁତ କରିବା ସହ ସମ୍ପତ୍ତି ଲୁଟିଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ସମ୍ପୃକ୍ତ ମହିଳା। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ସ୍ବାମୀ ଅନ୍ୟଜଣେ ମହିଳାଙ୍କ ସହ ରହୁଥିବା ଖବର ପାଇବା ପରେ ମହିଳା ଜଣକ ପରିବାର ସହ ସେଠାରେ ପହଞ୍ଚତ୍ଥିଲେ। ସ୍ବାମୀଙ୍କୁ କାବୁ କରିଥିବାବେଳେ ତାଙ୍କ ସହ ରହୁଥିବା ଜଣେ ମହିଳା ଖସି ପଳାଇଥିଲେ। ବହୁ ସମୟ ଧରି ସେଠାରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଟଣାଓଟରା ଚାଲିଥିଲା। ଖବରପାଇ ପିସିଆର ପହଞ୍ଚତ୍ ଉଭୟଙ୍କୁ ଏୟାରଫିଲ୍ଡ ଥାନାକୁ ଆଣି ପଚରାଉଚରା କରିଥିଲା। ସ୍ବାମୀଙ୍କ ନାମରେ ମହିଳା ଜଣକ ପୂର୍ବରୁ କଟକ ସଦର ଥାନାରେ ଓ ତାଙ୍କ ଭାଇ ରମ୍ଭା ଥାନାରେ ଅଭିଯୋଗ କରିଥିବା ଜଣାପଡିଥିଲା। ଏହାପରେ ଏୟାରଫିଲ୍ଡ ଥାନା ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉକ୍ତ ଥାନାକୁ ହସ୍ତାନ୍ତର କରିଥିଲା। କଟକ ସଦର ଥାନା ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଏହି ଘଟଣାକୁ ନେଇ ରବିବାର ଓଲ୍ଡଟାଉନ୍‌ ଅଞ୍ଚଳରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ମହିଳାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସ୍ବାମୀ ହେଉଛନ୍ତି ଗଞ୍ଜାମ ଜିଲା ରମ୍ଭା ଅଞ୍ଚଳର ସମୀର ବେଜ। ସମୀର ମିଛ କଥା କହି ତାଙ୍କୁ ୨୦୧୯ରେ ବିବାହ କରିଥିଲେ। ସେ ଭାରତ ମାଟ୍ରିମୋନିରେ ନିଜକୁ ଜଣେ ସଫ୍ଟୱେର ଇଞ୍ଜିନିୟର ପରିଚୟ ଦେବା ସହ ରାଜସ୍ଥାନ ଓ ଦିଲ୍ଲୀରେ ଫ୍ଲାଟ୍‌ ଥିବା ଜଣାଇ ବିବାହ ପ୍ରସ୍ତାବ ଦେଇଥିଲେ। ଉଭୟ ପରିବାରଙ୍କ ସହମତିରେ ବିବାହ ହୋଇଥିଲା। ହେଲେ ସମୀର ସଫ୍ଟୱେର ଇଞ୍ଜିନିୟର ନ ଥିବା ଜାଣିବା ପରେ ସେ ତାଙ୍କୁ ନିର୍ଯାତନା ଦେବା ସହ ଟଙ୍କା ଓ ସୁନାଗହଣା ହଡ଼ପ କରି ନେଇଥିଲେ। ସେ ଜଣେ ଝିଅ ସହ ଫେରାର ହୋଇଥିବା ଓ ମିଛ କହି ସେ ଏକାଧିକ ଝିଅଙ୍କୁ ବିବାହ କରିଥିବା ଜାଣିବାକୁ ପାଇଥିଲେ। ବିଭିନ୍ନ ବାହାନା କରି ସମୀର ଦିଲ୍ଲୀ ଓ ରାଜସ୍ଥାନ ଯାଉଥିବାରୁ ତାଙ୍କର ସନ୍ଦେହ ହୋଇଥିଲା। ସେଠାରେ ମଧ୍ୟ ଦୁଇ ଜଣଙ୍କୁ ବିବାହ କରିଥିବା ପରବର୍ତ୍ତୀ ସମୟରେ ଜାଣିବାକୁ ପାଇଥିଲେ। ଏପରିକି ଅନେକ ଝିଅଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପ୍ରସ୍ତୁତ କରି ବ୍ଲାକ୍‌ମେଲ କରିବା ସହ ସମ୍ପତ୍ତି ଲୁଟିଥିବା ମହିଳା ଜଣକ କହିଛନ୍ତି।
କଟକ ସଦର ଥାନାର ଅତିରିକ୍ତ ଆଇଆଇସି ରୀନା ମିଶ୍ର କହିଛନ୍ତି, ବ୍ୟକ୍ତିଜଣକ ଏକାଧିକ ମହିଳାଙ୍କୁ ବିବାହ କରିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି। ଏଥିସହ ସେ କେତେଜଣଙ୍କୁ ମିଛ କଥା କହି ବିବାହ କରି ଠକିଛନ୍ତି, ତାହା ତଦନ୍ତ ଚାଲିଛି। ସ୍ବାମୀ ତାଙ୍କୁ ନିର୍ଯାତନା ଦେଉଥିବା ନେଇ ମହିଳା ଜଣକ ପୂର୍ବରୁ ଅଭିଯୋଗ କରିଥିଲେ। ଏନେଇ ମାମଲା (ନଂ.୮୫/୨୨) ରୁଜୁ ହୋଇଛି। ଏସମସ୍ତ ବାବଦରେ ଉଭୟଙ୍କୁ ଥାନାରେ ପଚରାଉଚରା କରାଯାଉଛି। ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri