ପୋଲିସ ଗାଡ଼ି ଧରି ଯୁବକ ଛୁ

ଢେଙ୍କାନାଳ ଅଫିସ, ୧୬।୯: ସନ୍ଦେହଜନକ ଅବସ୍ଥାରେ ରାତିରେ ରାସ୍ତାରେ ବୁଲୁଥିବାବେଳେ ଉଠାଇ ଆଣିଥିଲା ପୋଲିସ। ଅସ୍ବାଭାବିକ ଆଚରଣରୁ ମାନସିକ ଭିନ୍ନକ୍ଷମ ହୋଇଥିବା ଅନୁମାନ କରି ପୋଲିସ ଗାଡ଼ିରେ ଯୁବକଙ୍କୁ ଘରକୁ ଛାଡ଼ିବାକୁ ଯାଉଥିଲେ ବିଭାଗୀୟ ଡ୍ରାଇଭର। ହେଲେ ଚାଳକ ଥାନାକୁ ପାଣି ବୋତଲ ଆଣିବାକୁ ଯାଇଥିବା ସୁଯୋଗରେ ନାଲିବତି ଲାଗିଥିବା ପୋଲିସ ବୋଲେରୋ ଧରି ଚମ୍ପଟ ମାରିଲେ ଅଭିଯୁକ୍ତ। ପାଖାପାଖି ଘଣ୍ଟାଏ ମଧ୍ୟରେ ପହଞ୍ଚତ୍ଗଲେ ଢେଙ୍କାନାଳ ଟାଉନ ଥାନାରୁ କଟକ ଜିଲା ଖୁଣ୍ଟୁଣୀରେ। ଅଭିଯୁକ୍ତଙ୍କୁ ପୋଲିସ ଗୋଡ଼ାଇ ଗୋଡ଼ାଇ ଧରିଛି। ଗାଡ଼ି ମଧ୍ୟ ଜବତ କରାଯାଇଛି। ତେବେ ଥାନାର ସୁରକ୍ଷା ବଳୟ ଭେଦ କରି ଜଣେ ଯୁବକ ପୋଲିସ ବିଭାଗର ନାଲିବତି ଗାଡ଼ି ଧରି ଚମ୍ପଟ ମାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ପୋଲିସ ସୂଚନା ଅନୁଯାୟୀ, ଗଁଦିଆ ବ୍ଲକ ଯୋରନ୍ଦା ଫାଣ୍ଡି ଅଧୀନ ହାଟବାଇସିଙ୍ଗା ଗ୍ରାମର ଧର୍ମେନ୍ଦ୍ର ସ୍ବାଇଁ (୩୦) ମଙ୍ଗଳବାର ରାତିରେ ଢେଙ୍କାନାଳ ସହରରେ ସନ୍ଦେହଜନକ ଭାବେ ବୁଲୁଥିବାବେଳେ ଟାଉନ ଥାନା ପିସିଆର ଗାଡ଼ି ତାଙ୍କୁ ଥାନାକୁ ଆଣିଥିଲା। ଯୁବକଙ୍କ କଥାବାର୍ତ୍ତା ଏବଂ ଆଚରଣରୁ ସେ ମାନସିକ ରୋଗୀ ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା। ବୁଧବାର ପୂର୍ବାହ୍ନ ୧୧ଟାରେ ଘରେ ଛାଡ଼ିଦେବାକୁ ଧର୍ମେନ୍ଦ୍ର ଥାନାର ଡ୍ରାଇଭର ଶିବୁ ପ୍ରସାଦ ବାରିକଙ୍କୁ କହିଥିଲେ। ପୋଲିସ କର୍ମଚାରୀମାନେ ତାଙ୍କୁ ଗାଡ଼ି (ନଂ. ଓଡ଼ି ୦୫ ଏପି ୨୭୧୬)ରେ ବସାଇଦେଇ ଆସିଥିଲେ। ଡ୍ରାଇଭର ଶିବୁ ପାଣି ବୋତଲ ନେବା ପାଇଁ ଥାନାକୁ ଆସିଥିବା ବେଳେ ତରବରରେ ଗାଡ଼ିର ଚାବି ବାହାର କରିବାକୁ ଭୁଲିଯାଇଥିଲେ। ଏହାର ସୁଯୋଗରେ ପୋଲିସର ନାଲିବତି ଲାଗିଥିବା ଗାଡ଼ି ଧରି ଚମ୍ପଟ ମାରିଥିଲେ ଧର୍ମେନ୍ଦ୍ର। ସେ ଖୁଣ୍ଟୁଣି ଅଭିମୁଖେ ଯାଉଥିବା ଜଣାପଡ଼ିବା ପରେ ଟାଉନ ଥାନା ଓ ସଦର ଥାନାର ପିସିଆର ଭ୍ୟାନ୍‌ ପିଛା କରିଥିଲା। ଟାଉନ ଥାନା ପୋଲିସ ନିକଟରୁ ସୂଚନା ପାଇ ଖୁଣ୍ଟୁଣୀ ଥାନା ପୋଲିସ ନାକାବନ୍ଦୀ କରିଥିବାବେଳେ ଚମ୍ପେଶ୍ୱର ନିକଟରୁ ଧର୍ମେନ୍ଦ୍ର ଧରାପଡ଼ିଥିଲେ। ଢେଙ୍କାନାଳ ଟାଉନ ଥାନା ପୋଲିସ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଛି। ଡାକ୍ତରୀ ପରୀକ୍ଷା ପାଇଁ ତାଙ୍କୁ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  ଏ ସଂକ୍ରାନ୍ତରେ ସଦର ଏସ୍‌ଡିପିଓ ବିକାଶ ରଞ୍ଜନ ବେଉରା କୁହନ୍ତି, ମଙ୍ଗଳବାର ରାତିରେ ସନ୍ଦିଗ୍ଧ ଭାବେ ବୁଲୁଥିବା ସମ୍ପୃକ୍ତ ଯୁବକଙ୍କୁ ପାଟ୍ରୋଲିଂରେ ନିୟୋଜିତ ପୋଲିସ କର୍ମଚାରୀ ଧରି ଟାଉନ ଥାନାକୁ ଆଣିଥିଲେ। ଯାଞ୍ଚ ବେଳେ ସେ ଅପରାଧରେ ସମ୍ପୃକ୍ତ ନ ଥିବା ଜଣାପଡ଼ିଥିଲା। ବୁଧବାର ପୂର୍ବାହ୍ନରେ ଥାନା ଗାଡ଼ିରେ ତାଙ୍କୁ ଘରେ ଛାଡ଼ିବାକୁ ଯୋଜନା କରାଯାଉଥିଲା। ହେଲେ ଡ୍ରାଇଭର ଗାଡ଼ିରେ ଚାବି ଲଗାଇ ପାଣି ବୋତଲ ନେବାକୁ ଥାନାକୁ ଆସିଥିବାବେଳେ ଯୁବକ ଜଣକ ଗାଡ଼ି ଧରି ପଳାଇଥିଲେ। ଗାଡ଼ି ସହ ଯୁବକ ଧରାପଡ଼ିଛନ୍ତି। ସେ ମାନସିକରୋଗୀ କି ନୁହନ୍ତି, ତାହାର ଯାଞ୍ଚ ଚାଲିଛି। ତଦନ୍ତ ପ୍ରକ୍ରିୟା ସରିଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ଡିପିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri