ନିଶା କବଳରେ ଯୁବପିଢ଼ି

ଖୋର୍ଦ୍ଧା ଅଫିସ,୨୬ା୧୧: ଖୋର୍ଦ୍ଧାରେ ନିଶା କାରବାର ବଢିଚାଲିଛି। ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଚେର ଲମ୍ବିଛି। ବାଲେଶ୍ୱର, ଭୁବନେଶ୍ୱର ପ୍ରଭୃତି ସ୍ଥାନରୁ ବ୍ରାଉନସୁଗାର ଆସୁଛି। ବିଶେଷକରି ବେକାର ଯୁବକ ଓ କଲେଜ ପଢୁଆ ଛାତ୍ର ଏହି ନିଶା କାରବାରରେ ସମ୍ପୃୃକ୍ତି ଥିବା ଦେଖିବାକୁ ମିଳିଛି। ସ୍ବଳ୍ପ ସମୟରେ ଅଧିକ ରୋଜଗାର ଆଶାରେ ଯୁବପିଢି ବ୍ରାଉନସୁଗାର ସମେତ ଅନ୍ୟ ନିଶା କାରବାରକୁ ଆପଣାଉଛନ୍ତି। ଗୁରୁଜଙ୍ଗ, ସାମାନ୍ତରାପୁର, ଠେଙ୍ଗାହାଟ, ଭାଲିଆବାଡ଼ି ଏବଂ ସହର ତଳି ଅଞ୍ଚଳରେ ନିଶା ବିକ୍ରି ଓ ସେବନ ହେଉଛି। ଗତ ମାସରେ ଏସ୍‌ଟିଏଫ୍‌ ଗୁରୁଜଙ୍ଗରୁ ଜଣେ ବିଟେକ୍‌ ଛାତ୍ରଙ୍କଠାରୁ ଏକ କେଜି ଧଳାଜହର ଜବତ କରିଥିଲା। ଏହାର କିଛିଦିନ ପରେ ନୂଆବସଷ୍ଟାଣ୍ଡରେ ୨ଜଣ ଯୁବକଙ୍କଠାରୁ ଏକ କେଜିରୁ ଊର୍ଦ୍ଧ୍ୱ ବ୍ରାଉନସୁଗାର ଜବତ ହୋଇଥିଲା। ବୁଧବାର ଖୋର୍ଦ୍ଧା ଥାନା ଅଧୀନ ତରତୁଆ ଅଞ୍ଚଳରୁ ପ୍ରମୋଦ ପଣ୍ଡାଙ୍କଠାରୁ ୨୫୩ ଗ୍ରାମ ଏବଂ ବିଡିଏ କଲୋନୀରୁ ୫୦.୫ ଗ୍ରାମର ଧଳାଜହର ଜବତ କରାଯିବା ସହ ଭାଲିଆବାଡ଼ିି ଟାଙ୍ଗିସାହିର ସୋମନାଥ ବରାଳ, ଶଅରସାହିର ଅବିନାଶ ପାତ୍ର ଏବଂ ସାମନ୍ତରାପୁରର ଆତ୍ତର୍ର୍ତ୍ରାଣ ବେହେରାଙ୍କୁ ଗିରଫ କରାଯାଇଛି। ଏମାନଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି। ଏହି ଘଟଣାରୁ ନିଶା କାରବାରରେ ଯୁବବର୍ଗଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି। ଏହା ବୁଦ୍ଧିଜୀବୀଙ୍କୁ ଚିନ୍ତାରେ ପକାଇଛି।
ଏ ନେଇ ନିଶାମୁକ୍ତି ଅଭିଯାନର ଅଧ୍ୟକ୍ଷ ରାମଶଙ୍କର କହିଛନ୍ତି, ଆଜିର ଯୁବପିଢି ନିଶା କାରବରେ ଲିପ୍ତ ରହୁଥିବା ଦେଖିବାକୁ ମିଳିଛି। ଦେଶର ଏହି ଭବିଷ୍ୟତ ଏବେ ବିପଥଗାମୀ ହେବାରେ ଲାଗିଛନ୍ତି। ଏହା ଚିନ୍ତାଜନକ କଥା। ଏଥିଲାଗି ଆଗାମୀ ଦିନରେ ଆମ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ। ସେହିପରି ବୁଦ୍ଧିଜୀବୀ ପ୍ରଭାତ ମିଶ୍ର କହିଛନ୍ତି, ଖୋର୍ଦ୍ଧା ଏକ ବୀରମାଟି। ଏହାର ଏକ ଗୌରବମୟ ଇତିହାସ ରହିଛି। ତେବେ ନିଶା କାରବାର ଯୋଗୁ ଏହାର ବାତାବରଣ ଦିନକୁ ଅଶାନ୍ତ ହେବାରେ ଲାଗିଛି। ବିଶେଷତଃ ଯୁବପିଢି ଏଥିରେ ସଂପୃକ୍ତି ରହିବା ଚିନ୍ତାଜନକ ବିଷୟ। ଏ ଦିଗରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି। ଯୁବ ସାମାଜିକକର୍ମୀ ଅବ୍ୟକ୍ତ ହରିହର ଖାଡ଼ଙ୍ଗାଙ୍କ ମତରେ ଯୁବପୀଢ଼ିି ଦେଶର ସମ୍ପତ୍ତି। ସେମାନଙ୍କ ପ୍ରଗତିରେ ଦେଶର ପ୍ରଗତି। ସେମାନେ ପଥଭ୍ରଷ୍ଟ ହେଲେ ସମାଜର କ୍ଷତି ଘଟିବ। ଏଥିଲାଗି ସମସ୍ତଙ୍କ ଉତ୍ତରଦାୟିତ୍ୱ ରହିଛି। ଯୁବପୀଢ଼ିଙ୍କ ଗତିବିଧି ଉପରେ ପରିବାରବର୍ଗ ନଜର ରଖିବା ଉଚିତ। ସେହିପରି ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି କହିଛନ୍ତି, କମ୍‌ ସମୟରେ ପ୍ରଚୁର ଅର୍ଥ ଉପାର୍ଜନ ଲାଳସାରେ ଯୁବପୀଢ଼ି ନିଶା କାରବାର କରୁଛନ୍ତି। ଏହା ଚିନ୍ତାଜନକ ବିଷୟ। ଏଥିଲାଗି ଜିଲା ପ୍ରଶାସନ, ବିଭିନ୍ନ ସାମାଜିକ ଓ ଶିକ୍ଷାନୁଷ୍ଠାନ ପକ୍ଷରୁ ସଚେତନତା କରାଯିବାର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ଏସ୍‌ପି ରାଜକିଶୋର ଦୋରା କହିଛନ୍ତି, ଖୋର୍ଦ୍ଧାରେ ନିଶା କାରବାର ରୋକିବା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ ଚାଲିଛି। ବିଭିନ୍ନ ସମୟରେ ଚଢ଼ାଉ କରାଯାଇ ନିଶା ବେପାରୀଙ୍କୁ ଗିରଫ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri