ଗୁଳିମାଡ଼ରେ ଯୁବକ ମୃତ

କାମାକ୍ଷାନଗର,୨୮ା୯(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଆଳତୁମା ଗ୍ରାମ ମାଳବନ୍ଧ ରେଲଓ୍ବେ ବ୍ରିଜ୍‌ ସଉରିଆ ଆମ୍ବତୋଟା ନିକଟରେ ଗୁରୁବାର ସକାଳୁ ନିରାକାର ସାହୁ(ନିର) ନାମକ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ତାଙ୍କ ଘର ତୁମୁସିଙ୍ଗା ଥାନା କନ୍ତିଓପୁଟସାହିରେ ବୋଲି ଜଣାପଡ଼ିଛି। ତାଙ୍କ ଛାତିରେ ଗୁଳି ବାଜିବା ସହ ବେକରେ କ୍ଷତ ଥିବା ରକ୍ତାକ୍ତ ମୃତଦେହ ପଡ଼ିରହିଛି।

ମୃତ ନିର ଗତ ୨୪.୯.୨୧ରେ ଗୁଳିମାଡରେ ମୃତ ବାରୁଆଁ(କା) ସମିତିସଭ୍ୟ ଦୀପକ ମାହୁନ୍ତ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ବିଗତ ୪ ମାସ ହେବ ଜାମିନରେ ଆସି ଲଘୁ ଖଣିଜ ପଦାର୍ଥ ବ୍ୟବସାୟ କରିୁଥିଲେ। ପୂର୍ବ ଶତ୍ରୁତାର ତାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ଭାଇ ସର୍ବେଶ୍ବର ସାହୁ ଗଣମାଧ୍ୟମ ଓ ପୋଲିସ ଆଗରେ ପ୍ରକାଶ କରିଛନ୍ତି। ଘଟଣାସ୍ଥଳରେ କାମାକ୍ଷାନଗର ଏସ୍‌ଡିପିଓ ପ୍ରଭାତ କୁମାର ତ୍ରିପାଠୀ ସଦଳବଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।